ସ୍କର୍ପିଓ ସହ ଅପହୃତ ଯୁବକ ଉଦ୍ଧାର: ୩ ଗିରଫ

ଭୁବନେଶ୍ୱର, ୯ା୧୧(ବ୍ୟୁରୋ): ଇନ୍‌ଫୋସିଟି ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ଯୁବକଙ୍କ ସମେତ ସ୍କର୍ପିଓ ଗାଡ଼ିକୁ ଶୁକ୍ରବାର ପୋଲିସ ରାଜଧାନୀ ଉପକଣ୍ଠରୁ ଉଦ୍ଧାର କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୨ଟି ବାଇକ ଓ ୪ଟି ମୋବାଇଲ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ହେଲେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳର ସକିଲ ଖାନ (୩୬) ଏବଂ ତାଙ୍କ ସହଯୋଗୀ ହେଲେ ମାହାଙ୍ଗାର ଶେଖ ତହିର ଅଲ୍ଲୀ(୩୦) ଓ ଯାଜପୁର ଜିଲା ଛତିଆ ଅଞ୍ଚଳର ସାନ୍ନିଧ୍ୟ ମହାନ୍ତି(୩୦)। ଗଞ୍ଜେଇ କାରବାରକୁ ନେଇ ସ୍କର୍ପିଓ ସମେତ ସମ୍ପୃକ୍ତ ଯୁବକଙ୍କୁ ଅପହରଣ କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି।
ସୂଚନା ମୁତାବକ, ଗତ ୬ତାରିଖରେ ନୟାଗଡ଼ ଜିଲା ଫତେଗଡ ଥାନା ଅଧୀନ ଭାପୁର ଅଞ୍ଚଳର ରବୀନ୍ଦ୍ରନାଥ ମହାନ୍ତି ଏକ ବିବାହ ପ୍ରସ୍ତୁତି କାର୍ଯ୍ୟକ୍ରମରେ ଯୋଗଦେବାକୁ କିସ୍‌ସ୍ଥିତ ଜଗନ୍ନାଥ ମନ୍ଦିରକୁ ଆସିଥିଲେ। ରବୀନ୍ଦ୍ରଙ୍କ ସାନପୁଅ ସୁନୀଲ ପରିବାର ଲୋକଙ୍କୁ ଛାଡି ସ୍କର୍ପିଓ (ନଂ. ଓଡି ୩୪ ସି ୫୨୩୦)କୁ ଗ୍ୟାରେଜରେ ମରାମତି କରିବାକୁ ନେଇ ଯାଇଥିଲେ। ମାତ୍ର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେ ନ ଫେରିବା ଓ ତାଙ୍କ ମୋବାଇଲ ଫୋନ୍‌ ବନ୍ଦ ରହିଥିବାରୁ ପରିବାର ଲୋକଙ୍କ ଚିନ୍ତା ବଢିଥିଲା। ପରେ ସୁନୀଲଙ୍କ ଫୋନ୍‌ରୁ କେତେଜଣ ଯୁବକ ଫୋନ କରି ୩ଲକ୍ଷ ଟଙ୍କା ଦେଇ ପୁଅକୁ ନେବାକୁ ଜଣାଇଥିଲେ। ଏ ନେଇ ରବୀନ୍ଦ୍ର ତୁରନ୍ତ ଇନଫୋସିଟି ଥାନାରେ ଅଭିଯୋଗ କରିବା ପରେ ପୋଲିସ ୨୩୮/୧୯ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ସମ୍ପୃକ୍ତ ମୋବାଇଲ ଫୋନ୍‌ ନମ୍ବରକୁ ଟ୍ରାକ କରିବା ସହ ଟଙ୍କା ଦେବା ପାଇଁ ସାଦା ପୋଷାକରେ ରବୀନ୍ଦ୍ରଙ୍କ ସହିତ ଏକ କାରରେ ଯାଇଥିଲା। ଅନ୍ୟପକ୍ଷରେ ଅଭିଯୁକ୍ତମାନେ କଟକରୁ ଭବନେଶ୍ୱର ମଧ୍ୟରେ ପ୍ରାୟ ୫ଟି ସ୍ଥାନରେ ଅଟକି ପୋଲିସ ଉପସ୍ଥିିତି ସମ୍ପର୍କରେ ପରୀକ୍ଷା କରିଥିଲେ। ଏହାପରେ ସେମାନେ ବାଣୀବିହାର ଓଭରବ୍ରିଜ ଉପରେ କାର୍‌ ରଖିବାକୁ କହିଥିଲେ। ରବୀନ୍ଦ୍ର ଓ ସାଦା ପୋଷାକଧାରୀ ପୋଲିସ ସେଠାରେ କାର୍‌ ରଖି ଅପେକ୍ଷା କରିଥିବାବେଳେ ୨ଟି ବାଇକରେ ୨ଜଣ ଯୁବକ ଟଙ୍କା ନେବାକୁ ଆସି ପହଞ୍ଚିଥିଲେ। ପୂର୍ବରୁ ଜାଲ ବିଛାଇଥିବା ପୋଲିସ ୨ ଅଭିଯୁକ୍ତ ସାନ୍ନିଧ୍ୟ ଓ ତହିରଙ୍କୁ ମାଡ଼ିବସି ଥାନାକୁ ନେଇଥିଲା। ଦୁହିଙ୍କୁ ପଚରାଉଚରା କରିବାରୁ ସତ୍ୟ ସାମ୍ନାକୁ ଆସିଥିଲା। ମୁଖ୍ୟ ଅଭିଯୁକ୍ତ ସକିଲଙ୍କ ଇସାରାରେ ସେମାନେ କାମ କରୁଥିବା କହିବା ସହ ତାଙ୍କ ଠିକଣା ଜଣାଇଥିଲେ। ପୋଲିସ ସେଠାରେ ଚଢାଉ କରି ସକିଲଙ୍କୁୁ ଗିରଫ କରିବା ସହ ସ୍କର୍ପିଓ ସମେତ ସୁନୀଲଙ୍କୁ ଉଦ୍ଧାର କରିଥିଲା। ଗଞ୍ଜେଇ କାରବାର ନେଇ ଫତେଗଡ ଅଞ୍ଚଳର କାଳିଆ ସୁନୀଲଙ୍କ ଉପସ୍ଥିତିରେ ସକିଲଙ୍କଠାରୁ ୨ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ କାଳିଆ ଟଙ୍କା ନେଇ ଫେରାର ହୋଇଯିବା ସହ ସକିଲକୁ ଗଞ୍ଜେଇ ଦେଇ ନ ଥିଲେ। ସକିଲ କାଳିଆଙ୍କ ପତ୍ତା ନ ପାଇ ସୁନୀଲଙ୍କୁ ଗାଡ଼ି ସମେତ ଅପହରଣ କରିଥିବା ସ୍ପଷ୍ଟ ହୋଇଥିଲା। ପୋଲିସ ଶୁକ୍ରବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଥିଲା। ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri