ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବ: ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ

ଜଟଣୀ,୭।୧୨(ଡି.ଏନ୍‌.ଏ.): ଜୀବନର ମାନ ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହେଉଛି। ଆଧ୍ୟାତ୍ମିକ ଚେତନା ହିଁ ଆମକୁ ଏକ ସମ୍ପୂର୍ଣ୍ଣ ଓ ସଫଳ ଜୀବନ ଗଠନ କରିବାରେ ସହାୟକ ହୋଇଥାଏ। ବସ୍ତୁଗତ ଲାଳସାର ଊର୍ଦ୍ଧ୍ୱରେ ରହିଲେ ହିଁ ସତ୍ୟର ଆଲୋକପ୍ରାପ୍ତି ହୋଇଥାଏ। ବିଦ୍ୟାର୍ଥୀମାନେ ଏହାକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବା ଉଚିତ। ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଜଟଣୀସ୍ଥିତ ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ସପ୍ତମ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଏହା କହିଥିଲେ।
କେବଳ ପ୍ରଯୁକ୍ତି ବିଦ୍ୟା ଯଥେଷ୍ଟ ନୁହେଁ, ବସ୍ତୁ ଓ ଚେତନାର ସମ୍ମିଶ୍ରଣ ନିହାତି ଆବଶ୍ୟକ। ଶିକ୍ଷା ମଣିଷକୁ ଅନ୍ଧାରରୁ ଆଲୋକର ବାଟ ଦେଖାଇଥାଏ। ତା’ର ଅନ୍ତଃଚେତନାକୁ ଜାଗ୍ରତ କରିଥାଏ। ଆଧ୍ୟାତ୍ମିକ ଆହାରର ସୁପରିଚାଳନା ହିଁ ବିଦ୍ୟାର୍ଥୀର ମାନସିକତା ହେବା ଦରକାର। ପ୍ରଯୁକ୍ତି ବା ବିଜ୍ଞାନରୁ ଉପଲବ୍ଧ ଜ୍ଞାନ ଅପେକ୍ଷା ନିଜ ଆତ୍ମାକୁ ଚିହ୍ନିବା ଅଧିକ ଜରୁରୀ। ଆତ୍ମା ଏପରି ଏକ ବୃତ୍ତ ଯାହାର ପରିଧି ନାହିଁ। ଶ୍ରୀମଦ୍‌ ଭଗବତ ଗୀତାର ଉଦାହରଣ ଦେଇ କହିଥିଲେ, ଅର୍ଜୁନଙ୍କ ପାଖରେ ଯୁଦ୍ଧ ସମ୍ବନ୍ଧୀୟ ବିଦ୍ୟାର ଭରପୂର ଜ୍ଞାନ ରହିଥିଲା। ହେଲେ ମହାଭାରତ ଯୁଦ୍ଧରେ ସେ ଶ୍ରୀକୃଷ୍ଣଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ କର୍ତ୍ତବ୍ୟ ବିଷୟରେ ଜାଣିବାକୁ ଚାହିଁଥିଲେ। ଚେତନା ନିର୍ଜୀବ ବସ୍ତୁର ଊର୍ଦ୍ଧ୍ୱରେ। ସେହିପରି ମନ ଓ ବୁଦ୍ଧି ତା’ ଠାରୁ ଊର୍ଦ୍ଧ୍ୱରେ। ହେଲେ ଆତ୍ମା ସବୁଠାରୁ ଊର୍ଦ୍ଧ୍ୱରେ ବୋଲି କହିଥିଲେ। ଏହା ମନୁଷ୍ୟର ଚେତନାକୁ ଜାଗ୍ରତ କରିଥାଏ। ସମୟ ଓ ସ୍ଥାନର ଊର୍ଦ୍ଧ୍ୱରେ ରହି ସାର୍ବଜନୀନ ଓ ପୂର୍ଣ୍ଣ ମନୁଷ୍ୟ ଗଢିବା ବିଶ୍ୱବିଦ୍ୟାଳୟର ଉଦ୍ଦେଶ୍ୟ ହେବା ଆବଶ୍ୟକ। ଜାତି, ଧର୍ମ, ବର୍ଣ୍ଣ ଓ ବିବାଦର ଊର୍ଦ୍ଧ୍ୱରେ ରହି କେବଳ ଐଶ୍ୱରିକ ପ୍ରେମରେ ବାନ୍ଧି ହୋଇ ରହିବା ଉଚିତ ବୋଲି ସେ କହିଥିଲେ। ବିଦ୍ୟାର୍ଥୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ ଜ୍ୟୋତିର କୌଣସି ବାସସ୍ଥାନ ନ ଥାଏ। ଯୁଆଡ଼େ ବିଚ୍ଛୁରିତ ହୋଇଥାଏ ସେସବୁ ସ୍ଥାନକୁ ସେ ଆଲୋକିତ କରିଥାଏ।
ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ସଚିବ ଡ. କେ.ପି. କ୍ରିଷ୍ଣନ୍‌, ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂ ଖାରୋଲା ଅତିଥି ଭାବେ ଯୋଗଦେଇ କହିଥିଲେ, ଜୀବନର ପ୍ରତିଟି କ୍ଷେତ୍ରରେ ମଣିଷକୁ ଜ୍ଞାନ ଆହରଣ କରିବାକୁ ପଡ଼ିଥାଏ। ଏଣୁ ସାରାଜୀବନ ବିଦ୍ୟାର୍ଥୀ ଭଳି ରହିବା ଆବଶ୍ୟକ। ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଉଦ୍ୟୋଗପତି ତିଆରି କରୁଥିବାରୁ ଛାତ୍ରୀଛାତ୍ରମାନେ ମୂଲ୍ୟବୋଧ ଭିତ୍ତିକ କାର୍ଯ୍ୟକରିବା ଉଚିତ ବୋଲି ସେ କହିଥିଲେ। ଉତ୍ସବରେ ୯ ଜଣଙ୍କୁ ସ୍ବର୍ଣ୍ଣପଦକ ସହ ୧୨ଜଣଙ୍କୁ ପିଏଚ୍‌ଡି, ୪୫ ଜଣ ଏମ୍‌ଫିଲ୍‌, ୧୭ ଏମ୍‌ଟେକ୍‌, ୪୯ ଏମ୍‌ବିଏ, ୪୨୩ ଏମ୍‌ଏସ୍‌ସି, ୨ ଏମ୍‌ଏ, ୨୫୨ ବିଏସ୍‌ସି, ୫୦୨ ବି.ଟେକ୍‌, ୩୨ ବିବିଏ, ୧୦ ବି.କମ୍‌, ୭ ବି.ସି.ଏ, ୨୭୩ ବିଏସ୍‌ସି, ୨୦୫ ଡିପ୍ଲୋମା ଓ ୫୫ ଜଣ ଡି.ଫାର୍ମାଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡି.ଏନ. ରାଓ, କୁଳପତି ଡ. ସୁପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri