ସୈନିକ ଅଶୋକ ଏବେ ଦିବ୍ୟାଙ୍ଗ ପ୍ରଶାସନର ଦ୍ୱାରସ୍ଥ ହେଲେ ପରିବାର

ନୟାଗଡ଼ ଅଫିସ,୨।୭- କାଲି ଯିଏ ସୈନିକ ହୋଇ ଦେଶ ପାଇଁ କାମ କରୁଥିଲେ, ଆଜି ସେ ଦିବ୍ୟାଙ୍ଗ ହୋଇ ନିଜ କାମ କରିବା ଅସମ୍ଭବ ହୋଇପଡୁଛି। ଏଭଳି ବିଡ଼ମ୍ବନା ଘଟିଛି ନୟାଗଡ଼ ବ୍ଲକ ଚମ୍ପତ୍ତିପୁର ବାହ୍ମଣସାହିର ଅଶୋକ କୁମାର ସାହୁଙ୍କ ଜୀବନରେ। କର୍ମକ୍ଷେତ୍ରରୁ ଛୁଟିନେଇ ଘରକୁ ଆସିଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତେଣୁ ତାଙ୍କ କାର୍ଯ୍ୟାଳୟ ତଥା ଭାରତୀୟ ସେନା ପକ୍ଷରୁ କୌଣସି ସହାୟତା ମିଳୁନାହିଁ। କିଛି ଆର୍ଥିକ ସହାୟତା ଆଶାରେ ସୋମବାର ପରିବାର ଲୋକେ ନୟାଗଡ଼ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଯେ, ନୟାଗଡ଼ ବ୍ଲକ ଚମ୍ପତ୍ତିପୁର ବାହ୍ମଣସାହିର ଗୋପାଳ ସାହୁଙ୍କ ପୁଅ ଅଶୋକ ୨୦୧୧ ମାର୍ଚ୍ଚରେ ଭାରତୀୟ ସେନା (ଇଣ୍ଡିଆନ୍‌ ଆର୍ମି)ରେ ସୈନିକ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ବିଭିନ୍ନ ସ୍ଥାନରେ ସେ ନିଜର କାର୍ଯ୍ୟ କରିଥିଲେ। ୨୦୧୬ ଜୁନ୍‌ରେ ୨୦ ଦିନ ଛୁଟିରେ ଘରକୁ ଆସିଥିଲେ। ଜୁନ୍‌ ୩ ତାରିଖରେ କୌଣସି କାର୍ଯ୍ୟରେ ଇଟାମାଟି ଆସି ବାଇକ୍‌ରେ ଘରକୁ ଫେରୁଥିଲେ। ଚମ୍ପତ୍ତିପୁର ପୋଲଠାରେ ଏକ ଅଜଣା ଗାଡ଼ି ଅଶୋକଙ୍କୁ ଧକ୍କା ଦେଇଥିଲା। ଏହାପରେ ବଦିଳିଗଲା ଅଶୋକଙ୍କ ଜୀବନର କାହାଣୀ । ଅଶୋକଙ୍କ ବ୍ରେନ୍‌ରେ ମାଡ଼ ହୋଇଯାଇଥିବାରୁ ଦୁର୍ଘଟଣା ପରଠାରୁ ସେ କୋମାରେ ଥିଲେ। ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଭଲ ନ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା। ୬ ଦିନରେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲା। ଏହାପରେ ଅପରେଶନ ପାଇଁ ୪୦ ଲକ୍ଷ ଖର୍ଚ୍ଚ ହେବ ବୋଲି ଉକ୍ତ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ଅଶୋକଙ୍କ ବାପା ଗୋପାଳ ସାଇକେଲରେ ଗଁା ଗଁା ବୁଲି ପ୍ରେସରକୁକର ମରାମତି କାର୍ଯ୍ୟ କରୁଥିବା ବେଳେ, ଯାହା ଟଙ୍କା ସଞ୍ଚତ୍ତ ଥିଲା ସମସ୍ତ ପୁଅ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଥିଲା। କିପରି ୪୦ ଲକ୍ଷ ଟଙ୍କା ଯୋଗାଡ଼ କରି ପୁଅର ଚିକିତ୍ସା କରିବେ, ସେ ନେଇ ଚିନ୍ତାରେ ପଡିଛନ୍ତି ଗୋପାଳ ଓ ତାଙ୍କ ପରିବାର। ଏ ନେଇ ସେମାନେ ଆର୍ମି କାର୍ଯ୍ୟାଳୟକୁ ଯୋଗାଯୋଗ କରିବାରୁ କଲିକତାଠାରେ ଥିବା ଆର୍ମି କମାଣ୍ଡୋ ମେଡିକାଲରେ ଅଶୋକଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ଅଶୋକ କୋମାରୁ ମୁକ୍ତ ହୋଇଥିଲେ। ଏହାପରେ ଅଧିକ ଚିକିତ୍ସା ନିମନ୍ତେ ସୈନିକମାନଙ୍କ ପାଇଁ ଥିବା ବିହାର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଭଲ ହୋଇଥିଲେ ସୁଦ୍ଧା ଅଶୋକ ଚଲାବୁଲା କରିପାରିଲେନି କି କିଛି କଥାବାର୍ତ୍ତା କରିପାରିଲେ ନାହିଁ। ଯାହା ଖାଲି କଥା ଶୁଣିଲେ ଓ ହାତଠାରି ଡାକିଲେ। ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇପଡ଼ିଲେ ସେ। ଏହାପରେ ଜୁନ୍‌ ୨୦୧୮ ମସିହାଠାରୁ ଅଶୋକ ଘରେ ଆସି ରହିଛନ୍ତି। ମା’ ରୂପ ସାହୁ ପୁଅର ସମସ୍ତ କାର୍ଯ୍ୟ କରୁଛନ୍ତି। ଏ ପର୍ଯ୍ୟନ୍ତ ଅଶୋକଙ୍କୁ କୌଣସି ସୂତ୍ରରୁ କିଛି ବି ଆର୍ଥିକ ସହାୟତା ମିଳିପାରିନାହିଁ। ୮୦ ପ୍ରତିଶତ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଜିଲା ପ୍ରଶାସନ କି ବ୍ଲକ ପ୍ରଶାସନ ଦିବ୍ୟାଙ୍ଗ ଭତ୍ତା ଦେଉନାହାନ୍ତି। ବାପା ଗୋପାଳ ପ୍ରେସରକୁକର ମରାମତି କରି ଦିନକୁ ଯେତିକି ରୋଜଗାର କରି ଆଣୁଛନ୍ତି ସେତିକିରେ ତାଙ୍କ ପରିବାର ଚଳୁଛି। ଗୋପାଳଙ୍କ ବଡ଼ଝିଅ ବାହା ହୋଇସାରିଥିବା ବେଳେ ସାନପୁଅ ଯୁକ୍ତ ୨ ପରେ ପାଠପଢ଼ା ଛାଡ଼ିଦେଇଛନ୍ତି। ଜଣେ ଯବାନଙ୍କ ପରିବାର ଏପରି ଦୟନୀୟ ଅବସ୍ଥାରେ ଚଳୁଛନ୍ତି। ସୋମବାର କିଛି ଆର୍ଥିକ ସହାୟତା ନିମନ୍ତେ ପରିବାର ଲୋକେ ଅଶୋକଙ୍କୁ ସାଙ୍ଗରେ ଆଣି ଜିଲାପାଳଙ୍କୁ ଭେଟିଛନ୍ତି। ଜିଲାପାଳ ଡା. ଏନ୍‌. ତିରୁମାଲା ନାୟକ ଅଶୋକଙ୍କୁ ୫୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତା ଓ ରାଶନ ସାମଗ୍ରୀ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ ପରିବାରକୁ ସହାୟତା ନିମନ୍ତେ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ପେନସନ୍‌ କରାଇ ଦେବାକୁ ୩ ହଜାର ଲାଞ୍ଚ ନେଉଥିଲେ ବରିଷ୍ଠ କିରାଣୀ, ବାନ୍ଧିଲା ଭିଜିଲାନ୍ସ

ନୟାଗଡ/ଖଣ୍ଡପଡା,(ଲୋକନାଥ ମିଶ୍ର/ଅଜୟ କୁମାର ମହାରଣା)୩୦ା୩: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡ଼ା ସବ-ଟ୍ରେଜେରୀ କର୍ମଚାରୀ ସରୋଜ କୁମାର ସାହୁ । ପେନସନ୍‌ କରାଇ ଦେବାକୁ ଲାଞ୍ଚ ନେଉଥିବା…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

ନୂଆ ଚିନି କଳ ସ୍ଥାନ ଚିହ୍ନଟ ପାଇଁ ନୟାଗଡରେ ଆଇପିଏଲ ଟେକ୍ନିକାଲ ଟିମ

ନୟାଗଡ଼,୨୧।୩(ଲୋକନାଥ ମିଶ୍ର): ନୟାଗଡ଼ରେ ନୂଆ ଚିନିଶିଳ୍ପ ଖୋଲିବା ନେଇ ମାର୍ଚ୍ଚ ୬ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏପରିକି ଚିନି ଶିଳ୍ପ ଖୋଲିବା ନେଇ…

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri