ସୋନ ଡ୍ୟାମ୍‌ରୁ ନିଖୋଜ ଦମ୍ପତିଙ୍କ ମୃତଦେହ ଉଦ୍ଧାର: ଗୁଣିଗାରେଡି ସନ୍ଦେହରେ ହତ୍ୟା, ଜଣେ ଅଭିଯୁକ୍ତ ଗିରଫ

କପ୍ତିପଦା,୯ା୧୦(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧିନ ମଝିଗଡିଆ ପଞ୍ଚାୟତ ଭେଜଡ଼ିହା ଗ୍ରାମର ଏକ ଦମ୍ପତି ଗତ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ବୁଧବାର ସେମାନଙ୍କ ମୃତଦେହ ସୋନ ଡ୍ୟାମର ଗଭୀର ପାଣିରେ ଭାସୁଥିବା ବେଳେ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଲେ ସୀତାରାମ ସିଂ(୬୨) ଓ ତାଙ୍କ ସ୍ତ୍ରୀ ଲେତ(୫୫)। ଦୁଇ ଦିନ ଧରି କପ୍ତିପଦା ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ହେଁ ସଫଳ ହୋଇ ପାରି ନ ଥିଲେ। ବୁଧବାର ବାଲେଶ୍ୱରୁ ଏକ ଓଡ୍ରାଫ୍‌ ଟିମ୍‌ ମଧ୍ୟ ଆସି ଏଥିରେ ସାମିଲ ହୋଇଥିଲେ। ମାତ୍ର ୨ଦିନରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିବାରୁ ମୃତଦେହ ସମ୍ପୂର୍ଣ୍ଣ ପଚି ଗଭୀର ଜଳରେ ଭାସୁଥିବା ବେଳେ ଉଭୟ ବାହିନୀ ଶବକୁ ଉଦ୍ଧାର କରି କୂଳକୁ ଆଣିଥିଲେ। ଉକ୍ତ ଘଟଣା ସମ୍ପର୍କରେ ମୃତ ଦମ୍ପତିଙ୍କ ଝିଅ ସୀମା ସିଂଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା(ନମ୍ବର-୧୨୯/୧୯)ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ଜଡିତ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତକୁ ପୋଲିସ ଧରିବାରେ ସଫଳ ହୋଇଛ। ମାତ୍ର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି। ଅଭିଯୁକ୍ତ ମାନେ ହେଲେ ଉକ୍ତ ପଞ୍ଚାୟତ ମହୁଲପଙ୍ଖା ଗ୍ରାମର ଲାଗୁ ହୋ(୨୪) ଓ ଦିବାକର ଦାଙ୍ଗଲୀ(୨୪)। ଲାଗୁ ଗିରଫ ହୋଇଥିବା ବେଳେ ଦିବାକର ଫେରାର ଅଛନ୍ତି ା ପୋଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରୀ ରଖିଛି।

ପ୍ରକାଶଯୋଗ୍ୟ, ଗତ ୩୧ ଅଗଷ୍ଟରେ ଏହି ପରିବାରର ସମସ୍ତ ସଦସ୍ୟଙ୍କ ସମେତ ସମୁଦି ବାରିପଦା ସଦର ଥାନା କରତବସା ଗ୍ରାମର ଗୁରୁଭା ସିଂଙ୍କୁ ମଧ୍ୟ କେତେକ ଗ୍ରାମବାସୀ ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତ୍ରକ ଆକ୍ରମଣ କରିଥିଲେ। ଏପରିକି ମୃତ ଲେତଙ୍କୁ ଗୋଟିଏ ଗଛରେ ବାନ୍ଧିଦେଇ ମାଡ଼ ମାରିଥିଲେ। ଗ୍ରାମବାସୀଙ୍କ ଆକ୍ରମଣରେ ଗୁରୁଭା ଏବଂ ଲେତ ଗୁରୁତର ଆହତ ହୋଇଥିଲେ। ଗ୍ରାମରକ୍ଷୀଙ୍କ ପାଖରୁ ଖବର ପାଇ କପ୍ତିପଦା ଆଇଆଇସି ରୀନା ବେହେରା ଏବଂ ପୁଲିସ ବାହିନୀ ଘଟଣାସ୍ଥଳରେ ପହଂଚି ଗୁରୁତର ଗୁରୁଭା ଏବଂ ଲେତଙ୍କୁ ପ୍ରଥମେ କପ୍ତିପଦା ଡ଼ାକ୍ତରଖାନାରେ ଭର୍ତି କରିଥିଲେ। ତେବେ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଉଦଳା ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଏ ସଂପର୍କରେ କପ୍ତିପଦା ଥାନାରେ କେସ୍‌ ନଂ ୯୩/୧୯ରେ ଏକ ମୋକଦ୍ଦମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri