Posted inଫୁରସତ

ସୋସିଆଲ ମିଡିଆରେ ଫଟୋ ପୋଷ୍ଟ ଦମ୍ପତିଙ୍କୁ ମହଙ୍ଗା ପଡ଼ିଲା: ୧୬ ବର୍ଷ ଜେଲ୍‌ ଦଣ୍ଡ ସହ ୭୪ ଚାବୁକ୍‌ ପ୍ରହାର

ସାରା ବିଶ୍ୱ ବର୍ତ୍ତମାନ କରୋନା ଭାଇରସ୍‌ ସହ ଲଢୁଛି। ଏପରି ସମୟରେ ଇରାନ୍‌ର ଏକ ଦମ୍ପତିଙ୍କୁ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡ଼ିଛି। ଇରାନର ପ୍ରଭାବଶାଳୀ ବ୍ୟକ୍ତି ଅହମ୍ମଦ ମୋଇନ୍‌ ଶିରାଜୀ ଏବଂ ତାଙ୍କ ସ୍ତ୍ରୀ ଶବନମ ଶାହରୋଖୀଙ୍କୁ କୋର୍ଟ ୧୬ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଏବଂ ଚାବୁକ୍‌ରେ ୭୪ ପ୍ରହାର ସଜା ମିଳିଛି। ଶିରାଜୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ କହିଛନ୍ତି, ଆମ ସ୍ବାମୀ ସ୍ତ୍ରୀଙ୍କ ଉପରେ ସୋସିଆଲ ମିଡିଆରେ ଅଶ୍ଳୀଳ ଫଟୋ ପୋଷ୍ଟ କରିବା ଏବଂ ନୈତିକ ଭ୍ରଷ୍ଟାଚାର ଅଭିଯୋଗ ହୋଇଛି। ଏହି ଦମ୍ପତି ଏବେ ଇରାନରେ ନ ରହି ତୁର୍କୀରେ ରହୁଛନ୍ତି। ୨୦୧୯ରେ ସେ ତୁର୍କୀ ଛାଡ଼ିଥିଲେ। ଏବେ ତାଙ୍କ ଉପରେ ଏହି ଅଭିଯୋଗ ଆସିଛି।
ଶିରାଜୀ କୁହନ୍ତି, ଇରାନ କୋର୍ଟ ତାଙ୍କୁ କୌଣସି ପ୍ରକାର ଦୋଷୀ ସାବ୍ୟସ୍ତ କରିବାକୁ ଚାହୁଁଥିଲେ। ତେଣୁ ସେ ଇରାନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଶିରାଜୀଙ୍କର ଇନ୍‌ଷ୍ଟାରେ ୧୫ ଲକ୍ଷ ଫଲୋଅର୍ସ ଅଛନ୍ତି। ତାଙ୍କୁ ୯ ବର୍ଷ ଏବଂ ତାଙ୍କ ସ୍ତ୍ରୀଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ ସହ ୭୪ ଥର ଚାବୁକରେ ପ୍ରହାର ଏବଂ ତିନିମାସ ପର୍ଯ୍ୟନ୍ତ ବିନା ବେତନରେ ବା ଦରମାରେ କାମ କରିବାକୁ ରାୟ ଶୁଣାଇଛନ୍ତି। ଏହି କଥା ଶିରାଜୀ ତାଙ୍କ ଓକିଲଙ୍କଠାରୁ ସୂଚନା ପାଇଛନ୍ତି। ଶିରାଜୀ କୁହନ୍ତି, ଏହା ପୂର୍ବରୁ ଗୁପ୍ତଚର ମନ୍ତ୍ରଣାଳୟ ତାଙ୍କୁ ବହୁବାର ଡାକି ଦୀର୍ଘ ସମୟ ଧରି ପଚରାଉଚରା କରିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ ନ କରିବାକୁ କୁହାଯାଇଛି। ଏପରିକି ସୋସିଆଲ ମିଡିଆରୁ ଦୂରେଇ ରହିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ୩୦ ସେକେଣ୍ଡ୍‌ରେ ସବୁକିଛି ଭୁଲି ଯାଉଛନ୍ତି ଏହି ବ୍ୟକ୍ତି

ଆପଣ ନିଶ୍ଚିତ ଭାବରେ ଅମିର ଖାନ୍‌ଙ୍କ ଫିଲ୍ମ ‘ଗଜ୍‌ନୀ’କୁ ମନେ ରଖିଥିବେ। ଯେଉଁଥିରେ ତାଙ୍କ ଚରିତ୍ର ସ୍ବଳ୍ପ ସମୟର ସ୍ମୃତି ଶକ୍ତି ହରାଇଥାଏ ଏବଂ ପ୍ରତ...

ନିଆରା ରେଷ୍ଟୁରାଣ୍ଟ: ମନ ଇଚ୍ଛା ଖାଆନ୍ତୁ, ବିଲ୍‌ ଦେବାକୁ ହେଲେ..

ଦେଶରେ ଏପରି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଆପଣ ଏକ ସାଧାରଣ ରେଷ୍ଟୁରାଣ୍ଟ ପରି ମେନୁରୁ ଖାଦ୍ୟ ଅର୍ଡର କରି ବିଭିନ୍ନ ପ୍ରକାରର ଖାଦ୍ୟ ଉପଭୋଗ...

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜୀବନ ବଞ୍ଚାଇବ ଏହି ବେଡ୍‌

ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ମାଡ଼ିଆସୁଛି। ଏଥିରେ ବହୁ ଧନଜୀବନ ହାନି ମଧ୍ୟ ହେଉଛି। କିନ୍ତୁ ଏମିତି ଏକ ବେଡ୍‌ ନିର୍ମାଣ କରାଯାଇଛି ଯାହା ବିପର୍ଯ୍ୟୟ...

୪୯୯ ବର୍ଷ ପରେ ହୋଲିରେ ଦୁର୍ଲଭ ସଂଯୋଗ

ଫାଲ୍‌ଗୁନ ପୂର୍ଣ୍ଣିମାରେ ହୋଲିକା ଦହନର ପରଦିନ ହୋଲି ଉତ୍ସବ ପାଳନ କରାଯିବ। ଏବର୍ଷ ଏହି ଉତ୍ସବରେ ବୃହସ୍ପତି ଓ ଶନି ଏକ ଦୁର୍ଲଭ ଯୋଗ ସୃଷ୍ଟି...

କରୋନାରୁ ଆରୋଗ୍ୟ ହେଲେ ୧୦୧ ବର୍ଷୀୟ ବୃଦ୍ଧ

ରୋମ୍‌,୨୮।୩- କରୋନା ମହାମାରୀରେ ଇଟାଲୀ ସର୍ବାଧିକ ପ୍ରଭାବିତ ଦେଶ। ଏହି ଦେଶରେ କରୋନା ସଂକ୍ରମଣ ଯୋଗୁ ୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରୁ...

ପିଲାଙ୍କୁ ଦିଆଯାଉଛି କୁକୁଡ଼ା ରକ୍ତର ଇଞ୍ଜେକ୍ସନ, କାରଣ ଜାଣିଲେ…

ବେଜିଂ,୧୧ା୧୧: ଚାଇନାର ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ, ଚାଇନିଜ୍‌ମାନେ ଯେକୌଣସି ଖାଦ୍ୟ ଖାଇପାରନ୍ତି। ବର୍ତ୍ତମାନ ଚାଇନାରେ...

ବିହାର ନିର୍ବାଚନ ଆଗରୁ ଚର୍ଚ୍ଚାରେ ଏହି ନେତ୍ରୀ: ପ୍ରଚାର ବେଳେ ପିନ୍ଧୁଛନ୍ତି ମାସ୍କରୁ ଆରମ୍ଭ କରି ଚପଲ ପର୍ଯ୍ୟନ୍ତ ମ୍ୟାଚିଂ; ପଚାରିଲେ..

ପାଟଣା: ଆସୁଛି ବିହାର ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହେବାରେ ଲାଗିଲାଣି। ମହାମାରୀ କରୋନା ଏବେ ବି ଥିବାରୁ ସତର୍କତାର ସହ...

କରୋନା ଭୟରେ ଖୋଳ ଭିତରେ ପଶି ବୁଲୁଛନ୍ତି ଏହି ବ୍ୟକ୍ତି: ଭିଡିଓ ଭାଇରାଲ

କରୋନା ଭାଇରସ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଏବେ ପ୍ରାୟ ୧୪୫ ଦେଶକୁ ବ୍ୟାପି ସାରିଲାଣି। ଏବେ...

Advertisement
Archives

Model This Week