ସ୍ନାତକୋତ୍ତର ପରୀକ୍ଷାଫଳ: ୫ ବିଭାଗରେ ଛାତ୍ରୀ ଟପ୍ପର

ଭଦ୍ରକ ଅଫିସ, ୧୯।୭ – ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶୁକ୍ରବାର ସ୍ନାତକୋତ୍ତର(ପିଜି) ପରୀକ୍ଷାଫଳ ପ୍ରକାଶ ପାଇଛି। ମୋଟ ୭ଟି ବିଭାଗ ମଧ୍ୟରୁ ୫ଟିରେ ଛାତ୍ରୀ ଟପ୍ପର ହୋଇଛନ୍ତି। ରସାୟନ ବିଜ୍ଞାନରେ ଲକ୍ଷ୍ମୀପ୍ରଭା ରାଉତ ୯୯୦ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ବାଣିଜ୍ୟରେ ପ୍ରଦୀପ କୁମାର ମହାନ୍ତି ୮୨୯, ଅର୍ଥଶାସ୍ତ୍ରରେ ଶ୍ରଦ୍ଧାଞ୍ଜଳି ବିଶ୍ୱାଳ ୬୩୦, ଇଂରାଜୀରେ ସୁଦର୍ଶନ ସୂତାର ୭୧୯, ଗଣିତରେ ସୁପ୍ରଭା ପଣ୍ଡା ୮୩୦, ରାଜନୀତି ବିଜ୍ଞାନରେ ହରପ୍ରିୟା ଜେନା ୭୩୬ ଓ ଉର୍ଦ୍ଦୁରେ ସାଇଗୁପ୍ତା ଯସ୍ମିନ ୬୯୦ ନମ୍ବର ରଖି ଆଗରେ ଅଛନ୍ତି। ଏକ୍‌ଜିକ୍ୟୁଟିଭ୍‌ କମିଟି ଚେୟାରମ୍ୟାନ ଅବସରପ୍ରାପ୍ତ ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବଙ୍କିମ ଚନ୍ଦ୍ର ସାହୁ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଅଜିତ୍‌ କୁମାର ଦାସ, ପ୍ରଫେସର ଲକ୍ଷ୍ମୀକାନ୍ତ ନାୟକ ଓ ରାଜନୀତି ବିଜ୍ଞାନର ମୁଖ୍ୟ ସୁଦର୍ଶନ ଦାସ ପ୍ରମୁଖ ପରୀକ୍ଷା ବିଭାଗର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପରୀକ୍ଷାଫଳ ପୁସ୍ତିକା ପ୍ରକାଶ କରାଯାଇଥିଲା। ବିଭାଗର ସର୍ବୋଚ୍ଚ ନମ୍ବର ରଖିଥିବା ତଥା ଶୀର୍ଷରେ ଥିବା ଛାତ୍ରୀଛାତ୍ରଙ୍କ ନାମ ପ୍ରକାଶ କରାଯାଇଛି। ମୋଟ ୧୯୯ ଛାତ୍ର୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୬୨ ଜଣ ଉତ୍ତୀର୍ଣ୍ଣ ଓ ୩୭ ଜଣ ଫେଲ୍‌ ହୋଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ/ଖଇରା/ଭଦ୍ରକ ଅଫିସ, ୨୯।୩(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏହି ପରିପ୍ରେକ୍ଷୀରେ...

ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କାର ସୁନା, ରୂପା ଗହଣା ଲୁଟ୍‌

ରୂପ୍‌ସା,୧୭।୧୦(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ତାହାରପୁର ଗ୍ରାମର ଗହଣା ଦୋକାନୀ ମୃତ୍ୟୁଞ୍ଜୟ ଗିରିଙ୍କ ଦୋକାନରୁ ଦୁର୍ବୃତ୍ତମାନେ ବୁଧବାର ରାତିରେ ଫିଲ୍ମ ଷ୍ଟାଇଲ୍‌ରେ ୧୦ଲକ୍ଷ ଟଙ୍କାର...

ନାବାଳିକା ବଳାତ୍କାର ମାମଲା : ଦୋଷୀଙ୍କୁ ୧୦ ବର୍ଷ କାରାଦଣ୍ଡ

ଭଦ୍ରକ ଅଫିସ, ୨୦।୭ – ଶନିବାର ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି ସାହା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ...

କୁରୁଣ୍ଟା, ସାରୁଗାଁ, ସୁଣ୍ଢିରାରୁ ସ୍ବାବ ସଂଗ୍ରହ

ଖଇରା, ୭।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ ୩ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ବାଲେଶ୍ୱର ଓ ଖଇରା ମେଡିକାଲ ଟିମ୍‌ ତରଫରୁ ସ୍ବାବ ସଂଗ୍ରହ କାର୍ଯ୍ୟକୁ...

ଯୋଗ୍ୟ ହିତାଧିକାରୀ ଉଭାନ

ଖଇରା, ୨୧।୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ୟ ତାଲିକା ପ୍ରକାଶ ପାଇଛି । ହେଲେ ବହୁ ଯୋଗ୍ୟ...

ଯୋଡ଼ା ନାବାଳିକା ଗଣବଳାତ୍କାର ଘଟଣା:‘ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅ’

କେନ୍ଦୁଝର,୨୯।୬ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡ଼ା ଥାନା ପଣସଗୋଡ଼ା ଅଞ୍ଚଳରେ ନାବାଳିକା ଗଣବଳତ୍କାର ଘଟଣା ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତନାଘନା...

ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର: ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର

ବାଲେଶ୍ୱର ଅଫିସ, ୪।୭- ବାଲେଶ୍ୱର ଜିଲା ରେମୁଣା ତହସିଲ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ଓ ପ୍ରାକ୍‌ ଐତିହାସିକ ସଭ୍ୟତାର ସନ୍ଧାନ ମିଳିଛି। ମୟୂରଭଞ୍ଜ ଓ...

ଜଳେଶ୍ବରରୁ ୧ କେଜି ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡ଼େଶ୍ବରପୁର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ୧ କେଜି ବ୍ରାଉନ ସୁଗାର ଜବତ ହୋଇଛି। ଘଟଣାରେ...

Advertisement
Archives

Model This Week