Posted inଜାତୀୟ

ସେଲ୍‌ଫି ନେବା ବାହାନାରେ ୧୦ ରାଜନେତାଙ୍କ ପକେଟ୍‌ମାର

ଜଳନ୍ଧର,୩୦।୫: ପଞ୍ଜାବ ଫତେହଗଡ଼ ସାହିବ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିବା ୧୦ ରାଜନେତାଙ୍କ ସହିତ ସେଲ୍‌ଫି ନେବା ବାହାନାରେ ସେମାନଙ୍କର ପକେଟ୍‌ମାର୍‌ କରିଯାଇଥିବା ଅଭିଯୋଗ ହୋଇଛି। ଏହି ଲୋକ ସଭା ଆସନରୁ ନିର୍ବାଚିତ ହୋଇଥିବା କଂଗ୍ରେସ ପ୍ରାର୍ଥୀ ଡ. ଅମର ସିଂଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସ୍ଥାନୀୟ ଅମଲୋହ ରୋଡ୍‌ସ୍ଥିତ ବଙ୍କ୍ବେଟ୍‌ ହଲ୍‌ରେ ରାଜନେତାମାନେ ଏକତ୍ରିତ ହୋଇଥିଲେ। ଏହି ସଭାରେ ବିଧାୟକ ରଣଦୀପ୍‌ କାକାଙ୍କ ସମେତ ୧୦ ରାଜନେତାଙ୍କ ପକେଟମାର୍‌ ହୋଇଥିବା ପୋଲିସ ସୂଚନା ଦେଇଛି। ତେବେ ପକେଟ୍‌ମାର କରିଥିବା ଅପରାଧୀଙ୍କୁ ଚିହ୍ନଟ କରାଯାଇଥିବା ସ୍ଥାନୀୟ ଡିଏସ୍‌ପି ଗୁର୍‌ଶେର୍‌ ସାନ୍ଧୁ ପ୍ରକାଶ କରିଛନ୍ତି। ଏନେଇ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସଦରେ ଅନୁଶାସନ-ମର୍ଯ୍ୟାଦା ବଜାୟ ରଖିବା ଜରୁରୀ…

ହାଇଦ୍ରାବାଦ୍‌, ୩୦।୭ : ହାଇଦ୍ରାବାଦ ପବ୍ଲିକ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ ଶନିବାର ସଂସଦର କାର୍ଯ୍ୟକାରିତାକୁ ନେଇ ଉଦବେଗ...

ଅଖନୁରରେ ଓଲଟିଲା ବସ, ୫୦ରୁ ଅଧିକ ଆହତ…

ଶ୍ରୀନଗର,୧୨।୧୧ : ଜମ୍ମୁ-କଶ୍ମୀରର ଅଖନୁରରେ ଏକ ଯାତ୍ରୀବାହୀ ବସ ଓଲଟି ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାମିନ ମଖିର ଗାଁ ନିକଟରେ ବସଟ ନିୟନ୍ତ୍ରଣ...

ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡରେ ମୃତକଙ୍କୁ ୨ ଲକ୍ଷ , ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକାରେ ଶୁକ୍ରବାର ଅପରାହ୍ନରେ ହୋଇଥିବା ଅଗ୍ନିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଏହାସହ ଆହତଙ୍କ...

ଆଜି ଗୁଜରାଟ, ହିମାଚଳ ପ୍ରଦେଶ ନିର୍ବାଚନ ପାଇଁ ବାଜିପାରେ ବିଗୁଲ

ନୂଆଦିଲ୍ଲୀ,୧୪।୧୦: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ଆଜି ବିଗୁଲ ବାଜିପାରେ। ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡକାଯାଇଛି।...

ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୩।୭: ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଭାଜପାର କେତେଜଣ ଏମ୍‌ପି। ଏମାନେ ସଂସଦ ଭବନ ପରିସରରେ ଶନିବାର ଝାଡ଼ୁ ମାରୁଥିବା ଦେଖାଯାଇଛି। ଏଥିରେ...

କ୍ୟାପଟେନ ଅମରିନ୍ଦର ସିଂଙ୍କ ଗୋଟିଏ ଗୁଳିରେ ଦୁଇଟି ଶିକାର!

ଚଣ୍ଡିଗଡ଼,୧ ।୭: ଗୋଟିଏ ପଟେ ରାଜଧାନୀ ଦିଲ୍ଲୀରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ୍ କରିଥିବା ବେଳେ...

ପାଓ୍ବାର ହଟିବା ପରେ କଂଗ୍ରେସ-ଉଦ୍ଧବ ସେନାରେ ଫାଟ…

ମୁମ୍ବାଇ,୩।୫ : ମହାରାଷ୍ଟ୍ରର ଭେଟେରାନ ନେତା ଶରଦ ପାୱାର ଏନସିପି ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ଏହା ସହ ରାଜ୍ୟରେ ରାଜନୈତିକ...

ସଞ୍ଜୟ କୁମାର ମିଶ୍ର ଓଡ଼ିଶା ହାଇକୋର୍ଟ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ,୪।୬: ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବିଧାନର ଅନୁଚ୍ଛେଦ ୨୧୭ ଅନ୍ତର୍ଗତ...

Advertisement
Archives

Model This Week