Posted inଜାତୀୟ

ସେନାରେ ୩୩୩ ଅଧିକାରୀ ସାମିଲ

ଡେରାଡୁନ,୧୪ା୬: ଉତ୍ତରାଖଣ୍ଡର ଡେରାଡୁନ୍‌ସ୍ଥିତ ଭାରତୀୟ ମିଲେଟାରୀ ଏକାଡେମୀ (ଆଇଏମ୍‌ଏ)ରେ ପାସିଂ ଆଉଟ୍‌ ପରେଡ୍‌ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷଣ ଶେଷ ପରେ ସେନାରେ ସାମିଲ ହୋଇଛନ୍ତି ୩୩୩ ଅଧିକାରୀ। ଏହି ପରେଡ୍‌ରେ ୯ ମିତ୍ର ଦେଶର ୯୦ଜଣ କ୍ୟାଡେଟ୍‌ ମଧ୍ୟ ସାମିଲ ହୋଇଥିଲେ। କରୋନା ପାଇଁ ଆଇଏମ୍‌ଏର ୮୭ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ପାସିଂ ଆଉଟ୍‌ ପରେଡ କାର୍ଯ୍ୟକ୍ରମରେ କ୍ୟାଡେଟ୍‌ଙ୍କ ଅଭିଭାବକମାନେ ଉପସ୍ଥିତ ନ ଥିଲେ। ଚଳିତବର୍ଷ ଉତ୍ତର ପ୍ରଦେଶରୁ ସର୍ବାଧିକ ୬୬ଜଣ ପାସ୍‌ ହୋଇଛନ୍ତି। ଏହିକ୍ରମରେ ହରିୟାଣାରୁ ୩୯, ବିହାର ଏବଂ ଉତ୍ତରାଖଣ୍ଡରୁ ୩୧ ଜଣ ଲେଖାଏ ଅଛନ୍ତି। ଆର୍ମି ଚିଫ୍‌ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ପରେଡର ସମୀକ୍ଷା କରିବା ସହ କ୍ୟାଡେଟ୍‌ଙ୍କୁ ଶପଥ ପାଠ କରାଇଥିଲେ। ସାଧାରଣତଃ ପାସିଂ ଆଉଟ୍‌ ପରେଡ ପରେ ଅଧିକାରୀଙ୍କୁ ୧୫ରୁ ୨୦ ଦିନ ଛୁଟି ମିଳୁଥିଲା। ହେଲେ କରୋନା ସଙ୍କଟ ଯୋଗୁ ଅଧିକାରୀମାନେ ଘରକୁ ଯିବେନାହିଁ। ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ନିଯୁକ୍ତିସ୍ଥଳରେ ରିପୋର୍ଟ କରିବାକୁ କୁହାଯାଇଛି।
ସଂଯୋଗବଶତଃ ଦୁଇ ସହପାଠୀ ସାଥୀ ହୋଇ ଶତ୍ରୁ ପକ୍ଷରୁ ଦମନ କରିବାକୁ ମୋର୍ଚ୍ଚା ସମ୍ଭାଳିବେ। ପାସିଂ ଆଉଟ୍‌ ପରେଡ୍‌ରେ ଏପରି ଦୁଇ ଦେଶପ୍ରେମୀ ସାଙ୍ଗଙ୍କ କାହାଣୀ ସାମ୍ନାକୁ ଆସିଛି। ଲ୍ୟୁଟ୍‌ନାଣ୍ଟ ଶୁଭମ୍‌ ବେଉଣ୍ଠିଆଲ ଏବଂ ଲ୍ୟୁଟନାଣ୍ଟ ଭିନୀତ ଖାନ୍ନା ୭ମ ଶ୍ରେଣୀରେ ଆର୍ମି ପବ୍ଲିକ୍‌ ସ୍କୁଲରେ ସାଥୀ ହୋଇ ଗୋଟିଏ ସେକ୍ସନରେ ପାଠ ପଢୁଥିଲେ। ଦୁଇଜଣଙ୍କ ସ୍ବପ୍ନ ଥିଲା ଭାରତୀୟ ସେନାରେ ଅଧିକାରୀ ହେବା। ସ୍ନାତକ ଶେଷ କରିବା ପରେ ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସୈନ୍ୟବାହିନୀରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri