ସ୍କୁଟି ସହ ଦେଶୀମଦ ଜବତ, ୪ ଗିରଫ

ଦିଗପହଣ୍ଡି(ଡି.ଏନ୍‌.ଏ.)/ପାଟପୁର,୧୭ା୪- ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ଗୁପ୍ତେଶ୍ୱର ଶୈବପୀଠ ସମ୍ମୁଖରୁ ଦିଗପହଣ୍ଡି ପୋଲିସ ଗୁରୁବାର ସ୍କୁଟି (ନଂ.ଓଡି୦୭ଟି-୯୫୩୮) ସହ ୨୫୦ ଦେଶୀମଦ ପାଉଚ ଜବତ କରିଛି। ଦେଶୀମଦ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୋଗରେ ଦିଗପହଣ୍ଡି ସୁନାରିସାହିର ସୀମାଞ୍ଚଳ ଚୌଧୁରୀ, ଫୁଲସୁନ୍ଦରୀ ସାହିର ଜଗା ବାଡତ୍ୟାଙ୍କୁ ଗିରଫ କରି ଶୁକ୍ରବାର ଥାନା ମାମଲା ନଂ.୮୩/୨୦ରେ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଦ୍ୱୟଙ୍କୁ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ସେହିପରି ପାଟପୁର ଥାନା କଣ୍ଟାବାଉଁଶ ଓ ପୀତାମ୍ବରପଲ୍ଲୀ ଗ୍ରାମରେ ପାଟପୁର ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଚଢ଼ାଉ କରି ୧୩୦ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି l ସେମାନେ ହେଲେ କଣ୍ଟାବାଉଁଶ ଗ୍ରାମର ରାଇବାରିଆ ରଇତ ଓ ପୀତାମ୍ବରପଲ୍ଲୀର ହାଡୁ ମଲିକ।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ କ୍ରାନ୍ତି ଦିବସ ପାଳିତ: ‘ସଂଗ୍ରାମୀଙ୍କ ପଥ ଅନୁସରଣ କର’

ଭୁବନ, ୯।୮(ଡି.ଏନ.ଏ.)-ଭୁବନ ହେଉଛି ସଂଗ୍ରାମୀଙ୍କ ମାଟି। ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ସ୍ବାଧୀନତା ସଂଗ୍ରାମ ଇତିହାସରେ ଲିପିବଦ୍ଧ। ଏହି ମାଟିର ସନ୍ତାନ ହୋଇ ଆମେ...

ଓଜେଇଇ ଇଣ୍ଟିଗ୍ରେଟେଡ ଏମ୍‌ବିଏ ଟପ୍ପର ବଡବିଲ ଝିଅ ସ୍ବୀକୃତି

ବଡବିଲ, ୧୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲର ଝିଅ ସ୍ବୀକୃତି ମହାପାତ୍ର ଓଜେଇଇ ଇଣ୍ଟିଗ୍ରେଟେଡ ଏମବିଏରେ ର଼୍ୟାଙ୍କ ୱାନରେ ରହି ଟପ୍ପର ହେବାର ସୌଭାଗ୍ୟ ହାସଲ କରିଛନ୍ତି।...

କରୋନା ପ୍ରଭାବ: ଖାଦ୍ୟ ସଙ୍କଟରେ ଯାଯାବର ପରିବାର

କେନ୍ଦୁଝର, ୨୮ା୩ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ପାଇଁ ଲକ ଡାଉନ ଘୋଷଣା, ଅନେକ ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଇଛି। ଲକ ଡାଉନ୍‌ ଘୋଷଣା ହେବା ପରେ ପ୍ଲାଷ୍ଟର...

ଗଞ୍ଜାମରେ ଭାରତ ବନ୍ଦର ପ୍ରଭାବ

ଗଞ୍ଜାମ,୨୬।୩ (ଡି.ଏନ୍‌.ଏ.): ସଂଯୁକ୍ତ କିସାନ ମୋର୍ଚ୍ଚା ଆହ୍ବାନକ୍ରମେ କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନ ବିରୋଧରେ ଶୁକ୍ରବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାର...

ରାତି ପାହିଲେ ଗଛ ଚିନ୍ତା

ଭଦ୍ରକ ଅଫିସ,୧୧।୯-ପେସା ଶିକ୍ଷକତା, ନିଶା ସବୁଜବନାନୀ ସୃଷ୍ଟି କରିବା। ଶିକ୍ଷକତା ସମୟକୁ ବାଦ୍‌ ଦେଇ ଅନ୍ୟ ସମୟରେ ଗଛ ଲଗାଇଥାନ୍ତି। ତାଙ୍କର ଏଭଳି ରୁଚି ପାଇଁ...

କଳିଙ୍ଗା ଘାଟିରେ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ: ଚାଳକ ସମେତ ହେଲ୍ପର ମୃତ

ଭଞ୍ଜନଗର,୧୮।୫(ଡି.ଏନ୍‌.ଏ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟିରେ ଶନିବାର ସକାଳେ ପାଣି ବୋତଲ ବୋଝେଇ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗାଡ଼ି...

ଦେଢ଼ଲକ୍ଷରେ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ, ଲଡ଼ୁ ନିଲାମ

ତାଳଚେର, ୯ା୭(ନି.ପ୍ର.)- ତାଳଚେର ଭଜନସନ୍ଧ୍ୟା କମିଟି ପକ୍ଷରୁ ସୋମବାର ହେରା ପଞ୍ଚମୀ ଉପଲକ୍ଷେ ମା’ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଓ ଲଡୁ ନିଲାମ କରାଯାଇଥିଲା। ମୁଖ୍ୟଅତିଥି ଭାବେ...

ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ

ବରଗଡ଼ ଅଫିସ୍‌,୧୪।୧୨: ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମାଣ୍ଡୋସିଲ ଧାନ କ୍ରୟକେନ୍ଦ୍ର(ମଣ୍ଡି)ରୁ ମଙ୍ଗଳବାର ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଛି। ଜବତ...

Advertisement


Archives

Model This Week