ସ୍କୁଟିକୁ ଧକ୍କାଦେଇ ବସ୍‌ ଫେରାର: ୧ମୃତ,ଜଣେ ଗୁରୁତର

ରସୁଲପୁର,୨୩।୮(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ୧୬ନଂ. ଜାତୀୟ ରାଜପଥରେ ଶୁକ୍ରବାର ସକାଳେ ଏକ ଦୁର୍ଘଟଣା ଘଟିଛି। ବସ୍‌ ସ୍କୁଟିକୁ ଧକ୍କାଦେବାରୁ ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃୃତକ ହେଲେ ସ୍କୁଟି ଚାଳକ ତଥା କୃପାସିନ୍ଧୁ ବେହେରାଙ୍କ ପୁଅ ଶଶିକାନ୍ତ (୨୭)। ଗୁରୁତର ହେଲେ ଦେବେନ୍ଦ୍ର ସାହୁ (୩୦)। ଉଭୟଙ୍କ ଘର ବାରିପଦାସ୍ଥିତ ସାନକେରକୋରା ଅଞ୍ଚଳରେ ବୋଲି ଜଣାପଡିଛି।
ସୂଚନାଯେଗ୍ୟ, ଶଶିକାନ୍ତ ଓ ଦେବେନ୍ଦ୍ର ଏକ ସ୍କୁଟିରେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଗୋପାଳପୁର ଛକ ନିକଟରେ ସେମାନଙ୍କ ସ୍କୁଟିକୁ ଏକ ବସ୍‌ ଧକ୍କା ଦେଇଥିଲା। ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶଶିକାନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣା ଘଟାଇଥିବା ବସ୍‌ ଫେରାର ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଚିଲିକା, ସୌନ୍ଦର୍ଯ୍ୟ କମୁଛି

ଛତ୍ରପୁର,୮।୬(ଡି.ଏନ୍‌.ଏ.): ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଓ ଚିଙ୍ଗୁଡ଼ି ଚାଷ ଲାଗି ହ୍ରଦର ସୌନ୍ଦର୍ଯ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଏଥିନେଇ ଏହାକୁ ଉଚ୍ଛେଦ...

ଚାନ୍ଦପଶି ନିକଟରେ ଦୁଇ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଦୁଇ ଚାଳକ ମୃତ

କେନ୍ଦୁଝର,୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଗୋପାଳପୁର ଚାନ୍ଦପଶି ନିକଟ ୨୦ନଂ ଏନ୍‌ଏଚ୍‌ରେ ଶନିବାର ବିଳମ୍ବିତ ରାତିରେ ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ...

ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର କଢ଼ି

ସୋନପୁର,୧୦ା୮(ନି.ପ୍ର.): ବାଲ୍ୟ ବିବାହ ସଚେତନଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର କଢିର ସୁଟିଂ ସରିଛି। କିଛି ଦିନ ଧରି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର ବିଭିନ୍ନ ସ୍ଥାନରେ ଏହି...

ମହାପ୍ରଭୁଙ୍କ ପାଇଁ ଗଢ଼ାସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୯ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ଶୁକ୍ଳ ଦଶମୀ ତିଥି...

୨୦ ବଛର ହେଲା ଆବେଦନ କରିଆସୁଛନ୍‌: ଭତାରୁ ବଁଚିତ୍‌ ୯୦ ବଛରିଆ ବୁରୁଧ୍‌

  ଦେଓଗାଁ,୨୮ା୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଦେଓଗଁା ବ୍ଲକ ରାମଚନ୍ଦ୍ରପୁର ପଁଚେତ୍‌ ଲୁହାଖାନା ଗଁାର ୯୦ ବଛ୍‌ରିଆ ବୁରୁଧ୍‌ ମଧୁ ପଟେଲ। ବଏସର ଶେଷ ମୁଡ଼ସାକେ ପୁହୁଁଚି...

ଗୋଟିଏ ପଦବୀ, ଦୁଇ ଅଧିକାରୀ

ଢେଙ୍କାନାଳ ଅଫିସ, ୩୦।୯ – ପଦବୀ ଗୋଟିଏ। ଦୁଇଜଣ ଅଧିକାରୀ। କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉଭୟଙ୍କ ମଧ୍ୟରେ ଦାୟିତ୍ୱ ସମ୍ଭାଳିବାକୁ ନେଇ ଚାଲିଛି ଟଣାଓଟରା। କର୍ମଚାରୀମାନେ କାହା...

ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ,୨୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ ଏକଗୋଲା ଗ୍ରାମ ଛକରେ ଥିବା ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି।...

ଖବରଦାତାଙ୍କୁ ଆକ୍ରମଣ

କେନ୍ଦୁଝର, ୨୨।୪(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ପୋଲିସ ବୁଧବାର ଲକ ଡାଉନ ପାଇଁ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଖବରଦାତାଙ୍କୁ ଆକ୍ରମଣ କରାଯାଇଛି। ଏହାକୁ ନେଇ ଟାଉନ ଥାନାରେ...

Advertisement
Archives

Model This Week