ଢେଙ୍କାନାଳ ଅଫିସ, ୨୧ା୧୦:ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରି ରାଜ୍ୟ ସରକାର ଐତିହାସିକ ନିଷ୍ପତ୍ତି ନେଇଥିବା କହୁଥିବାବେଳେ ଭିଜିଲାନ୍ସ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ୧୮ବର୍ଷ ଧରି ଠିକାରେ କାର୍ଯ୍ୟରତ ୬୮ କର୍ମଚାରୀ ସ୍ଥାୟୀ ହେବାରୁ ବଞ୍ଚତ୍ତ ହୋଇଛନ୍ତି। ଏହାର ପ୍ରତିବାଦରେ ବିଭିନ୍ନ ଜିଲା ଶାଖାରେ କାର୍ଯ୍ୟରତ ସମ୍ପୃକ୍ତ କର୍ମଚାରୀମାନେ କଟକସ୍ଥିତ ଭିଜିଲାନ୍ସ ନିର୍ଦ୍ଦେଶାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚାକିରି ସ୍ଥାୟୀ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ସେମାନେ ଆଲୋଚନା ମଧ୍ୟ କରିଛନ୍ତି। ତେବେ ବର୍ଦ୍ଧିତ ଦରମାକୁ ବକେୟା ଭାବେ ନଭେମ୍ବର ୨୦୨୨ଠାରୁ ଗ୍ରହଣ କରାଯିବ ଏବଂ ସ୍ଥାୟୀ କରିବା ପାଇଁ ସରକାର ଯେତେବେଳେ ନିଷ୍ପତ୍ତି ନେବେ ତାହାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଆଶ୍ୱାସନା ମିଳିଥିବା ସମ୍ପୃକ୍ତ କର୍ମଚାରୀମାନେ ସୂଚନା ଦେଇଛନ୍ତି। ଠିକା କର୍ମଚାରୀଙ୍କ ପ୍ରତିନିଧି ଭାବେ ବିଭୂତି ଭୂଷଣ ବେହେରା, ରାଜକିଶୋର ସାହୁ, ସନ୍ତୋଷ ମହାନ୍ତି, ସନ୍ତୋଷୀ ପଣ୍ଡା, ରୋଜାଲିନ ପଟ୍ଟନାୟକ ପ୍ରମୁଖ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ଭିଜିଲାନ୍ସ ବିଭାଗରେ କାର୍ଯ୍ୟରତ ନିର୍ମଳ ଦାସ, ସନ୍ତୋଷ ମହାନ୍ତି, ଧ୍ରୁବେନ୍ଦ୍ର ପାତ୍ର, ଶିବ ପ୍ରସାଦ ପ୍ରଧାନ, ଜି. ସୂର୍ଯ୍ୟପ୍ରକାଶ ପ୍ରମୁଖ ଗୁରୁବାର ମୁଖ୍ୟମନ୍ତ୍ରୀ, ଅତିରିକ୍ତ ସଚିବ, ଗୃହ ବିଭାଗ, ମୁଖ୍ୟ ସଚିବ, ଅର୍ଥ ବିଭାଗ ଏବଂ ଅତିରିକ୍ତ ସଚିବ (ସାଧାରଣ ପ୍ରଶାସନ) ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଏ ସଂକ୍ରାନ୍ତ ଦାବିପତ୍ର ପ୍ରଦାନ କରିଛନ୍ତି।
ସମ୍ପୃକ୍ତ କର୍ମଚାରୀମାନେ କହିଛନ୍ତି, ରାଜ୍ୟ ସରକାର ଚୁକ୍ତିଭିତ୍ତିକ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିଥିବା କହୁଛନ୍ତି। ଏହାକୁ ଯଦି ୨୦୧୩ଠାରୁ ଲାଗୁ କରାଗଲା, ତେବେ ୨୦୦୪ରୁ ୨୦୧୨ ପର୍ଯ୍ୟନ୍ତ ଯେଉଁମାନେ ବିଭିନ୍ନ ବିଭାଗରେ ଠିକାରେ କାର୍ଯ୍ୟ କରି ଆସୁଛନ୍ତି ସେମାନଙ୍କ ଭବିଷ୍ୟତ କ’ଣ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୦୪ରୁ ୨୦୧୩ ମଧ୍ୟରେ ଭିଜିଲାନ୍ସ ବିଭାଗ ଦ୍ୱାରା ୪୦ ଜୁନିୟର ଷ୍ଟେନୋ, ୧୩ ଆସିଷ୍ଟାଣ୍ଟ ଡ୍ରାଇଭର ଏବଂ ୧୫ ଆଟେଣ୍ଡାଣ୍ଟ ରାଜ୍ୟର ବିଭିନ୍ନ ଜିଲାରେ ପର୍ଯ୍ୟାୟକ୍ରମେ ଠିକାରେ ନିଯୁକ୍ତି ପାଇଥିଲେ। ୬ବର୍ଷ ପରେ ସେମାନଙ୍କ ନିଯୁକ୍ତି ସ୍ଥାୟୀ ହେବ ବୋଲି ସରକାରୀ ନିୟମ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଭୁଲ ଯୋଗୁ ଏଥିରୁ କର୍ମଚାରୀମାନେ ବଞ୍ଚତ୍ତ ହୋଇଛନ୍ତି। ୨୦୨୨ ଅକ୍ଟୋବର ୧୬ରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଘୋଷଣା ପରେ କର୍ମଚାରୀ ମହଲରେ ଖୁସିର ଲହରି ଖେଳିଯାଇଥିଲା। କିନ୍ତୁ ଭିଜିଲାନ୍ସ ବିଭାଗର ଠିକା କର୍ମଚାରୀ ଏଥିରୁ ବଞ୍ଚତ୍ତ ହୋଇଥିବା ଜଣାପଡ଼ିଛି। ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସେମାନେ ଜଣାଇଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ View All
ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର
ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...
ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି
ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...
ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…
ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...
କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ
ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...
୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…
ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...
୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ
ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...
ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ
ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...
୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ
ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...
Archives


