Posted inରାଜ୍ୟ

ସୃଜନଶୀଳତାର ଅନ୍ୟ ନାମ ଅରୁଣିମା

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ ହୋଇଛି। ୩ରୁ ୬ବର୍ଷ ମଧ୍ୟରେ ରାଜ୍ୟର ୧୬ ଲକ୍ଷ ୧୩ହଜାର ୭୭୫ ଅଙ୍ଗନଓ୍ବାଡ଼ି ଶିଶୁଙ୍କୁ ବିଭିନ୍ନ ସୃଜନଶୀଳ କାର୍ଯ୍ୟକ୍ରମରେ ନିୟୋଜିତ ରଖିବା ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ୟୁନିସେଫ୍‌ ସହାୟତାରେ ବିଭାଗ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରିଛି। କୋଭିଡ୍‌-୧୯ ମହାମାରୀ ସଙ୍କଟ ସମୟରେ ଶିଶୁମାନଙ୍କ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାର ବିକାଶ ନିମନ୍ତେ ଉତ୍ସର୍ଗୀକୃତ ରାଜ୍ୟର ୭୨,୫୮୭ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଏବେ ବନ୍ଦ ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।
ମଙ୍ଗଳବାର ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜିଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ) ଏବଂ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କ ଉପସ୍ଥିତିରେ ଏହି କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ। ପ୍ରଥମ ସଂସ୍କରଣ ପିଲାମାନଙ୍କ ଦ୍ୱାରା ବିଶେଷଭାବେ ଆଦୃତ ହୋଇଥିବାରୁ ଦ୍ୱିତୀୟ ସଂସ୍କରଣକୁ ମଧ୍ୟ ଅନୁରୂପ ଆଦୃତି ମିଳିବ ବୋଲି ଆଶା ରଖାଯାଇଛି। ମାତାପିତାଙ୍କ ସକ୍ରିୟ ସହଭାଗିତାରେ ଶିଶୁମାନଙ୍କୁ ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ଗଳ୍ପକଥନ ଆଦିରେ ନିୟୋଜିତ ରଖି ସେମାନଙ୍କ ମଧ୍ୟରେ ସକାରାତ୍ମକ ଭାବନା ସୃଷ୍ଟି କରିବା ଏହି କ୍ୟାଲେଣ୍ଡର ପ୍ରକାଶନର ଆଭିମୁଖ୍ୟ ବୋଲି ଗର୍ଗ କହିଥିଲେ। ‘ଘରେ ଘରେ ଅରୁଣିମା’ର ପ୍ରଥମ ସଂସ୍କରଣ ‘କୀଟପତଙ୍ଗ ଏବଂ ସରୀସୃପ’ମାନଙ୍କ ଉପରେ ଆଧାରିତ ହୋଇଥିବାବେଳେ ଦ୍ୱିତୀୟ ସଂସ୍କରଣ ‘ବାୟୁ, ଜଳ ଏବଂ ମୃତ୍ତିକା’ ଉପରେ ଆଧାରିତ ହୋଇଛି। ଶିଶୁମାନଙ୍କ ମଧ୍ୟରେ ସ୍ବଚ୍ଛ ପରିବେଶ, ଜଳ ସଞ୍ଚୟ ଏବଂ ବୃକ୍ଷଲତା ବଢ଼ିବାରେ ମୃତ୍ତିକାର ଭୂମିକା ଆଦି ସମ୍ପର୍କରେ କୌତୂହଳ ସୃଷ୍ଟି କରିବାରେ ‘ଘରେ ଘରେ ଅରୁଣିମା’ର ଦ୍ୱିତୀୟ ସଂସ୍କରଣ ବିଶେଷ ଉପାଦେୟ ହେବ ବୋଲି ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନିଲେସନ୍‌ କହିଛନ୍ତି। ହାତଧୁଆ, ସ୍ବଚ୍ଛତା, ପରିମଳ, ସାମାଜିକ ଦୂରତ୍ୱ ଭଳି ଉତ୍ତମ ଅଭ୍ୟାସ ସମ୍ପର୍କରେ ପିଲାମାନଙ୍କୁ ସଚେତନ କରିବା ନିମନ୍ତେ ଏହି କ୍ୟଲେଣ୍ଡରରେ ବାର୍ତ୍ତା ଦିଆଯାଇଛି। ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କ ଦ୍ୱାରା ଏହି ପୁସ୍ତକ ମାତାପିତା ଓ ଅଭିଭାବକଙ୍କୁ ଡିଜିଟାଲ୍‌ ମାଧ୍ୟମରେ ବିତରଣ କରାଯିବ। ଏହି ପୁସ୍ତିକା ପିଲାମାନଙ୍କ ମାନସିକ ସୁସ୍ଥତା ପାଇଁ ଉପାଦେୟ ହେବା ସହିତ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ଶିଶୁମାନଙ୍କ ଉତ୍ତମ ସମ୍ପର୍କ ସ୍ଥାପନରେ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହାଇକୋର୍ଟରେ ପିଆଇଏଲ୍‌

କଟକ ଅଫିସ୍‌, ୧୦ା୩: ରାଜ୍ୟର ଶିମିଳିପାଳ ଅଭୟାରଣ୍ୟ ସମେତ ୩୦୦ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ପ୍ରାୟ ମାସେ ହେବ ନିଅଁା ଲାଗିଛି। ଏହା କମିବା ପରିବର୍ତ୍ତେ ଦିନକୁ...

ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ମହାନତା: ୨୧ ହଜାର ଟଙ୍କା ଫେରାଇଦେଲେ

ଫୁଲନଖରା,୧।୮(ଡି.ଏନ.ଏ.): ଅର୍ଥସର୍ବସ୍ବ ସମାଜରେ ଜଣେ ଗୁପ୍‌ଚୁପ୍‌ ବ୍ୟବସାୟୀ ଜଣେ ମହିଳାଙ୍କ ୨୧ ହଜାର ଟଙ୍କା ଫେରସ୍ତ କରି ମହାନତା ଦେଖାଇଛନ୍ତି। ସେ ହେଲେ କଟକ ଜିଲା...

ଖାଦ୍ୟ, ପାଣି ଆଶାରେ ଗାଁ ମୁହାଁ ବନ୍ୟଜନ୍ତୁ: ଉଦ୍ଧାର ହରିଣକୁ ଜଙ୍ଗଲରେ ଛାଡ଼ିଲା ଅସ୍ତରଙ୍ଗ ବନବିଭାଗ

କାକଟପୁର,୧୯।୬(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ବଡ଼ ସିରେଇ ଗ୍ରାମରୁ ଅସ୍ତରଙ୍ଗ ବନବିଭାଗ ବୁଧବାର ମଧ୍ୟାହ୍ନରେ ଏକ ହରିଣକୁ ଉଦ୍ଧାର କରି ମୁହାଁଣ ମୁହଁ ଜଙ୍ଗଲରେ...

୨ ବୁଥ୍‌ରେ ପଡ଼ିଲାନି ଖଣ୍ଡିଏ ଭୋଟ

ଢେଙ୍କାନାଳ ଅଫିସ୍‌, ୧୯ ।୨ ଅନୁରୋଧ କଲେ। ଦାବି ଜଣାଇଲେ। ପ୍ରତିବାଦ କଲେ। ହେଲେ ଲୋକମାନଙ୍କ ସମସ୍ୟାକୁ କେହି ଗୁରୁତ୍ୱ ଦେଲେନି କି ଦୁର୍ଗାପ୍ରସାଦକୁ ମିଳିଲାନି...

ପିପିଇ ଖରିଦକୁ ମନ୍ତ୍ରିସ୍ତରୀୟ ମଞ୍ଜୁରୀ

ଭୁବନେଶ୍ୱର, ୩।୪(ବ୍ୟୁରୋ): କରୋନା ମୁକାବିଲାରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ତୁରନ୍ତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ (ପିପିଇ) ଖରିଦ ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରିସ୍ତରୀୟ କମିଟି ମଞ୍ଜୁରୀ ଦେଇଛି।...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଜେଲ୍‌ ଗଲେ ସେସୁ ଅଧିକାରୀ

କଟକ ଅଫିସ, ୪ା୭: ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ପାରାଦୀପ ଡିଭିଜନ ଦାୟିତ୍ୱରେ ଥିବା କନିଷ୍ଠ ପରିଚାଳକ (ଅର୍ଥ) ଧନେଶ୍ୱର ସାହୁ ଜେଲ୍‌ ଯାଇଛନ୍ତି।...

ଏମିତି ଚାଲିଛି ସ୍ବାସ୍ଥ୍ୟସେବା: ୪ଘଣ୍ଟା ଯାଏ ଆସିଲାନି ଆମ୍ବୁଲାନ୍ସ, ଦୁର୍ଘଟଣାରେ ଯୁବକ ଗୁରୁତର

ଆନନ୍ଦପୁର,୧୩।୭(ସ୍ବ.ପ୍ର.)-ରାଜ୍ୟରେ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିଗିଡିବାରେ ଲାଗିଛି। କେଉଁଠି ଆମ୍ବୁଲାନ୍ସ ପହଞ୍ଚିି ନ ପାରି ଅଧା ରାସ୍ତାରେ ପ୍ରସୂତି ପ୍ରସବ କରୁଛନ୍ତି ତ କେଉଁଠି ଖଟିଆରେ...

ସୁର ସାମ୍ରାଜ୍ଞୀଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ସୋମବାର ହେଉଛି ଜନ୍ମଦିନ। ସେ ସେପ୍ଟେମ୍ବର ୨୮, ୧୯୨୯ ମସିହାରେ ପ୍ରସିଦ୍ଧ ସଙ୍ଗୀତକାର ଦିନାଥ ମଙ୍ଗେସକରଙ୍ଗ କୋଳରେ...

Advertisement
Archives

Model This Week