Posted inରାଜ୍ୟ

ସ୍ତ୍ରୀଙ୍କୁ ପିଟି ହତ୍ୟା କଲେ ସ୍ବାମୀ

ଟାଙ୍ଗୀ(ଖୋର୍ଦ୍ଧା),୨୫ା୧(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣର ମାନସିଂହପୁର ଗ୍ରାମ ଗୋପବନ୍ଧୁ ସାହିରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାଗ୍ରସ୍ତ ସ୍ବାମୀ ପିଟି ପିଟି ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଏ ନେଇ ମୃତା ମହିଳାଙ୍କ ବାପଘର ଲୋକେ ଅଭିଯୋଗ ପରେ ପୋଲିସ ୨୦/୨୦ରେ ହତ୍ୟା ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ୧୫ ବର୍ଷ ପୂର୍ବେ ଗ୍ରାମର ବନମାଳୀ ବେହେରା ପୁରୀ ଜିଲା କଣାସ ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତ ଜାଗୁଳେଇପଦର ଗ୍ରାମର ଦୁର୍ଯ୍ୟୋଧନ ବେହେରାଙ୍କ ବଡଝିଅ ବୁଲିଙ୍କୁ ବିବାହ କରିଥିଲେ। ତାଙ୍କର ୯ବର୍ଷର ପୁଅ ଓ ୭ ବର୍ଷର ଝିଅ ରହିଛି। ବନମାଳୀ ଅଧିକାଂଶ ସମୟରେ ନିଶା ସେବନ କରି ଘରକୁ ଆସୁଥିଲେ। ଗୁରୁବାର ରାତିରେ ସେ ନିଶାସକ୍ତ ଅବସ୍ଥାରେ ଘରକୁ ଆସି କୌଣସି କାରଣରୁ ସ୍ତ୍ରୀଙ୍କୁ ପିଟି ପିଟି ଲହୁଲୁହାଣ କରି ଦେଇଥିଲେ। କିଛି ସମୟ ମଧ୍ୟରେ ବୁଲିଙ୍କର ମୃତ୍ୟୁ ଘଟିଥିଲା। ପରେ ହତ୍ୟାକାରୀ ସ୍ବାମୀ ବନମାଳୀ ଘରେ ତାଲା ପକାଇ କୁଆଡେ ଫେରାର ହୋଇଯାଇଥିଲେ। ଖବର ପାଇ ବୁଲିଙ୍କ ବାପଘର ଲୋକେ ଶୁକ୍ରବାର ମାନସିଂହପୁରରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ସେମାନେ ଏ ନେଇ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ଟାଙ୍ଗୀ ଥାନାଧିକାରୀ ସରୋଜ କୁମାର ଉପାଧ୍ୟାୟ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ପୋଲିସ ପହଞ୍ଚତ୍ ତଦନ୍ତ ଜାରିରଖିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଯାଇଥିବା ବେଳେ ବନମାଳୀ ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆୟୁଷ୍ମାନ ଯୋଜନାର ମିଛ ଧରାପଡ଼ିଛି: ବିଜେଡି

ଭୁବନେଶ୍ବର,୩ା୨(ବ୍ୟୁରୋ):ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) କାର୍ଯ୍ୟକାରୀ କରୁଛନ୍ତି। କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଓଡ଼ିଶା ପୋଲିସକୁ ପ୍ରଶଂସା କଲେ ବିପିନ ରାଓ୍ବତ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ସୁରକ୍ଷାର ଅଗ୍ରଦୂତ ହେଉଛି ପୋଲିସ। ଯେକୌଣସିି ସଙ୍କଟ କାଳରେ ସରକାରଙ୍କ ସବୁଠାରୁ ଅଧିକ ଦୃଶ୍ୟମାନ ଓ ପ୍ରଥମ ପ୍ରତିକ୍ରିୟା ଦେଉଥିବା ପ୍ରତିନିଧି ହେଉଛି ପୋଲିସ...

ପେନ୍‌ସନ୍‌ ଉଠାଇ ଫେରିବା ସମୟରେ ମହିଳାଙ୍କଠାରୁ ଲୁଟ୍‌

ନିଶ୍ଚିନ୍ତକୋଇଲି,୪।୧(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନରେ ଦିନକୁ ଦିନ ଲୁଟେରାମାନଙ୍କର ଦୌରାତ୍ମ୍ୟ ଦେଖିବାକୁ ମିଳୁଛି। ଏକ ନିର୍ଦ୍ଦିଷ୍ଟ କଳା ପଲ୍‌ସରରେ ଲୁଟେରାମାନେ ବ୍ୟାଙ୍କରୁ ଟଙ୍କା...

ରାଜ୍ୟରୁ ପୁଣି ଜଣେ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୭।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୨୪କୁ ବୃଦ୍ଧି ପାଇଛି। ମୃତକ ଜଣକ ଢେଙ୍କାନାଳ...

ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ୯ ଜିଲାପାଳ

ଭୁବନେଶ୍ୱର,୨୨ା୬(ବ୍ୟୁରୋ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏଥିରେ ଉଭୟ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଏବଂ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)...

‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି’

କେନ୍ଦୁଝର/ହାଟଡିହୀ, ୨୦।୨  (ସ୍ବ.ପ୍ର./ଡିି.ଏନ.ଏ.) ‘ମୁଁ ପୋଲିସ, ଯାହା ଇଚ୍ଛା ତାହା କରିବି। ଯେଉଁଠି ଚାହିଁବି ସେଠି ପଶିବି। ପରିବାରର ସମସ୍ତଙ୍କୁ ବାନ୍ଧି ଜେଲ ପଠେଇ ଦେବି।...

‘ଡିଜେ ଆଜେକ୍ସ’ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଲୋକପ୍ରିୟ ଓଡ଼ିଆ ଡିଜେ ‘ଡିଜେ ଆଜେକ୍ସ’ ଓରଫ ଅକ୍ଷୟ କୁମାରଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖାରବେଳନଗରସ୍ଥିତ ନିଜ ଘରୁ ତାଙ୍କ ଝୁଲନ୍ତା...

ଗଞ୍ଜାମ ଜିଲା ପ୍ରଶାସନର ଅଭିନବ ପଦକ୍ଷେପ: ଲକ୍‌ଡାଉନ୍‌ ସମୟରେ ସୋସିଆଲ ମିଡିଆରେ ରାଜ୍ୟସ୍ତରୀୟ ଡ୍ୟାନ୍ସିଂ ପ୍ରତିଯୋଗିତା, ୨୫ରୁ ଆରମ୍ଭ

ଛତ୍ରପୁର, ୧୮।୪(ଡି.ଏନ୍‌.ଏ.): କରୋନା ନେଇ ଲକ୍‌ଡାଉନ ସମୟରେ ଡ୍ରଇଂ, ପୋଷ୍ଟର, ପେଣ୍ଟିଙ୍ଗ ପ୍ରତିଯୋଗିତା ଏବଂ ଫଟୋସପ୍‌ ଶିକ୍ଷା ଆଦି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆୟୋଜନ...

Advertisement
Archives

Model This Week