ବନ୍ତ, ୨୧।୬ (ସ୍ବ.ପ୍ର.) – ପରିବେଶ ସ୍ବଚ୍ଛତା ସହିତ ଖୋଲାରେ ଶୌଚ ନ ହେବା ପାଇଁ କେନ୍ଦ୍ର ସରକାର ୨୦୧୬ ଅ୍ରକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ସ୍ବଚ୍ଛ ଭାରତ ମିଶନ ଯୋଜନା ପ୍ରଚଳନ କରିଥିଲେ। ପ୍ରତି ପରିବାରକୁ ଶୌଚାଳୟ ନିର୍ମାଣ ସକାଶେ ୧୨ ହଜାର ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା। ଭଦ୍ରକ ଜିଲା ବନ୍ତ ବ୍ଲକର ୨୫ ପଞ୍ଚାୟତରେ ମୋଟ ୩୩ ହଜାର ୪୪୨ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ ପାଇଁ କାଯର୍ୟାଦେଶ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୨୪ ହଜାର ୨୧୫ ଶୌଚାଳୟ ନିର୍ମାଣ ସରିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ୭୩.୨୫ ପ୍ରତିଶତ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ୯୦୦୭ ଶୌଚାଳୟ ନିର୍ମାଣ ଲାଗି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥିବା ବିଭାଗୀୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା କହିଛନ୍ତି।
ସୂଚନା ଅନୁଯାୟୀ, ବ୍ଲକର ୨୫ ପଞ୍ଚାୟତ ମଧ୍ୟରୁ ଟିଲୋ ୯୭.୫୮ ପ୍ରତିଶତ, ଆଡ଼ିଆ ୯୭.୫୧ ଏବଂ ଓଡଙ୍ଗ ୯୬.୨୮ ପ୍ରତିଶତ ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ କରି ସର୍ବାଗ୍ରେ ରହିଥିବା ବେଳେ କେନ୍ଦୁଆପଦା ୩୯ ପ୍ରତିଶତ, ବି.ଟି.ପୁର ୪୬.୫୯ ଓ ପଧାନପଡା ୪୮.୯୭ ପ୍ରତିଶତ ନିର୍ମାଣ କରି ନିମ୍ନରେ ରହିଛି। ମନ୍ଥର ଗତିରେ ନିର୍ମାଣ କାର୍ଯ୍ୟ କରୁଥିବା ପଞ୍ଚାୟତଗୁଡ଼ିକରେ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ପଞ୍ଚାୟତ କିମ୍ବା ନିକଟସ୍ଥ ପଞ୍ଚାୟତର ମୋଟିଭେଟର ଓ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବାକୁ ସ୍ଥିର କରାଯାଇଛି। ଆସନ୍ତା ଜୁଲାଇ ୨୦ ତାରିଖ ସୁଦ୍ଧା ଲକ୍ଷ୍ୟଧାର୍ଯ୍ୟ ପୂରଣ କରାଯିବାକୁ ପ୍ରସ୍ତୁତି ଚାଲିଛି। ୨୦ ତାରିଖ ସୁଦ୍ଧା ରିପୋର୍ଟ ପ୍ରଦାନ କରାଯିବ ଏବଂ ଅକ୍ଟୋବର ଶେଷ ସୁଦ୍ଧା ତଦନ୍ତ କାର୍ଯ୍ୟ ଶେଷ ହେବାର ଯୋଜନା ରହିଛି। ଏଥିପାଇଁ ସମସ୍ତ ମୋଟିଭେଟର ଓ ସ୍ବୟଂସହାୟକ ଗୋଷ୍ଠୀଙ୍କୁ ନେଇ ଶୁକ୍ରବାର ସ୍ବତନ୍ତ୍ର ବୈଠକ ଡକାଯାଇଛି। ଯୋଜନାରୁ ବାଦ୍ ପଡ଼ିଥିବା ପରିବାରକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିି ଯୋଜନାରେ ପଲ୍ଲିସଭା ଓ ଗ୍ରାମସଭାରେ ସୁପାରିସ କରାଯାଇ ଯୋଜନାରେ ସାମିଲ କରାଯାଇପାରିବ ବୋଲି ସୂଚନା ଦିଆଯାଇଛି। ଜିଲାରେ ବନ୍ତ ବ୍ଲକ ସ୍ବଚ୍ଛ ଭାରତ ଯୋଜନାରେ ପ୍ରଥମ ହୋଇଥିବା ବେଳେ ଚାନ୍ଦବାଲି ବ୍ଲକ ପଛୁଆ ଥିବା ଜଣାପଡ଼ିଛି।
ସ୍ବଚ୍ଛ ଭାରତ ମିଶନ: ସରିଛି ୭୩.୨୫ ପ୍ରତିଶତ ଶୌଚାଳୟ ନିର୍ମାଣ: ଜୁଲାଇ ୨୦ ସୁଦ୍ଧା ଅବଶିଷ୍ଟ ସାରିବାକୁ ଲକ୍ଷ୍ୟ
କାମ ଚାଲୁଥିଲା ହଠାତ୍ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…
ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...
ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ
ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...
ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…
ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...
୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି
ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...
ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍ପେଣ୍ଡ ହେଲେ ୨ ଏଏନଏମ
ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...
ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା
ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...
ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ
ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...
ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍
ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ । ତେବେ ଧରାପଡିବା ପରେ ଯୁବକ...
Archives


