Posted inଖେଳ

ସ୍ପେଶାଲ୍‌ ପାର୍ଟନରଙ୍କ ସହ ବସି ୬ ବଲ୍‌ରୁ ୬ ଛକା ଭିଡିଓ ଦେଖିଲେ ଯୁବରାଜ

ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ ଏହି ଦିନ ଯୁବରାଜ କ୍ରମାଗତ ୬ ଟି ବଲରେ ୬ ଟି ଛକା ମାରିଥିଲେ। ସେ ପେସର୍‌ ଷ୍ଟୁଆର୍ଟ ବ୍ରଡଙ୍କୁ ଟାର୍ଗେଟ କରିଥିଲେ ଏବଂ ତାଙ୍କ ଜ୍ୱଳନ୍ତ ଇନିଂସରେ ୧୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୟୁଭିଙ୍କ ଏହି ରେକର୍ଡ ଆଜି ବି ଅକ୍ଷୁର୍ଣ୍ଣ ରହିଛି।
ଏହି ଅବସରରେ ଯୁବରାଜ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ୬ଟି ବଲ୍‌ରୁ ୬ଟି ଛକା ମାରିଥିବା ହାଇଲାଇଟ ଦେଖୁଛନ୍ତି। ୟୁଭି ଏହି ପୋଷ୍ଟକୁ ଶେୟାର କରି ଲେଖିଛନ୍ତି, ‘୧୫ ବର୍ଷ ପରେ ଏହାକୁ ଦେଖିବା ପାଇଁ ଏହାଠାରୁ ଭଳି ଜଣେ ଭଲ ସାଥୀ ପାଇପାରି ନ ଥାନ୍ତି।’ ଭିଡିଓରେ ସେ ନିଜ ପୁଅ ସହ ନଜର ଆସିଛନ୍ତି। ପୁଅ ମଧ୍ୟ ବାପାଙ୍କ ବ୍ୟାଟିଂ ନିରୀକ୍ଷଣ କରି ଦେଖୁଛନ୍ତି। ଯୁବରାଜ ଶେୟାର କରିଥିବା ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି।
୨୦୦୭ ଟି -୨୦ ବିଶ୍ୱକପରେ ଭାରତ ଏବଂ ଇଂଲଣ୍ଡ ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଦଳର ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଡର୍ବାନ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବୀରେନ୍ଦ୍ର ସେହ୍ବାଗ ୫୮ ଏବଂ ଗୌତମ ଗମ୍ଭୀର ୬୮ ରନ ସ୍କୋର କରି ୧୪.୪ ଓଭରରେ ୧୩୬ ରନର ଓପନିଂ ଭାଗିଦାରୀ କରିଥିଲେ। ରବିନ ଉଥାପ୍ପା ଭାବରେ ଭାରତର ତୃତୀୟ ଉଇକେଟ ଖସିଯିବା ପରେ ଯୁବରାଜ ସିଂ ପଡ଼ିଆକୁ ଆସିଥିଲେ। ୟୁଭିଙ୍କ ସହ ଧୋନୀ ମଧ୍ୟ କ୍ରିଜରେ ଉପସ୍ଥିତ ଥିଲେ।
ଇନିଂସର ୧୯ତମ ଓଭରରେ ୟୁଭି ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ଟି ଛକା ମାରିଥିଲେ। ରୋହିତ ଶର୍ମା ଏହି ମ୍ୟାଚରୁ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟରେ ଡେବ୍ୟୁ କରିଥିଲେ ମଧ୍ୟ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା।
ଏହି ମ୍ୟାଚରେ ଯୁବରାଜ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ସେ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇ ଟି -୨୦ ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ ଏକ ଓଭରରେ ଲଗାତାର ୬ ଟି ଛକା ମାରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ହର୍ସେଲ ଗିବ୍ସଙ୍କ ପରେ ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ଯୁବରାଜ ୧୨ ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଦ୍ରୁତତମ ପଚାଶ ଅଟେ। ଯୁବରାଜ ୩ଟି ଚୌକା ଓ ୭ ଛକା ସହାୟତାରେ ୧୬ ବଲ୍‌ରୁ ୫୮ ରନର ସଂଗ୍ରହ କରିଥିଲେ। ତାଙ୍କର ଷ୍ଟ୍ରାଇକ ହାର ୩୬୨.୫୦ ଥିଲା। ଭାରତ ଏହି ମ୍ୟାଚ୍‌ରେ ୪ ଉଇକେଟ୍‌ ହରାଇ ୨୧୮ ରନ ସଂଗ୍ରହ କରିଥିଲା ଏବଂ ଇଂଲଣ୍ଡ ଦଳ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୨୦୦ ରନ ସ୍କୋର କରିପାରିଥିଲା। ଫଲରେ ଭାରତ ଏହି ମ୍ୟାଚକୁ ୧୮ ରନରେ ଜିତିଥିଲା ଏବଂ ୟୁଭି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri