ସ୍ବଚ୍ଛ ସର୍ବେକ୍ଷଣରେ ବିଏମ୍‌ସିର କ୍ରମାଗତ ଖରାପ ପ୍ରଦର୍ଶନ: ରାଜ୍ୟର ୫ ସହର ତଳେ ଭୁବନେଶ୍ୱର

ଭୁବନେଶ୍ୱର, ୪ା୧(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିବା ପରେ ଆଗକୁ ଭଲ ପ୍ରଦର୍ଶନ ନିମନ୍ତେ ଅଣ୍ଟା ଭିଡ଼ିଲାଣି। ଇତିମଧ୍ୟରେ ଏହି ସର୍ବେକ୍ଷଣର ଦୁଇଟି କ୍ବାର୍ଟର ସରି ଫଳାଫଳ ପ୍ରକାଶ ପାଇଛି। ଯେଉଁଥିରେ ଭୁବନେଶ୍ୱରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭୁବନେଶ୍ୱର ପ୍ରଥମ କ୍ୱାର୍ଟରରେ ୩୧୧ ଓ ଦ୍ୱିତୀୟ କ୍ୱାର୍ଟରରେ ୧୬୬ ର଼୍ୟାଙ୍କରେ ରହିଛି। ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାର ଅନ୍ୟ ସହର ତୁଳନାରେ ପୁଣି ଥରେ ଭୁବନେଶ୍ୱରର ପ୍ରଦର୍ଶନ ଖରାପ ପରିଲକ୍ଷିତ ହୋଇଛି। ପ୍ରଥମ କ୍ୱାର୍ଟରରେ ଓଡ଼ିଶାରୁ ତାଲିକାରେ ସ୍ଥାନ ପାଇଥିବା ସହର ମଧ୍ୟରୁ ବ୍ରହ୍ମପୁର, ରାଉରକେଲା, କଟକ, ସମ୍ବଲପୁର ପରେ ୨୨୫.୧୩ ସ୍କୋର ପାଇ ଭୁବନେଶ୍ୱର ପଞ୍ଚମ ସ୍ଥାନରେ ରହିଛି। ସେହିପରି ଦ୍ୱିତୀୟ କ୍ୱାର୍ଟରରେ ଭଦ୍ରକ, ବ୍ରହ୍ମପୁର ପରେ ୭୭୯.୯୬ ସ୍କୋର ପାଇ ଭୁବନେଶ୍ୱର ରାଜ୍ୟର ତୃତୀୟ ସ୍ଥାନରେ ରହିଛି। ଏହା ତଳକୁ ବାଲେଶ୍ୱର, ପୁରୀ, ରାଉରକେଲା, କଟକ, ସମ୍ବଲପୁର ଓ ବାରିପଦା ସହର ରହିଛି।
ଉଲ୍ଲେଖଯୋଗ୍ୟ, ୨୦୧୭ରେ ଭୁବନେଶ୍ୱର ୯୪ତମ ସ୍ଥାନରେ ଥିବାବେଳେ ୨୦୧୮ରେ ଏହା ଖସି ୨୧୮ ଓ ୨୦୧୯ରେ ୨୮୮ରେ ପହଞ୍ଚିଥିଲା। ସାରା ଦେଶରୁ ୪ ହଜାର ୨୩୭ ସହରକୁ ଏହି ସର୍ଭେରେ ସାମିଲ କରାଯାଇଥିବାବେଳେ କ୍ରମାଗତ ଭାବେ ଭୁବନେଶ୍ୱରର ଖରାପ ପ୍ରଦର୍ଶନ ବିଏମ୍‌ସିର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ଗତଥର ଭୁବନେଶ୍ୱରକୁ କମ୍‌ ମାର୍କ ମିଳିଥିବା ଯୋଗୁ ଚଳିତ ଥର ଭଲ ପ୍ରଦର୍ଶନ କରିବା ପାଇଁ ବିଏମସି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଥିଲା। ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥାରେ ବହୁତ ପରିବର୍ତ୍ତନ ଆସିଥିବା କଥା ଅଧିକାରୀମାନେ କହୁଥିଲେ। ମାତ୍ର ମୁକୁଳା ଡ୍ରେନ ସାଙ୍ଗକୁ କୁଢ କୁଢ ଆବର୍ଜନା ଯୋଗୁ ପ୍ରଥମ ଦୁଇଟି କ୍ୱାର୍ଟରର ପ୍ରଦର୍ଶନ ଆଶାଜନକ ହୋଇପାରିନାହିଁ।

ଆଜିଠୁ କ୍ଷେତ୍ର ପରିଦର୍ଶନ
କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସହରରେ କରାଯାଉଥିବା ସ୍ବଚ୍ଛତା ସର୍ବେକ୍ଷଣ ପାଇଁ ଜାନୁୟାରୀ ୪ରୁ ୩୧ ଯାଏ କ୍ଷେତ୍ର ପରିଦର୍ଶନ ଆରମ୍ଭ ହେବ। ଏ ନେଇ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଚଳିତବର୍ଷ ବିଏମ୍‌ସି ଭଲ ପ୍ରଦର୍ଶନ କରିବ ବୋଲି ଆଶା ବାନ୍ଧିଛି। ସର୍ଭେକୁ ଠିକ୍‌ ଢଙ୍ଗରେ ପରଚାଳନା କରିବା ପାଇଁ ବିଏମ୍‌ସି ବିଭିନ୍ନ କର୍ମଚାରୀ, ଘରୋଇ ସଂସ୍ଥା ଓ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବା ସହ ସହରକୁ ସ୍ବଚ୍ଛ ରଖିବା ଲାଗି ପଦକ୍ଷେପ ନେଉଛି ବୋଲି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀ କହିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ ଯେ କୌଣସି ଦିନ ସର୍ବେକ୍ଷଣ ଦଳ ପହଞ୍ଚତ୍ବ। ବର୍ତ୍ତମାନ ନାଗରିକଙ୍କୁ ସ୍ବଚ୍ଛତା ଆପ୍ଲିକେଶନ ସହ ଯୋଡ଼ିବା ଏବଂ ସ୍ବଚ୍ଛତା ନେଇ ଆପ୍‌ରେ ମତାମତ ହେବାକୁ ବିଏମ୍‌ସି ସଚେତନ କରୁଛି। ସେହିପରି ନାଗରିକଙ୍କ ସହ ସିଧାସଳଖ ବାର୍ତ୍ତାଳାପ କରିବା, ସ୍ବଚ୍ଛ ସର୍ବେକ୍ଷଣ ନେଇ ସଚେତନ କରିବା, ସମସ୍ତେ ଡଷ୍ଟବିନ୍‌ ରଖିବା, ଶୌଚାଳୟକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଖୋଲାରେ ମଳତ୍ୟାଗ ନ କରିବା, ମୁଖ୍ୟ ସ୍ଥାନରେ ଥିବା ହୋର୍ଡିଂ ଓ ପ୍ରାଚୀରରେ ସ୍ବଚ୍ଛତା ବାର୍ତ୍ତା ଦେବା ସହ ରାସ୍ତାପାର୍ଶ୍ୱରେ ବୃକ୍ଷଲତା ଲଗାଇବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ଡେପୁଟି କମିଶନର ସେଠୀ ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri