Posted inଫୁରସତ

ସ୍ଥାପତ୍ୟ କହେ କରୁଣ କାହାଣୀ

ମାନବ ଇତିହାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉଛି ଏକ କଳଙ୍କିତ ଅଧ୍ୟାୟ। ଏହା ନେଇଥିଲା ଲକ୍ଷ ଲକ୍ଷ ନିରୀହ ଜୀବନ। ଉଭୟ ନାଜି ଓ ସୋଭିଏଟ ୟୁନିୟନ୍‌ ନିଷ୍ଠୁର ଗଣହତ୍ୟା ଓ ନୃଶଂସକାଣ୍ଡମାନ ଘଟାଇଥିଲେ। ତାହା ମଧ୍ୟରେ ଗୋଟିଏ ଘଟଣା ଥିଲା ଅତ୍ୟନ୍ତ ହୃଦୟ ବିଦାରକ, ଯାହାକୁ ନାଜିମାନେ ଘଟାଇଥିଲେ। ଚେକୋସ୍ଲୋଭାକିଆ(ବର୍ତ୍ତମାନର ଚେକ୍‌ ରିପବ୍ଲିକ୍‌ ଅନ୍ତର୍ଗତ)ର ଲିଡିସ୍‌ ଗ୍ରାମର କୁନି କୁନି ପିଲା ଏହି ଯୁଦ୍ଧରେ ବଳି ପଡିଯାଇଥିଲେ। ସେତେବେଳେ ନାଜିମାନେ ପୋଲାଣ୍ଡର ଏହି ଗ୍ରାମରେ କ୍ୟାମ୍ପ କରି ମାନବୀୟ ସଫେଇ ନାମରେ ମାସ୍‌ କିଲିଂ କରୁଥିଲେ। ନାଜିର ଜଣେ ଅଫିସର ରିନ୍‌ହାର୍ଡ ହେଡ୍ରିଚ୍‌ଙ୍କ ହତ୍ୟା ପରେ ହିଟଲର୍‌ ଚେକୋସ୍ଲୋଭାକିଆରେ ଗଣହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଁଗୁଡିକୁ ପୁରୁଷ ଶୂନ୍ୟ କରିବା ସହ ମହିଳା ଓ ପିଲାଙ୍କୁ ଅଲଗା ଅଲଗା କ୍ୟାମ୍ପରେ ରଖାଯାଇଥିଲା। ୧୯୪୨ରେ ତ ନାଜିମାନେ ଲିଡିସ୍‌ ଗ୍ରାମର ପ୍ରାୟ ଅଧିବାସୀଙ୍କୁ ହତ୍ୟା କରିଥିଲେ। ସେଥିରେ ୧୭୩ ପୁରୁଷ ଥିଲେ। ୧୮୪ ମହିଳା ଓ ୮୮ ପିଲାଙ୍କୁ ନେଇ ଯାଇଥିଲେ। କିଛି ପିଲାଙ୍କୁ ଜର୍ମାନ କରିଦିଆଯାଇଥିଲା। ଆଉ ବାକି ୮୨ ପିଲାଙ୍କୁ ଅତି ନିଷ୍ଠୁରଭାବେ ବିଷାକ୍ତ ଗ୍ୟାସ୍‌ ଦେଇ ହତ୍ୟା କରାଯାଇଥିଲା। ଗୋଟିଏ ଥରରେ ଏତେ ସଂଖ୍ୟକ ପିଲାଙ୍କୁ ଏତେ ନିର୍ମମଭାବେ କରାଯାଇଥିବା ଏହି ହତ୍ୟାକୁ ଇତିହାସରେ ଏକ କଳା ଅଧ୍ୟାୟଭାବେ ବିବେଚନା କରାଯାଏ। ୧୯୮୦ରେ ଏହି ମର୍ମନ୍ତୁଦ ଘଟଣାକୁ ମ୍ୟାରୀ ଉଚିତୋଲୋଭା ନାମ୍ନୀ ସ୍ଥପତି ସ୍ଥାପତ୍ୟର ରୂପ ଦେବାକୁ ଚାହିଁଥିଲେ। ଏହାକୁ ସେ ଯୁଦ୍ଧରେ ମୃତ୍ୟୁବରଣ କରିଥିବା ୧୩ ମିଲିୟନ ପିଲାଙ୍କ ସ୍ମାରକୀଭାବେ ଗଢିବା ଆରମ୍ଭ କରିଥିଲେ। ତେବେ ଆରମ୍ଭ କରିବା ପୂର୍ବରୁ ମୃତ୍ୟୁବରଣ କରିଥିବା ପିଲାଙ୍କ ମା’, ଯେଉଁମାନେ କି ସେ ସମୟରେ ବଞ୍ଚିଯାଇଥିଲେ, ତାଙ୍କଠାରୁ ଗଣହତ୍ୟାରେ ଶିକାର ସେମାନଙ୍କ ପିଲା ଦେଖିବାକୁ କିଭଳି ଥିଲେ ବୁଝିଥିଲେ। ହେଲେ ସେ କେବଳ ପ୍ଲାଷ୍ଟରର ମୂର୍ତ୍ତି ଗଢିଥିବାବେଳେ ୧୯୮୯ରେ ମୃତ୍ୟୁବରଣ କଲେ। ପରେ ତାଙ୍କ ସ୍ବାମୀ ଜିରି ହାମ୍ପେଲ ବ୍ରୋଞ୍ଜ ଢଳେଇ କରି ସ୍ଥାପତ୍ୟକୁ ସମ୍ପୂର୍ଣ୍ଣ କରିଥିଲେ। ଏହା ଶେଷ ହେବାକୁ ୨୦ ବର୍ଷ ଲାଗିଗଲା। ୨୦୦୦ ମସିହାରେ ସମ୍ପୂର୍ଣ୍ଣ ହେଲା। ତେବେ ଆଜି ବି ଏହି ସ୍ଥାପତ୍ୟକୁ ଦେଖିଲେ କୁନି କୁନି ପିଲାଙ୍କ ଯନ୍ତ୍ରଣାର କାହାଣୀ ତାଜା ହୋଇଉଠେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri