ସୋସିଆଲ ମିଡିଆରେ ଭାଇରାଲ ହେଲେଣି ଆଉ ଜଣେ ରାନୁ ମଣ୍ଡଳ

ନୂଆଦିଲ୍ଲୀ,୨୫।୧୧: ପଶ୍ଚିମବଙ୍ଗ ରାଣାଘାଟ ରେଲଓ୍ବେ ଷ୍ଟେଶନରେ ଗୀତଗାଇ ଗୁଜୁରାଣ ମେଣ୍ଟାଉଥିବା ରାନୁ ମଣ୍ଡଳଙ୍କ ଗୋଟିଏ ଭାଇରାଲ ଭିଡିଓ ତାଙ୍କୁ ରାତାରାତି ସେଲିବ୍ରିଟି କରି ଦେଇଥିଲା। ତାଙ୍କ କଣ୍ଠର ଯାଦୁରେ ପ୍ରଭାବିତ ହୋଇ ବଲିଉଡ୍‌ ଗାୟକ ହିମେଶ ରେଶମିୟା ତାଙ୍କୁ ଗୀତ ଗାଇବାକୁ ଅଫର ଦେଇଥିଲେ। ଏବେ ସେହି ରାନୁ ମଣ୍ଡଳ ସାରା ଦେଶରେ ବେଶ୍‌ ପରିଚିତ। ସେ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଗୀତ ଗାଇ ଆଜି ବେଶ୍‌ ପରିଚିତି ଲାଭ କରିଛନ୍ତି। ଏବେ ରାନୁ ମଣ୍ଡଳଙ୍କ ପରି ଦେଖାଯାଉଥିବା ଆଉ ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ରାନୁଙ୍କ ପରି ଦେଖାଯାଉଥିବା ମହିଳା ଜଣକ ରାନୁଙ୍କ ଗୀତ ‘ତେରୀ ମେରି କାହାଣୀ’ ଗାଉଥିବା ଦେଖାଯାଇଛି। ତେବେ ମହିଳା ଜଣଙ୍କ ଗୁଆହାଟିର ବୋଲି କୁହାଯାଉଛି। ମହିଳାଙ୍କର ଏହି ଭିଡିଓଟିକୁ ରାନୁ ମଣ୍ଡଳ ଫ୍ୟାନ୍‌ କ୍ଲବ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିବା କୁହାଯାଉଛି। ଭିଡିଓଟି ଶେୟାର କରିବା ସହ ଲେଖାଯାଇଛି ରାନୁ ମଣ୍ଡଳ ୨.୦। ଅବଶ୍ୟ ଏଥିରେ ମହିଳାଙ୍କ ଗୀତ ଗାଇବା ଶୈଳୀ ଏତେ ଭଲ ନାହିଁ। କିନ୍ତୁ ସେ କେବଳ ରାନୁ ମଣ୍ଡଳଙ୍କ ପରି ଦେଖାଯାଉଥିବାରୁ ତାଙ୍କ ଭିଡିଓଟି ଶୁଟ୍‌ କରାଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ବୟୋଜ୍ୟଷ୍ଠଙ୍କୁ ୧୦୦ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲା ବାୟୁସେନା

ନୂଆଦିଲ୍ଲୀ,୨୮।୭: ଭାରତୀୟ ବାୟୁ ସେନାର ସବୁଠାରୁ ବ୍ୟୟୋଜ୍ୟଷ୍ଠ ପାଇଲଟ ଅବସରପ୍ରାପ୍ତ ସ୍କ୍ବାର୍ଡନ ଲିଡର ଦଲିପ ସିଂ ମାଜିଥିଆ ମଙ୍ଗଳାବର ନିଜର ୧୦୦ ତମ ଜନ୍ମଦିନ ପାଳନ...

ଟୋକିଓ ଅଲିମ୍ପିକ୍ସ: ଟିମ ଇଣ୍ଡିଆର ଚିୟର ଲିଡର ଅକ୍ଷୟ କୁମାର

ମୁମ୍ବାଇ: ଜାପାନର ରାଜଧାନୀ ଟୋକିଓରେ ଜୁଲାଇ ୨୩ରେ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ । ଏଥିପାଇଁ ଟିମ୍ ଇଣ୍ଡିଆ ସେଠାରେ ପହଞ୍ଚି ସାରିଲାଣି । ଇତିମଧ୍ୟରେ...

ବିଛଣାରୁ ଉଠି ପାରୁନାହାନ୍ତି ନୋରା

ମୁମ୍ବାଇ: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଛି। ଅର୍ଜୁନ କପୁର ଏବଂ...

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ…

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ ରହିଛି। ପୁରୁଣା ଶ୍ୱାସରୋଗରୁ ମୁକ୍ତି ପାଇଁ ହଳଦୀ, ଗୋଲମରିଚ, ଦ୍ରାକ୍ଷା ଓ...

ଉତ୍ତରାଖଣ୍ଡରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେଲେ ବଡ଼ କ୍ଷତି ସହିବାକୁ ପଡ଼ିବ: ହରିଶ ରାଓ୍ବତ

ଡେରାଡୁନ,୩୧।୮: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ଏକ ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଛି। ଦେବଭୂମି ଉତ୍ତରାଖଣ୍ଡରେ ପର୍ଯ୍ୟାୟ କ୍ରମେ ମଦ...

ଆଇସିୟୁରୁ ବାହାରିଲେ ଲାଲୁ ଯାଦବ

ନୂଆଦିଲ୍ଲୀ,୧୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଲାଲୁ ଏହି ଆଇସିୟୁରୁ ବାହାରିଛନ୍ତି। ଏନେଇ...

ନିଜଠୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ମହେଶ ବାବୁ, ପରିବାରରେ ପ୍ରଥମେ ଜଣାଇଥିଲେ ….

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମହେଶ ବାବୁ ନିଜର ଦୃଢ଼ ଅଭିନୟ ଏବଂ ସୁନ୍ଦର ଚେହେରା ସହିତ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଚଳିତ ବର୍ଷ ମହେଶ...

ଭାରତକୁ ଚାଇନାର ସମାଲୋଚନା

ନୂଆଦିଲ୍ଲୀ,୨୧।୪: ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ(ଏଫ୍‌ଡିଆଇ) କ୍ଷେତ୍ରରେ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ଉପରେ ଭାରତ ଅଙ୍କୁଶ ଲଗାଇବାର ୨ ଦିନ ପରେ ଏହାକୁ ନେଇ ସୋମବାର ଚାଇନା...

Advertisement
Archives

Model This Week