ସ୍ବତନ୍ତ୍ର ପରିଚୟ ଦେଇଛି ଲିଚୁ, ଆମ୍ବ ଚାଷ

ଦାରିଙ୍ଗବାଡି,୫।୬(ଡି.ଏନ.ଏ)- ଦାରିଙ୍ଗବାଡି ଅଞ୍ଚଳକୁ ଏବେ ଲିଚୁ ଏବଂ ଆମ୍ବ ଚାଷ ସ୍ବତନ୍ତ୍ର ପରିଚୟ ଦେଇଛି। ଦାରିଙ୍ଗବାଡିର ଲିଚୁ ଏବଂ ଆମ୍ବର ଚାହିଦା ଜିଲା ତଥା ଜିଲା ବାହାରେ ରହିଛି। ଜୈବିକ ପଦ୍ଧତିରେ ଏହି ଚାଷ କରାଯାଉଥିବାରୁ ଏହାର ଚାହିଦା ବଢୁଛି। ସରକାରଙ୍କ ପକ୍ଷରୁ ଉଦ୍ୟାନ ଭିତ୍ତିକ ଚାଷକୁ ଅଞ୍ଚଳରେ ଗୁରୁତ୍ୱ ଦିଆଗଲା। ଏଥିପାଇଁ କୃଷକମାନଙ୍କୁ ତାଲିମ ସହ ଚାରା ଉତ୍ପାଦନ, ଜୈବିକ ପଦ୍ଧତିରେ ଚାଷପ୍ରଣାଳୀ ଶିକ୍ଷା ଦିଆଗଲା। ପନିପରିବା ଚାଷକୁ ପ୍ରଥମେ ଗୁରୁତ୍ୱ ଦିଆଯାଇ ବନ୍ଧା, ଫୁଲ କୋବି, ବିନ୍‌, ଭେଣ୍ଡି, ଜହ୍ନି, ପୋଟଳ ଆଦି ଚାଷ କରିବା ପାଇଁ ଚାଷୀଙ୍କୁ ଉତ୍ସାହିତ କରାଯାଉଥିଲା। ପରେ ଉଦ୍ୟାନ ଭିତ୍ତିକ ଚାଷପ୍ରତି ଆଗ୍ରହ ବୃଦ୍ଧି ପାଇବାରୁ ଆମ୍ବ ଓ ପରେ ଲିଚୁ ଚାଷକୁ ଗୁରୁତ୍ୱ ଦିଆଗଲା। ଏଥିପାଇଁ ଚାଷୀଙ୍କୁ ଆମ୍ବ ବଗିଚା କରିବାକୁ ତାରବାଡ ସହ ଚାରା ଯୋଗାଇ ଦିଆଗଲା। ଏହାର ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ସାର, ଏବଂ ଅର୍ଥ ମଧ୍ୟ ଯୋଗାଇଦିଆଗଲା। ଅନେକ ଚାଷୀ ଆମ୍ବଚାଷ କରି ଲାଭବାନ ହେଲେ। ୨୦୧୦ରେ ପରୀକ୍ଷାମୂଳକ ଭାବେ ନାବାର୍ଡର ଆର୍ଥିକ ସହାୟତା ସହ ସ୍ଥାନୀୟ ଜାଗୃତି ସହଯୋଗରେ ଲିଚୁ ଚାଷ ପାଇଁ ଚାରା ଯୋଗାଇ ଦିଆଯାଇଥିଲା। ବ୍ଲକର ଦନେକବାଡି ପଞ୍ଚାୟତର ୨୦ ଚାଷୀଙ୍କୁ ୧୨ଟି ଲେଖାଏ ଲିଚୁ ଚାରା ଯୋଗାଇଦିଆଯାଇଥିଲା। ତେବେ ଗତ ୨ବର୍ଷ ହେଲା ଫଳ ଧରିବା ଆରମ୍ଭ କରିଥିବାବେଳେ ଚଳିତ ବର୍ଷ ଭଲ ଫଳ ଧରିଛି। ଦାରିଙ୍ଗବାଡି ଜଳବାୟୁରେ ଲିଚୁ ଚାଷ ସଫଳ ହେଉଥିବାରୁ ଚାଷୀ ଏବେ ଲିଚୁ ଓ ଆମ୍ବ ଚାଷ ପ୍ରତି ମନ ବଳାଉଛନ୍ତ। ଦାରିଙ୍ଗବାଡି ଉଦ୍ୟାନ ବିଭାଗ ମଧ୍ୟ ନିଜ କାର୍ଯ୍ୟାଳୟ ପରିସରରେ ୨ ଏକର ଜମିରେ ଏହି ଚାଷ ସଫଳତାର ସହ କରି ସେଠାରେ ଚାଷୀଙ୍କୁ ତାଲିମ ପ୍ରଦାନ କରୁଛି। ଏଭଳି ଏକ ଲାଭଜନକ ଚାଷକୁ ସରକାରୀ ସହାୟତା ଏବଂ ସରକାରଙ୍କ ତରଫରୁ ଲିଚୁ ଚାଷକୁ ଆଗେଇନେବାର ସମୟ ଆସିଛି ବୋଲି ସ୍ଥାନୀୟ କୃଷକ ଟାମିଆ ବିନ୍ଧାଣି କୁହନ୍ତି।
ସୂଚନାଯୋଗ୍ୟଯେ, ବ୍ଲ୍ଳକରେ ୨୫ ପଞ୍ଚାୟତରୁ ଗୋଟିଏ ପଞ୍ଚାୟତରେ ଏହି ଚାଷ ପରୀକ୍ଷାମୁଳକ ଭାବେ କରାଯାଇଛି। ଅନ୍ୟ ପଞ୍ଚାୟତର ଚାଷୀ ଆଗ୍ରହ ଥିବାବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି। ଏନେଇ ବାଲିଗୁଡା ଉପଖଣ୍ଡ ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ରମାକାନ୍ତ ଗିରି କୁହନ୍ତି, ଚାଷୀଙ୍କ ଚାହିଦା ପ୍ରକାରେ ଚଳିତବର୍ଷ ଅଧିକ ଲିଚୁଚାଷ କରାଯାଇଛି। ତେବେ ଦାରିଙ୍ଗବାଡି ସମେତ ତୁମୁଡିବନ୍ଧ, କୋଟଗଡ, ବାଲିଗୁଡା, କ.ନୂଆଗାଁ, ରାଇକିଆ, ଜି.ଉଦୟଗିରି, ଟିକାବାଲି ଏବଂ ଚକାପାଦ ବ୍ଲକ ଅଞ୍ଚଳରେ ୨ଶହ ହେକ୍ଟର ଜମିରେ ଲିଚୁ ଚାଷ କରାଯିବାକୁ ଲକ୍ଷ ରଖାଯାଇଥିଲା, କିନ୍ତୁ ୧୦୯ ହେକ୍ଟର ଜମିରେ ଚାଷ କରାଯାଇଛି। କେବଳ ଦାରିଙ୍ଗବାଡିରେ ପ୍ରାୟ ୩୦ ହେକ୍ଟର ଜମିରେ ଚାଷ ହୋଇଛି। ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ବିଭାଗର ଜି.ଉଦୟଗିରି ବ୍ଲକ କଳିଙ୍ଗା ଫାର୍ମ ସମେତ ୯ ବ୍ଲକର ଚାଷୀଙ୍କ ପ୍ରାୟ ୧୦ଲକ୍ଷ ଟଙ୍କାର ଲିଚୁ ବିକ୍ରିରେ ବିଳମ୍ବ ହୋଇଛି, ଖୁବଶୀଘ୍ର ନିଲାମ ଡକାଯାଇ ଏହାକୁ ବିକ୍ରି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri