Posted inଜାତୀୟ

ସୋସିଆଲ ମିଡିଆ ସହ ଆଧାର ସଂଯୋଗ:ସୁପ୍ରିମକୋର୍ଟରେ ହେବ ସବୁ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୩-୧୦(ପି.ଟି./ଆଇଏଏନ୍‌ଏସ୍‌):ସୋସିଆଲ ମିଡିଆ ସହ ଆଧାର ସଂଯୋଗୀକରଣ ନେଇ ବିଚାରାଧୀନ ଥିବା ସମସ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିବେ। ଫେସ୍‌ବୁକ୍‌ ପକ୍ଷରୁ ହୋଇଥିବା ଏକ ପିଟିଶନକୁ ଗ୍ରହଣ କରି ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାସହ ଦେଶର ବିଭିନ୍ନ ହାଇକୋର୍ଟଗୁଡ଼ିକରେ ଥିବା ଏସମ୍ପର୍କିତ ଆବେଦନଗୁଡ଼ିକୁ ନିଜ ପାଖକୁ ସ୍ଥାନାନ୍ତର ପାଇଁ ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଇଣ୍ଟରନେଟ୍‌ର ଅପବ୍ୟବହାର ରୋକିବା ପାଇଁ କେନ୍ଦ୍ର ସରକାର ୨୦୨୦ ଜାନୁୟାରୀ ଶେଷ ସୁଦ୍ଧା ଆଇନ ଆଣିବେ ବୋଲି ସୁପ୍ରିମକୋର୍ଟରେ ଦାଏର ପିଟିଶନରେ ଉଲ୍ଲେଖ କରିଛନ୍ତି।
ଦେଶରେ ସାମାଜିକ ଗଣମାଧ୍ୟମ ନିୟନ୍ତ୍ରଣ ସକାଶେ ଗାଇଡ୍‌ଲାଇନ୍‌ ଜାରି ପାଇଁ ବିଭିନ୍ନ ହାଇକୋର୍ଟରେ ଏକାଧିକ ପିଟିଶନ ଦାଏର ହୋଇଥିଲା। ସେହି ସମସ୍ତ ଆବେଦନକୁ ସର୍ବୋଚ୍ଚ ଅଦାଲତକୁ ସ୍ଥାନାନ୍ତର କରି ବିଚାର କରିବା ପାଇଁ ଫେସ୍‌ବୁକ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଜଷ୍ଟିସ୍‌ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାସହ ଏସମ୍ପର୍କିତ ସବୁ ପିଟିଶନକୁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ନିକଟକୁ ପଠାଇବା ପାଇଁ ରେଜିଷ୍ଟ୍ରାର୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ୨୦୨୦ ଜାନୁୟାରୀ ଶେଷ ସପ୍ତାହରୁ ଏହି ପ୍ରସଙ୍ଗର ଶୁଣାଣି କରାଯିବ। ତା’ ପୂର୍ବରୁ କେନ୍ଦ୍ର ସରକାର ମଧ୍ୟସ୍ଥମାନଙ୍କ ଉପରେ ନୂଆ ଗାଇଡ୍‌ଲାଇନ୍‌ ପ୍ରଣୟନ କରିବା ପରେ ରିପୋର୍ଟ ଦାଖଲ କରିବେ, ଯାହାକୁ ନେଇ ସାମାଜିକ ଗଣମାଧ୍ୟମର ଦୁରୁପଯୋଗକୁ ରୋକାଯିବା ସହ ମେସେଜ୍‌ଗୁଡ଼ିକୁ ଡିକ୍ରିପ୍ଟ କରିବା ଲାଗି ମଧ୍ୟସ୍ଥଙ୍କୁ ଉତ୍ତରଦାୟୀ କରାଯାଇ ପାରିବ। ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଫେସ୍‌ବୁକ୍‌ ପକ୍ଷରୁ ଦାଏର ପିଟିଶନ ବିରୋଧରେ ଆଭିମୁଖ୍ୟରୁ ଓହରିଯିବା ପରେ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ରହି ସ୍ପଷ୍ଟ କରିଥିଲେ ଯେ, ଲୋକଙ୍କ ପ୍ରିଭେସି (ବ୍ୟକ୍ତିଗତ ଗୋପନୀୟ ତଥ୍ୟ)କୁ ଉଲ୍ଲଂଘନ କରିବା ପାଇଁ ଏହା ଏକ ଯୋଜନା ନୁହେଁ, ବରଂ ଜାତୀୟ ନିରାପତ୍ତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଏକ ଉଦ୍ୟମ। ଏହା ଶୁଣିବା ପରେ ଆଟର୍ନି ଜେନେରାଲ କହିଥିଲେ, ଜଣେ ଆତଙ୍କବାଦୀ ନିଜ ପ୍ରିଭେସି ଅଧିକାର ଦାବି କରିପାରିବେ ନାହିଁ। ସେହିପରି ସରକାରଙ୍କ ପକ୍ଷରୁ ବିଚାରାଧୀନ ଚିଠା ନିୟମ କର୍ତ୍ତୃପକ୍ଷଙ୍କୁ ଏକ ନିର୍ଦ୍ଦିଷ୍ଟ ମେସେଜ୍‌ର ସୃଷ୍ଟିକର୍ତ୍ତାଙ୍କୁ ଠାବ କରିବା ଲାଗି ମଧ୍ୟସ୍ଥମାନଙ୍କୁ ଉତ୍ତରଦାୟୀ କରିବା ସକାଶେ ସକ୍ଷମ କରିବ ବୋଲି କେତେଜଣ ଆବେଦନକାରୀ ଅଭିଯୋଗ ଆଣିଥିଲେ। ଏହା ଲୋକଙ୍କ ପ୍ରିଭେସିକୁ ପଦଦଳନ ପାଇଁ ସରକାରଙ୍କ ଏକ ଯୋଜନା ବୋଲି ହେଉଥିବା ଦାବିକୁ ସଲିସିଟର ଜେନେରାଲ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପୂର୍ବରୁ ସୋମବାର ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅକଳ୍ପନୀୟ ବ୍ୟାଘାତ ସୃଷ୍ଟି ପାଇଁ ଇଣ୍ଟରନେଟ୍‌ ଏକ ସମ୍ଭାବ୍ୟ ଅସ୍ତ୍ର ଭାବେ ଉଭା ହୋଇଛି। ଏଥିପାଇଁ ଦେଶରେ ସାମାଜିକ ଗଣମାଧ୍ୟମ ମଧ୍ୟସ୍ଥମାନଙ୍କ ଉପରେ ନିୟନ୍ତ୍ରଣ ପାଇଁ ଏକ ଆଇନ ଆଣିବା ସକାଶେ ବିଜ୍ଞପ୍ତି ଜାରି କରିବା ଲାଗି ୩ ମାସ ଦିଆଯାଉ ବୋଲି ସରକାର ସମୟ ମାଗିଥିଲେ। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏନେଇ ଅଦାଲତରେ ଏକ ସତ୍ୟପାଠ ଦାଖଲ କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କାରିଗରିବିଦ୍ୟା ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ଘଟି ସାମାଜିକ ବିକାଶ ହୋଇଥିଲେ ହେଁ ଏଥିରେ ଘୃଣା ଅପରାଧ, ମିଛ ଖବର ଓ ଦେଶବିରୋଧୀ କାର୍ଯ୍ୟକଳାପ ବୃଦ୍ଧିପାଇବାରେ ଲାଗିଛି। ତେଣୁ ଇନ୍‌ଫର୍ମେଶନ୍‌ ଟେକ୍ନୋଲୋଜି ଇଣ୍ଟରମିଡିଆରିଜ୍‌ ଗାଇଡ୍‌ଲାଇନ୍ସ (ସଂଶୋଧନ) ନିୟମ, ୨୦୧୮କୁ ଚୂଡ଼ାନ୍ତ କରିବା ପାଇଁ ୩ ମାସ ଦିଆଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶ ସ୍ବାଧୀନତା ପାଇଁ ଏଭଳି ପଦବୀ ଛାଡିଥିଲେ ନେତାଜୀ

ସାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ଜନ୍ମ ନେଇଥିଲେ। ତାଙ୍କ ପିତା ଥିଲେ...

ୟୁପିରେ ଏଏପି ସରକାର ଗଢିଲେ ମାଗଣା ମିଳିବ ବିଜୁଳି

ଲକ୍ଷ୍ନୌ,୧୬ ।୯: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ଏକ ଖବରଦାତା ସମ୍ମିଳନୀରେ ସେ...

ଆଉ ୩ ସପ୍ତାହ ପରେ କମିବ ସଂକ୍ରମଣ

ନୂଆଦିଲ୍ଲୀ, ୨୨।୪: ସଂକ୍ରମଣ ଦ୍ରୁତ ବେଗରେ ମାଡ଼ିଚାଲିଥିବା ବେଳେ ମେ’ ଦ୍ୱିତୀୟ ସପ୍ତାହ ବେଳକୁ ଏହା ଶୀର୍ଷରେ ପହଞ୍ଚତ୍ବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିଶେଷଜ୍ଞମାନଙ୍କ...

ସେପ୍ଟେମ୍ବରରୁ ଶିକ୍ଷାବର୍ଷ ଆରମ୍ଭ ଲାଗି ସୁପାରିସ

ନୂଆଦିଲ୍ଲୀ,୨୬।୪(ପି.ଟି.): ଦେଶରେ କୋଭିଡ୍‌-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଜୁଲାଇ ପରିବର୍ତ୍ତେ ସେପ୍ଟେମ୍ବରରୁ ଶିକ୍ଷାବର୍ଷ ଆରମ୍ଭ କରିବା ଲାଗି ବିଶ୍ୱବିଦ୍ୟାଳୟ...

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କଙ୍ଗନା ରାଣାଓ୍ବତ୍‌

ନୂଆଦିଲ୍ଲୀ,୧୩।୧୨-ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରବିବାର ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଭେଟିଛନ୍ତି। ନିଜର ଆଗାମୀ ଫିଲ୍ମ ତେଜସରେ କଙ୍ଗନା ଭାରତୀୟ ବାୟୁସେନାର ପାଇଲଟ ଭୂମିକାରେ...

ଫଙ୍ଗପାଳ କେବଳ ଫସଲ ନୁହେଁ ମଣିଷ ପାଇଁ ମଧ୍ୟ କ୍ଷତିକାରକ !

ନୂଆଦିଲ୍ଲୀ,୨୯।୫: ପାକିସ୍ତାନରେ ଏକର ଏକର ଫସଲ ନଷ୍ଟ କରୁଥିବା ପଙ୍ଗପାଳ ଦଳ ଏବେ ଭାରତରେ କାୟା ବିସ୍ତାର କରିବାକୁ ଯାଉଛନ୍ତି। ଏବେସୁଦ୍ଧା ଏହା ରାଜସ୍ଥାନ, ଗୁଜରାଟ,...

କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲା : ୟୁପିରେ ୩୫ କଂଗ୍ରେସ ନେତାଙ୍କ ଇସ୍ତଫା

ଚଣ୍ଡିଗଡ଼, ୩୦ା୬ (ପି.ଟି.): ହରିୟାଣା କଂଗ୍ରେସ ନେତା ବିକାଶ ଚୌଧୁରୀ ହତ୍ୟା ମାମଲାରେ ଶନିବାର ପୋଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଗ୍ୟାଙ୍ଗଷ୍ଟର କୌଶଲ୍‌ଙ୍କ...

ଖୋଲା ସ୍ଥାନରେ ବିବାହ , ଅନ୍ୟ କାର୍ଯ୍ୟକ୍ରମ ପାଇଁ ଅନୁମତି ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୨୮ ।୯: କରୋନା ମହାମାରୀ ସଂକ୍ରମର ଯୋଗୁ ସାରା ଦେଶରେ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା । ହେଲେ ବେଳକୁ ବେଳ...

Advertisement
Archives

Model This Week