‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବେ କ୍ୟାଟ୍ରିନା

ମୁମ୍ବାଇ: ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ପରବର୍ତ୍ତୀ ସିନେମା ‘ସୂର୍ଯ୍ୟବଂଶୀ’ରେ ଅଭିନୟ କରିବାକୁ ଯାଉଛନ୍ତି କ୍ୟାଟ୍ରିନା କୈଫ। ଏଥିରେ ଅକ୍ଷୟ କୁମାରଙ୍କ ସହ ତାଙ୍କର ଯୋଡ଼ି ଖୁବ୍‌ ଜମିବ ବୋଲି ସୂଚନା ମିଳୁଛି। ଅକ୍ଷୟଙ୍କ ସହିତ ପୂର୍ବରୁ କ୍ୟାଟ୍ରିନା ‘ନମସ୍ତେ ଲଣ୍ଡନ’ ଏବଂ ‘ସିଂ ଇଜ୍‌ କିଙ୍ଗ୍‌’ରେ ଅଭିନୟ କରିଛନ୍ତି। ଆଗାମୀ ଫିଲ୍ମ ପାଇଁ କ୍ୟାଟ୍ରିନାଙ୍କୁ ସ୍ବାଗତ କରି ଅକ୍ଷୟ ତାଙ୍କୁ ‘ସୂର୍ଯ୍ୟବଂଶୀ ଗର୍ଲ’ ଭାବେ ସମ୍ବୋଧନ କରିଛନ୍ତି।
ଏହି ଫିଲ୍ମ ନିର୍ମାଣ ପାଇଁ ପାଣ୍ଠି ଯୋଗାଉଥିବା କରନ ଜୋହର ଅକ୍ଷୟ, କାଟ୍ରିନା ଏବଂ ଶେଟ୍ଟୀଙ୍କ ସହିତ ଉଠାଇଥିବା ଏକ ଗ୍ରୁପ୍‌ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ସୂର୍ଯ୍ୟବଂଶୀ ପାଇଁ କ୍ୟାଟ୍ରିନାଙ୍କୁ ସ୍ବାଗତ କରିଛନ୍ତି କରନ୍‌। ୨୦୨୦ ଇଦ୍‌ ବେଳକୁ ଉକ୍ତ ଫିଲ୍ମ ରିଲିଜ ହେବାର ଅଛି।
ସୂର୍ଯ୍ୟବଂଶୀରେ ଅକ୍ଷୟ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ‘କେଶରୀ’ରେ ସେ ଜଣେ ସାହସୀ ଦେଶପ୍ରେମୀର ଭୂମିକା (ଆଣ୍ଟି ଟେରରିଷ୍ଟ ସ୍କ୍ବାଡ ଅଫିସର)ରେ ଅଭିନୟ କରିଥିବାବେଳେ ସୂର୍ଯ୍ୟବଂଶୀରେ ସେଭଳି ଏକ ଦୁଃସାହସୀ ତଥା ବୀର ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ୨୦୨୦ ଇଦ୍‌ବେଳେ ସଲମାନ ଖାନ୍‌ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ‘ଇନ୍‌ଶାଲା’ ସହିତ ‘ସୂର୍ଯ୍ୟବଂଶୀ’ ପ୍ରତିଦ୍ୱନ୍ଦ୍ୱିତା କରିବା ସମ୍ଭାବନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ ଅନୁପସ୍ଥିତିରେ ଏହି ଅଭିନେତ୍ରୀଙ୍କ ସହ ଡିନର୍‌ ଗଲେ ଅଭିଷେକ: ବଢୁଛି ଚର୍ଚ୍ଚା

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜିକାଲି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବ୍ୟସ୍ତ ଅଛନ୍ତି। ତାଙ୍କୁ ଧଳା ରଙ୍ଗର ବନାରସୀ ଶାଢ଼ିରେ ଦେଖିବାକୁ ମିଳିଥିଲା। ତାଙ୍କ ଲୁକ୍‌ର...

ବିବାଦରେ ‘ହେରାଫେରି ୩’

ମୁମ୍ବାଇ: ୨୦୦୦ରେ ରିଲିଜ୍‌ ହୋଇଥିବା ପ୍ରସିଦ୍ଧ କମେଡି ଫିଲ୍ମ ‘ହେରାଫେରି’ର ତୃତୀୟ ସିକ୍ୱେଲ ‘ହେରାଫେରି ୩’ରେ ଭେଟେରାନ୍‌ ଅଭିନେତା ପରେଶ ରାଓ୍ବଲ ସାମିଲ ହେବେ ନାହିଁ। ଏନେଇ...

କାନ୍ସରେ ମୋଦି ନେକ୍‌ଲେସ୍‌ ପିନ୍ଧି ରାତାରାତି ବଡ଼ ସେଲିବ୍ରିଟି ହୋଇଗଲେ ରୁଚି

୭୮ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ଚାଲିଛି। ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ଅଂଶଗ୍ରହଣ କରିବା ପାଇଁ ସାରା ବିଶ୍ୱରୁ ସିନେ ତାରକାମାନେ ଆସିଛନ୍ତି। କେତେକ ରେଡ କାର୍ପେଟରେ...

ଖୁବ୍‌ଶୀଘ୍ର ‘ଦି ଗର୍ଲଫ୍ରେଣ୍ଡ’: ରଶ୍ମିକା

ହାଇଦ୍ରାବାଦ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ସମ୍ପ୍ରତି ନିଜର ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦି ଗର୍ଲଫ୍ରେଣ୍ଡ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମକୁ ନେଇ ରଶ୍ମିକାଙ୍କ ପ୍ରଶଂସକମାନେ...

୭୦ ବର୍ଷ ବୟସ୍କ ଅଭିନେତାଙ୍କ ସହ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଦୃଶ୍ୟ ଭାଇରାଲ୍, ରାଗିଗଲେ ଲୋକେ

ମୁମ୍ବାଇ: ତାମିଲ ସିନେମାର ଦିଗଜ ଅଭିନେତା ତଥା ନିର୍ମାତା କମଲ ହାସନଙ୍କ ଆଗାମୀ ଚଳଚ୍ଚିତ୍ର ଥଗ୍ ଲାଇଫରେ ଅଭିନୟ କରୁଥିବା ଅନ୍ତରଙ୍ଗ ଦୃଶ୍ୟଗୁଡ଼ିକ ସୋସିଆଲ ମିଡ଼ିଆରେ...

VIDEO: ସବୁ ସୀମା ଟପିଗଲେ ଶାହିଦ ଆଫ୍ରିଦି: ସମସ୍ତଙ୍କ ସାମ୍ନାରେ ମୁନିରଙ୍କ ସହ କଲେ ଏମିତି କାମ

ଇସଲାମାବାଦ୍‌,୧୯।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଯଦି ପାକିସ୍ତାନରେ ସବୁଠାରୁ ଅଧିକ ଦୁଃଖିତ କେହି ଅଛନ୍ତି, ତେବେ ସେ ହେଉଛନ୍ତି ପୂର୍ବତନ କ୍ରିକେଟର୍‌ ଶାହିଦ ଆଫ୍ରିଦି।...

ହନିମୁନ୍‌ ପାଇଁ ତୁର୍କୀ ଯାଇଥାନ୍ତେ ଏହି ଅଭିନେତା, ଶେଷରେ କରିଦେଲେ ବାତିଲ୍‌

ନିକଟରେ ଅଭିନେତା ସିଦ୍ଧାନ୍ତ ଇସାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ପରେ ସେ ସ୍ତ୍ରୀଙ୍କୁ ନେଇ ହନିମୁନ୍‌ ଯିବା ବାତିଲ କରିଦେଇଛନ୍ତି। କାରଣ ସେ...

କାନ୍ସ ରେ ଏଣ୍ଟ୍ରି କଲେ ‘ଲାପାତା ଲେଡିଜ’

କାନ୍ସ: ଭାରତୀୟ ସିନେମାର ଉଦୀୟମାନ ତାରକା ତଥା ‘ଲାପାତା ଲେଡିଜ’ ଫେମ୍ ନିତାଂଶୀ ଗୋଏଲ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ରେ ଚମକଦାର ଡେବ୍ୟୁ କରି ଇତିହାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri