Posted inଖେଳ

‘ସ୍ତ୍ରୀ ଅବା ବାନ୍ଧବୀଙ୍କୁ ଦାୟୀ କରା ନ ଯାଉ’

ନୂଆଦିଲ୍ଲୀ, ୮।୫-ପୁରୁଷ କ୍ରୀଡ଼ାବିତ୍‌ଙ୍କ ପାଇଁ ମହିଳାମାନେ ସାଧାରଣତଃ ପ୍ରତିବନ୍ଧକ ବୋଲି ବିବେଚନା କରାଯାଏ, ଶକ୍ତି ଭାବରେ ନୁହେଁ। ବିଶେଷକରି ଉପମହାଦେଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଭାରତୀୟ ମହିଳା ଟେନିସ ତାରକା ସାନିଆ ମିର୍ଜା ପ୍ରକାଶ କରିଛନ୍ତି। ଯଦି ଜଣେ ପୁରୁଷ କ୍ରୀଡ଼ାବିତ୍‌ ଭଲ ପ୍ରଦର୍ଶନ କରି ନ ପାରେ ତେବେ ତାଙ୍କ ସ୍ତ୍ରୀ କିମ୍ବା ବାନ୍ଧବୀଙ୍କୁ କାହିଁକି ଦାୟୀ କରାଯାଏ ତାହା ବୁଝି ହୁଏନି ବୋଲି ସାନିଆ କହିଛନ୍ତି ।
ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ପ୍ରଶଂସା କରିଛନ୍ତି ସାନିଆ। କାରଣ ଷ୍ଟାର୍କ ଅଷ୍ଟ୍ରେଲିଆ ପକ୍ଷରୁ ଏକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ପରିବର୍ତ୍ତେ ଚଳିତ ବର୍ଷ ପ୍ରାରମ୍ଭରେ ସ୍ତ୍ରୀ ଆଲିସା ହିଲିଙ୍କ ମହିଳା ଟି୨୦ ବିଶ୍ୱକପ ଫାଇନାଲ ଦେଖିବାକୁ ପସନ୍ଦ କରିଥିଲେ। ଉପମହାଦେଶରେ ଏପରି କେହି କରିଥିଲେ ତାଙ୍କୁ ‘ଜୋରୁ କା ଗୁଲାମ’ କୁହାଯାଇଥାନ୍ତା ବୋଲି ସାନିଆ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସ୍ବାମୀ ତଥା ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କ ସହ ବିଭିନ୍ନ ଟୁର୍‌ରେ ଯିବାବେଳେ ସାନିଆଙ୍କୁ ସମାଲୋଚନାର ସରବ୍ୟ ହେବାକୁ ପଡ଼ିଥିଲା । ସେହିପରି ଇଣ୍ଡିଆନ ପ୍ରିିମିୟର ଲିଗ୍‌ ଏବଂ ଅନ୍ୟ ବିଦେଶ ଟୁର୍‌ ସମୟରେ ବିରାଟ କୋହଲିଙ୍କ ସହିତ ଯାଉଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ”ଅନୁଷ୍କା ଓ ମୁଁ ସମାନ ପରିସ୍ଥିତିର ସମ୍ମୁଖୀନ ହେଉଛୁ। ଆମେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛୁ। ଯେତେବେଳେ ସ୍ବାମୀମାନେ ଭଲ ପ୍ରଦର୍ଶନ କରନ୍ତି ଏହାର ଶ୍ରେୟ ତାଙ୍କୁ ଦିଆଯାଏ। ମାତ୍ର ସେମାନେ ଖରାପ ଖେଳନ୍ତି ସେତେବେଳେ ଆମମାନଙ୍କୁ ଦାୟୀ କରାଯାଏ। ଏହା କିପରି କାର୍ଯ୍ୟ ବୁଝିହେଉନି“ ବୋଲି ସାନିଆ କହିଛନ୍ତି। ଆମେମାନେ ହାଲ୍‌କାଭାବେ ନେଉଥିଲେ ହେଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସ୍ତ୍ରୀ କିମ୍ବା ଗର୍ଲଫ୍ରେଣ୍ଡମାନଙ୍କୁ କେବେହେଲେ ମନୋବଳ ବୃଦ୍ଧିକାରୀ କିମ୍ବା ଶକ୍ତିଭାବେ ବିବେଚନା କରାଯାଉ ନାହିଁ। ସାଥିରେ ସ୍ତ୍ରୀ କିମ୍ବା ଗର୍ଲଫ୍ରେଣ୍ଡ ଅଛନ୍ତି ମାନେ ସେମାନେ ନିଶ୍ଚିତ ରାତ୍ରଭୋଜନ ପାଇଁ ଯାଇଥିବେ ବୋଲି ଚିନ୍ତା କରାଯାଏ, ଯାହାର କିଛି ମାନେ ନାହିଁ ବୋଲି ସାନିଆ କହିଛନ୍ତି। ଷ୍ଟାର୍କ ଯେତେବେଳେ ସ୍ତ୍ରୀଙ୍କ ବିଶ୍ୱକପ ଫାଇନାଲ ଦେଖିବାକୁ ଆସିଲେ ସେତେବେଳେ ସମସ୍ତେ ତାଙ୍କୁୁ ପ୍ରଶଂସା କରିଥିଲେ। ସୋଏବ ମୋ ପାଇଁ ତାହା କରିଥାନ୍ତି ବୋଲି ୬ ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ସାନିଆ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri