ସୌଦି ଆରବରେ ଏବେ ଆଉ ନଷ୍ଟ ହେବନାହିଁ ଖାଦ୍ୟ

ରିୟାଦ,୧୬।୧୨: ସୌଦି ଆରବରେ ବହୁପରିମାଣରେ ଖାଦ୍ୟ ନଷ୍ଟ ହେଉଥିବା ଦେଖାଯାଏ। ଏହାର କାରଣ ହେଉଛି ଏମାନେ ଖାଇବା ସମୟରେ ବଡ ବଡ ଥାଳି ବ୍ୟବହାର କରିବା ସହ ଆଭିଜାତ୍ୟର ପ୍ରତୀକ ସ୍ବରୂପ ଏଥିରେ ବହୁ ପରିମାଣରେ ଖାଦ୍ୟ ପରସନ୍ତି। ଯାହା ଜଣେ ବ୍ୟକ୍ତିଙ୍କ ପାଇଁ ବହୁତ ଅଧିକ ହୋଇଥାଏ। ଫଳରେ ଅଧିକ ପରିମାଣର ଖାଦ୍ୟ ନଷ୍ଟ ହୋଇଥାଏ। ଏହାକୁ ନଜରରେ ରଖି ଏବେ ଅଦ୍ଦାମୀ ମଶାଲ ଅଲକାହରଶୀ ଏମିତି ଏକ ଥାଳି ତିଆରି କରିଛନ୍ତି ଯାହା ଫଳରେ ଲୋକେ ଆଉ ଅଧିକ ପରିମାଣର ଖାଦ୍ୟ ନଷ୍ଟ କରିପାରିବେ ନାହିଁ। କାରଣ ଥାଳିର ମଧ୍ୟ ଭାଗକୁ ଉଚ୍ଚା କରି ଦିଆଯାଇଛି। ଫଳରେ ପରସିବା ସମୟରେ ଏଥିରେ କମ୍‌ ଖାଦ୍ୟ ପରସା ଯିବ। ତେଣୁ ଜଣେ ବ୍ୟକ୍ତି ନ ଖାଇ ପାରିଲେ ବି ଅଧିକ ଖାଦ୍ୟ ବଳକା ରହି ଯିବ ନାହିଁ। ଏହି ଥାଳି ବ୍ୟବହାର କଲେ ୩୦ ପ୍ରତିଶତ ଖାଦ୍ୟ ନଷ୍ଟ ହେବାରୁ ବଞ୍ଚିଯିବ ବୋଲି ସେ କହିଛନ୍ତି। କୁହାଯାଏ ସୌଦି ଆରବରେ ପ୍ରତି ଘରେ ବର୍ଷକୁ ପାଖାପାଖି ୨୬୦ କିଲୋଗ୍ରାମ ଖାଦ୍ୟ ନଷ୍ଟ ହୋଇଥାଏ। ହେଲେ ଏବେ ଘରେ ଓ ବିଭିନ୍ନ ହୋଟେଲରେ ଏହି ସ୍ବତନ୍ତ୍ର ଥାଳି ବ୍ୟବହାର କରିବା ଫଳରେ ଆଭିଜାତ୍ୟରେ କୌଣସି ଅସୁବିଧା ସୃଷ୍ଟି ହୋଇ ନ ଥିବା ବେଳେ ପ୍ରାୟ ୩ ହଜାର ଟନ୍‌ ଚାଉଳ ବଞ୍ଚାଇ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri