ସୋସିଆଲ ମିଡିଆ ଛାଡିଲେ ପରିଣିତି

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍‌ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ଦେଖାଯାଉଛି। ହେଲେ ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ଏବେ ସୋସିଆଲ ମିଡିଆ ଛାଡିଥିବା ସମସ୍ତଙ୍କୁ ଟିକେ ଅଲଗା ଲାଗିଛି। ପରିଣିତି ନିଜ ପାଇଁ ସୋସିଆଲ ମିଡିଆରୁ କିଛିଦିନ ବିରତି ନେଇଥିବା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିବା ଦେଖାଯାଇଛି। ତେବେ ସମ୍ପୂର୍ଣ୍ଣ ରୂପେ ନୁହେଁ ସେ କିଛି ସମୟ ପାଇଁ ସୋସିଆଲ ମିଡିଆରୁ ଦୂରେଇ ରହିବେ ବୋଲି ଲେଖିଛନ୍ତି। ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଖୁବ୍‌ଶୀଘ୍ର ସେ ତାଙ୍କ ପ୍ରଶଂସକଙ୍କୁ ଭେଟିବେ। ଅର୍ଥାତ୍‌ ଅଳ୍ପ କିଛିଦିନ ପାଇଁ ସେ ସୋସିଆଲ ମିଡିଆ ଛାଡୁଛନ୍ତି ବୋଲି ଜଣାପଡିଛି। ନିକଟରେ ସେ ବୋହୂ ବେଶରେ ସଜେଇ ହୋଇ ସୋସିଆଲ ମିଡିଆରେ ଯେଉଁ ଫଟୋ ଅପଲୋଡ କରିଥିଲେ ତାକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ଆଉ ଏବେ ସେ ସୋସିଆଲ ମିଡିଆ କିଛି ସମୟ ପାଇଁ ଛାଡିବା ଘଟଣା ତାଙ୍କ ପ୍ରଶଂସକଙ୍କୁ ସାମାନ୍ୟ ନିରାଶ କରିଛି ବୋଲି କୁହାଯାଉଛି। ଏହି ଅଭିନେତ୍ରୀ ଖୁବ୍‌ଶୀଘ୍ର ଦିବାକର ବାନାର୍ଜୀଙ୍କ ଫିଲ୍ମ ‘ସନ୍ଦିପ ଔର ପିଙ୍କି ଫରାର’ରେ ନଜର ଆସିବେ ବୋଲି ଜଣାପଡିଛି। ଏଥିରେ ତାଙ୍କସହ ‘ଇସକଜାଦେ’ର ସହକଳାକାର ଅର୍ଜୁନ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଷ୍କାଙ୍କୁ ପ୍ରଶଂସାରେ ପୋତି ପକାଇଲେ ବିରାଟ କୋହଲି

ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ତାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନେଟ୍‌ଫ୍ଲିକ୍ସରେ ଅନୁଷ୍କାଙ୍କ ଫିଲ୍ମ ‘ବୁଲ୍‌ବୁଲ୍‌’...

ବଲିଉଡରେ ବର୍ଷେ ପୂରିଲା

ମୁମ୍ବାଇ: ବଲିଉଡରେ ଅଭିନୟ ଜୀବନର ୧ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଇଶାନ ଖଟ୍ଟର। ଦୁହେଁ ଅଭିନୟ କରିଥିବା ଧଡକ ଫିଲ୍ମର...

ବଦଳିଲେ କୋମଲିକା: ଭାଇରାଲ ହେଉଛି ଆମନାଙ୍କ ଲୁକ୍‌

ମୁମ୍ବାଇ: ଟେଲିିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ରେ କୋମଲିକା ଚରିତ୍ରରେ ପରିବର୍ତ୍ତନ କରାଯାଇଛି। ହିନା ଖାନ୍‌ ଶୋ’ ଛାଡ଼ିବା ପରେ ଏବେ...

ଶିଳ୍ପା ଶେଟ୍ଟୀଙ୍କ ପୁଅ ଭିଆନ ଭଉଣୀ ପାଇଁ ତିଆରି କଲେ କେକ୍‌

ମା’ ହେବାର ଅନୁଭବ ସବୁ ମହିଳାଙ୍କ ପାଇଁ ସ୍ବତନ୍ତ୍ର। ଅଧିକାଂଶ ମହିଳା ସେମାନଙ୍କର ପ୍ରଥମ ସନ୍ତାନ ଭାବେ ପୁଅ ଚାହିଁଥାନ୍ତି। ହେଲେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା...

ରଣବୀରଙ୍କ ନାୟିକା ସାଜିବେ ଶାଳିନୀ

ବମ୍ବେ: ନିଜର ଆଗାମୀ ଚଳଚ୍ଚିତ୍ରରେ ଜଣେ ଦକ୍ଷିଣ ଭାରତୀୟ ହିରୋଇନ୍‌ଙ୍କ ସହ ରୋମାନ୍ସ କରିବେ ରଣବୀର ସିଂହ। ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନେତ୍ରୀ ଶାଳିନୀ ପାଣ୍ଡେଙ୍କ...

ବିନା ମେକ୍‌ଅପ୍‌ରେ ନୁସରତ୍‌, ଫଟୋ ଭାଇରାଲ

ମୁମ୍ବାଇ: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତ୍ରୀ ନୁସରତ୍‌ ଜହାଁ ସୋସିଆଲ ମିଡିଆରେ ନିଜର ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।...

ଅଭିନେତା ସୁଶାନ୍ତଙ୍କ ମୃତ୍ୟୁକୁ ସହି ପାରିଲେନି: ଏମ୍‌କେସିଜିରେ ଆଖି ବୁଜିଲେ ନାବାଳିକା ପ୍ରଶଂସକ

ବ୍ରହ୍ମପୁର ଅଫିସ,୫।୭: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଖବରକୁ ସହଜରେ ଗହଣ କରିପାରୁ ନାହାନ୍ତି ପ୍ରଶଂସକ। ଏଭଳି ତାଙ୍କ ଆତ୍ମହତ୍ୟା ପରେ ତାଙ୍କ...

କାହିଁକି ସଲ୍‌ମାନଙ୍କ ଫାର୍ମ ହାଉସ୍‌ ଛାଡିଲେ ଜ୍ୟାକଲିନ

ମୁମ୍ବାଇ: କରୋନା ଲକ୍‌ଡାଉନ ଆରମ୍ଭ ହେବା ପରଠାରୁ ବଲିଉଡ୍‌ ଦବଙ୍ଗ ସଲମାନ ଖାଁଙ୍କ ନିଜ ପରିବାରଙ୍କ ସହ ପନଓ୍ବେଲ ସ୍ଥିତ ଫାର୍ମ ହାଉସ୍‌ରେ ରହି ସମୟ...

Coronavirus Update


Archives

Model This Week

Why Dharitri