ସ୍ଥାୟୀ ହେବାରୁ ବଞ୍ଚିତ ଭିଜିଲାନ୍ସର ୬୮ କର୍ମଚାରୀ

ଢେଙ୍କାନାଳ ଅଫିସ, ୨୧ା୧୦:ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ରାଜ୍ୟ ସରକାର ଐତିହାସିକ ନିଷ୍ପତ୍ତି ନେଇଥିବା କହୁଥିବାବେଳେ ଭିଜିଲାନ୍ସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୧୮ବର୍ଷ ଧରି ଠିକାରେ କାର୍ଯ୍ୟରତ ୬୮ କର୍ମଚାରୀ ସ୍ଥାୟୀ ହେବାରୁ ବଞ୍ଚତ୍ତ ହୋଇଛନ୍ତି। ଏହାର ପ୍ରତିବାଦରେ ବିଭିନ୍ନ ଜିଲା ଶାଖାରେ କାର୍ଯ୍ୟରତ ସମ୍ପୃକ୍ତ କର୍ମଚାରୀମାନେ କଟକସ୍ଥିତ ଭିଜିଲାନ୍ସ ନିର୍ଦ୍ଦେଶାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚାକିରି ସ୍ଥାୟୀ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ସେମାନେ ଆଲୋଚନା ମଧ୍ୟ କରିଛନ୍ତି। ତେବେ ବର୍ଦ୍ଧିତ ଦରମାକୁ ବକେୟା ଭାବେ ନଭେମ୍ବର ୨୦୨୨ଠାରୁ ଗ୍ରହଣ କରାଯିବ ଏବଂ ସ୍ଥାୟୀ କରିବା ପାଇଁ ସରକାର ଯେତେବେଳେ ନିଷ୍ପତ୍ତି ନେବେ ତାହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଆଶ୍ୱାସନା ମିଳିଥିବା ସମ୍ପୃକ୍ତ କର୍ମଚାରୀମାନେ ସୂଚନା ଦେଇଛନ୍ତି। ଠିକା କର୍ମଚାରୀଙ୍କ ପ୍ରତିନିଧି ଭାବେ ବିଭୂତି ଭୂଷଣ ବେହେରା, ରାଜକିଶୋର ସାହୁ, ସନ୍ତୋଷ ମହାନ୍ତି, ସନ୍ତୋଷୀ ପଣ୍ଡା, ରୋଜାଲିନ ପଟ୍ଟନାୟକ ପ୍ରମୁଖ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ନିର୍ମଳ ଦାସ, ସନ୍ତୋଷ ମହାନ୍ତି, ଧ୍ରୁବେନ୍ଦ୍ର ପାତ୍ର, ଶିବ ପ୍ରସାଦ ପ୍ରଧାନ, ଜି. ସୂର୍ଯ୍ୟପ୍ରକାଶ ପ୍ରମୁଖ ଗୁରୁବାର ମୁଖ୍ୟମନ୍ତ୍ରୀ, ଅତିରିକ୍ତ ସଚିବ, ଗୃହ ବିଭାଗ, ମୁଖ୍ୟ ସଚିବ, ଅର୍ଥ ବିଭାଗ ଏବଂ ଅତିରିକ୍ତ ସଚିବ (ସାଧାରଣ ପ୍ରଶାସନ) ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଏ ସଂକ୍ରାନ୍ତ ଦାବିପତ୍ର ପ୍ରଦାନ କରିଛନ୍ତି।
ସମ୍ପୃକ୍ତ କର୍ମଚାରୀମାନେ କହିଛନ୍ତି, ରାଜ୍ୟ ସରକାର ଚୁକ୍ତିଭିତ୍ତିକ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଥିବା କହୁଛନ୍ତି। ଏହାକୁ ଯଦି ୨୦୧୩ଠାରୁ ଲାଗୁ କରାଗଲା, ତେବେ ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ଯେଉଁମାନେ ବିଭିନ୍ନ ବିଭାଗରେ ଠିକାରେ କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କ ଭବିଷ୍ୟତ କ’ଣ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୦୪ରୁ ୨୦୧୩ ମଧ୍ୟରେ ଭିଜିଲାନ୍ସ ବିଭାଗ ଦ୍ୱାରା ୪୦ ଜୁନିୟର ଷ୍ଟେନୋ, ୧୩ ଆସିଷ୍ଟାଣ୍ଟ ଡ୍ରାଇଭର ଏବଂ ୧୫ ଆଟେଣ୍ଡାଣ୍ଟ ରାଜ୍ୟର ବିଭିନ୍ନ ଜିଲାରେ ପର୍ଯ୍ୟାୟକ୍ରମେ ଠିକାରେ ନିଯୁକ୍ତି ପାଇଥିଲେ। ୬ବର୍ଷ ପରେ ସେମାନଙ୍କ ନିଯୁକ୍ତି ସ୍ଥାୟୀ ହେବ ବୋଲି ସରକାରୀ ନିୟମ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଭୁଲ ଯୋଗୁ ଏଥିରୁ କର୍ମଚାରୀମାନେ ବଞ୍ଚତ୍ତ ହୋଇଛନ୍ତି। ୨୦୨୨ ଅକ୍ଟୋବର ୧୬ରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଘୋଷଣା ପରେ କର୍ମଚାରୀ ମହଲରେ ଖୁସିର ଲହରି ଖେଳିଯାଇଥିଲା। କିନ୍ତୁ ଭିଜିଲାନ୍ସ ବିଭାଗର ଠିକା କର୍ମଚାରୀ ଏଥିରୁ ବଞ୍ଚତ୍ତ ହୋଇଥିବା ଜଣାପଡ଼ିଛି। ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେମାନେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri