ସ୍ବଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର, ଷ୍ଟାର ର଼୍ୟାଙ୍କିଙ୍ଗ୍‌

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ଏଣିକି ସ୍ବଚ୍ଛ ବିଦ୍ୟାଳୟକୁ ମିଳିବ ପୁରସ୍କାର। ପିଲାଙ୍କୁ ଛାତ୍ରଜୀବନରୁ ସ୍ବଚ୍ଛତା ପାଇଁ ସଚେତନ କରାଇବା ଏବଂ ବିଦ୍ୟାଳୟରେ ସ୍ବଚ୍ଛ ପରିବେଶ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରୟାସ ଆରମ୍ଭ କରିଛି। ଏନେଇ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ଦେବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଏକ ଆପ୍‌ ଲୋକାର୍ପିତ କରିଛନ୍ତି।
ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ଏଥିରେ ସାମିଲ ହେବେ। ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେବ। ଆପ୍‌ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ ସ୍ବେଚ୍ଛାକୃତ ଭାବେ ପଞ୍ଜୀକୃତ କରିପାରିବେ। ସ୍ବଚ୍ଛ ବିଦ୍ୟାଳୟଗୁଡ଼ିକ ପାଇଁ ପୁରସ୍କାର ରାଶି ସହ ତାରକା ମାର୍କିଂ ବ୍ୟବସ୍ଥା ମଧ୍ୟ ରହିଛି। ଅକ୍ଟୋବର ୧୪ ମଧ୍ୟରେ ସମସ୍ତ ବିଦ୍ୟାଳୟଗୁଡ଼ିକ ପୁରସ୍କାର ପାଇଁ ପଞ୍ଜୀକରଣ କରିିପାରିବେ। ଅକ୍ଟୋବର ୧୫ରୁ ୩୧ତାରିଖ ପର୍ଯ୍ୟନ୍ତ ଆବେଦନ ପତ୍ର ଯାଞ୍ଚ ହେବ। ନଭେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ପୁରସ୍କାର ଘୋଷଣା କରାଯିବ। ବ୍ଲକସ୍ତରରେ ୧୨୫୬, ଜିଲାସ୍ତରରେ ୨୪୦, ରାଜ୍ୟସ୍ତରରେ ୪୦ ସ୍କୁଲକୁ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ମିଳିବ। ସ୍ବଚ୍ଛ ବିଦ୍ୟାଳୟଗୁଡ଼ିକୁ ବ୍ଲକସ୍ତରରେ ୨ହଜାର, ଜିଲାସ୍ତରରେ ୫ହଜାର ଏବଂ ରାଜ୍ୟସ୍ତରରେ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।
ଅନ୍ୟପଟେ ୯୦ରୁ ୧୦୦% ସ୍ବଚ୍ଛ ବିଦ୍ୟାଳୟଗୁଡ଼ିକୁ ୫ଷ୍ଟାର୍‌ ର଼୍ୟାଙ୍କିଙ୍ଗ୍‌ ମିଳିବ। ଅର୍ଥାତ୍‌ ଏହି ବିଦ୍ୟାଳୟଗୁଡ଼ିକ ଉତ୍କୃଷ୍ଟ ବୋଲି ବିବେଚନା କରାଯିବ। ୭୦ ରୁ ୮୯% ସ୍ବଚ୍ଛ ଥିଲେ ବିଦ୍ୟାଳୟଗୁଡ଼ିକୁ ୪ଷ୍ଟାର୍‌ ମିଳିବ ଏବଂ ଏହି ବିଦ୍ୟାଳୟଗୁଡ଼ିକ ଭଲ ଏବଂ ଆହୁରି ସ୍ବଚ୍ଛ କରାଯାଇପାରେ ବୋଲି କୁହାଯିବ। ଅନ୍ୟପଟେ ୫୧ରୁ ୬୯%କୁ ୩ଷ୍ଟାର୍‌ ର଼୍ୟାଙ୍କିଙ୍ଗ୍‌ କରାଯିବ। ଏହି ବିଦ୍ୟାଳୟଗୁଡ଼ିକ ମଧ୍ୟ ଭଲ ଅଛି, ଆଉ ଅଧିକ ଭଲ କରାଯାଇପାରିବ। ୩୫ରୁ ୫୦% ସ୍ବଚ୍ଛ ବିଦ୍ୟାଳୟକୁ ୨ଷ୍ଟାର୍‌ ଦିଆଯିବ ଏବଂ ଏହି ବିଦ୍ୟାଳୟଗୁଡ଼ିକ ଅଧିକ ଉନ୍ନତି ଦରକାର। ୩୫%ରୁ କମ୍‌ ସ୍ବଚ୍ଛତା ପାଇଁ ୧ଷ୍ଟାର୍‌ ବା ଖରାପ ବୋଲି ବିଚାର କରାଯିବ।
ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଓଡ଼ିଶା ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର-୨୦୧୯ ଅଭିଯାନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମନ୍ତ୍ରୀ ଦାଶ କହିଲେ, ସ୍ବଚ୍ଛ ବିଦ୍ୟାଳୟ ଅଭିଯାନରେ ଯେଉଁ ବିଦ୍ୟାଳୟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବେ ସେମାନଙ୍କୁ ସମ୍ମାନିତ କରିବା ଏହି ପୁରସ୍କାରର ଲକ୍ଷ୍ୟ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଚିତ୍ରା ଅରୁମୁଗମ୍‌, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ଓ ନିଲେସନ୍‌, ସ୍ବଚ୍ଛ ବିଶେଷଜ୍ଞ ଆଇସିଓ ପ୍ରତିଭା ସିଂ ପ୍ରମୁଖ ଉକ୍ତ ସ୍ବଚ୍ଛ ବିଦ୍ୟାଳୟ ଅଭିଯାନ ଶୁଭାରମ୍ଭ ଅବସରରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବିଜନେସ ମିଟ୍‌ରେ ଯୋଗ ଦେବେ ଓଡ଼ିଶାର ମନ୍ତ୍ରୀ, ବିଧାୟକ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ଓଡ଼ିଶାର ୨ ନେତା ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ବିଜନେସ ମିଟ୍‌ରେ ଯୋଗ ଦେବେ । ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ...

ଯୁବତୀଙ୍କୁ କମେଣ୍ଟ କରି ୧୦ ଗିରଫ

ସମ୍ବଲପୁର,୩ା୭(ବ୍ୟୁରୋ): ସମ୍ବଲପୁର ଜିଲା ଟାଉନ ଥାନା ଦେଉଳବନ୍ଧ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ କମେଣ୍ଟମରାକୁ ପ୍ରତିବାଦ କରିବାରୁ ଜଣେ ଯୁବତୀଙ୍କୁ ଆକ୍ରମଣ ହୋଇଛି। ଯୁବତୀଙ୍କ ମା’...

ଶକ୍ତି ମିଶ୍ରଙ୍କ ପାଇଁ ଆଗେଇ ଆସିଲେ

ଭୁବନେଶ୍ୱର,୧୨।୮(ବ୍ୟୁରୋ): କଣ୍ଠଶିଳ୍ପୀ ଶକ୍ତ ମିଶ୍ରଙ୍କ ଆରୋଗ୍ୟ ପାଇଁ ସହଯୋଗର ହାତ ବଢାଇଛି ସଂଗୀତ ଅନୁଷ୍ଠାନ ଗୋଲ୍ଡେନ୍‌ ଗୀତ ଗଜଲ ଟ୍ରଷ୍ଟ ଓ ମ୍ୟୁଜିକ୍‌ ସିଜଲର୍ସ। ଏହି...

ପରୀର କୌଣସି ହାଡ଼ ନିଖୋଜ ନାହିଁ, ସରୋଜର ଗାମୁଛା ବଡ଼ ପ୍ରମାଣ ଦେବ: ବୋଥ୍ରା

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ପରୀ ଅପହରଣ ଓ ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି।...

ଟ୍ରେନ୍‌ରେ ବୃଦ୍ଧଙ୍କ ମୃତ୍ୟୁ, ଓହ୍ଲାଇଦେଲେ ସହଯାତ୍ରୀ

ଭୁବନେଶ୍ୱର,୧୯ା୫(ବ୍ୟୁରୋ):ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ନିକଟରେ ଯାଉଥିବା ଏକ ଚଳନ୍ତା ଟ୍ରେନରେ ଜଣେ ବୃଦ୍ଧ ଯାତ୍ରୀଙ୍କ ହଠାତ ମୃତ୍ୟୁ ଘଟିଥିଲା। ତାଙ୍କ ସହ ଯାତ୍ରା କରୁଥିବା ବୃଦ୍ଧା...

‘ପିଲାଙ୍କ ସ୍ବପ୍ନ ସାକାର ହେଲେ ନବୀନ ଓଡ଼ିଶାର ଲକ୍ଷ୍ୟ ପୂରଣ ସମ୍ଭବ’

ଭୁବନେଶ୍ୱର,୨୨।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ ସ୍କୁଲର ରୂପାନ୍ତରଣ...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଢେଙ୍କାନାଳ ଅଫିସ,୧୨।୭: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ନିମାପଡ଼ା ସବ ଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ...

ଖଣି ଖାଦାନରେ ୧୪୪ ଧାରା ଜାରିକୁ ବିରୋଧ: ରେଞ୍ଜ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଖୁଣ୍ଟା,୧ା୧୦(ଡି.ଏନ୍‌.ଏ.)-ଖୁଣ୍ଟା ତହସିଲ ଅଧିନ ତଥା ଶିମିଳିପାଳ ପାଦଦେଶରେ ଥିବା ବିଭିନ୍ନ ବେଆଇନ ଖଣି ଖାଦାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୋମବାର ଏହାକୁ...

Advertisement
Archives

Model This Week