ସୂର୍ଯ୍ୟଙ୍କ ଅଦ୍ଭୁତ ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌: ମହାକାଶ ସମ୍ପର୍କରେ ଏବେ ବି ଅନେକ କଥା ଅଜଣା। ହେଲେ ଏ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ନିରନ୍ତର ଉଦ୍ୟମ ଚଳାଇଛନ୍ତି ବିଶ୍ୱର ବିଭିନ୍ନ ସ୍ପେଶ ଏଜେନ୍ସି। ଫଳରେ ବିଭିନ୍ନ ସମୟରେ ବୈଜ୍ଞାନିକମାନେ ଏଭଳି ତଥ୍ୟ ହାସଲ କରିଛନ୍ତି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏବେ ସୋସିଆଲ ମିଡିଆରେ ସୂର୍ଯ୍ୟଙ୍କର ଏକ ଫଟୋ ଭାଇରାଲ ହେଉଛି, ଯାହା ନାସା (ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ୍‌) ପକ୍ଷରୁ ଟୁଇଟରରେ ପୋଷ୍ଟ କରାଯାଇଛି। ନାସା ପକ୍ଷରୁ କୁହାଯାଇଛି, ଏହି ଫଟୋ ନାସା ସୋଲାର ଡାଇନାମିକ୍‌ ଅବଜରଭେଟୋରି (ମହାକାଶରେ ବୁଲି ପ୍ରତି ମୁହୂର୍ତ୍ତରେ ସୂର୍ଯ୍ୟ ଉପରେ ନଜର ରଖୁଥିବା ସାଟେଲାଇଟ) ପକ୍ଷରୁ ୨୦୧୪ ଅକ୍ଟୋବର ୮ ରେ ଉଠାଯାଇଥିଲା। ସୂର୍ଯ୍ୟଙ୍କ ଏହି ଫଟୋ ହାଲୋବିନ୍‌ର (କଖାରୁରେ ନିର୍ମିତ ଲଣ୍ଠନ) ଚେହେରା ଦେଖାଯାଉଛି। ନାସା ପକ୍ଷରୁ ପୋଷ୍ଟ କରାଯାଇଥିବା ଏହି ଫଟୋରେ ଅନେକ ଟୁଇଟର ୟୁଜର କୌତୂହଳପୂର୍ଣ୍ଣ କମେଣ୍ଟ ଦେଉଛନ୍ତି। ଏ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ପ୍ରାୟ ୧୧ହଜାର ଲୋକ ଲାଇକ୍‌ କରିଥିବା ବେଳେ ୩ ହଜାରରୁ ଊର୍ଦ୍ଧ୍ୱ ରି-ଟୁଇଟ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି, ଘୁଷୁରିଙ୍କ ସର୍କସ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଘୁଷୁରି ଓ...

ଲକ୍‌ଡାଉନ୍‌ରେ ଟ୍ରାକ୍ଟର କିଣି ଚଲାଇଲେ ଧୋନୀ: ଭିଡିଓ ଭାଇରାଲ

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ସାଧାରଣ ଲୋକଙ୍କଠାରୁ ବଲିଉଡ୍‌ କଳାକାର ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ନିଜ ଘରେ ରହି ପରିବାର ସହ...

ବିଶ୍ୱକୁ ବାଟ ବତାଇଛନ୍ତି ଏମାନେ

ଆଇସଲାଣ୍ଡରୁ ତାଇଓ୍ବାନ ଓ ଜର୍ମାନୀରୁ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ମହିଳାମାନେ ବିଶ୍ୱକୁ ମହାମାରୀ କରୋନାରୁ ମୁକ୍ତିର ବାଟ ବତାଉଛନ୍ତି। ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ ଓ ଡେନ୍‌ମାର୍କ ସବୁଠି ଏହି...

ସ୍କୁଲ ଫି ଛାଡ କରିବାକୁ ରକ୍ତରେ ଲେଖିଲେ ଚିଠି

ହଲଦ୍ୱାନୀ,୨୦।୮: କରୋନା ମହାମାରୀ ପାଇଁ ଦେଶରେ ଲାଗୁ କରାଯାଇଛି ଲକ୍‌ ଡାଉନ। ଏହି ସମୟରେ ଅଧିକାଂଶ ଘରୋଇ ସ୍କୁଲ ଅନ୍‌ଲାଇନ୍‌ ମାଧ୍ୟମରେ ପିଲାଙ୍କୁ ପାଠ ପଢାଉଛନ୍ତି।...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଝଟ୍‌କା: ପାର୍ଲାମେଣ୍ଟ ସ୍ଥଗିତ ବେଆଇନ

ଲଣ୍ଡନ,୧୨ା୯: ବ୍ରେକ୍‌ଜିଟକୁ ନେଇ ବିବାଦ ଜାରି ରହିଥିବାବେଳେ ବ୍ରିଟେନ ପାର୍ଲାମେଣ୍ଟକୁ ସ୍ଥଗିତ ରଖିବା ବେଆଇନ ବୋଲି ସ୍କଟଲାଣ୍ଡର ସେସନ୍ସ କୋର୍ଟ ବୁଧବାର ଘୋଷଣା କରିବା ପରେ...

ପଗଡ଼ି କାଟି ମାସ୍କ ପ୍ରସ୍ତୁତ କରି ଗରିବଙ୍କୁ ବାଣ୍ଟିଲେ ଶିଖ୍‌ ବ୍ୟକ୍ତି

ଲକ୍‌ଡାଉନ୍‌ରେ ଲୋକେ ଗରିବଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସୁଛନ୍ତି। ଏହି ସମୟରେ ଜଣେ ଶିଖ୍‌ ବ୍ୟକ୍ତି ନିଜର ୧୧ଟି ନୂଆ ପଗଡି କାଟି...

ମାଡ଼ି ଆସିଲେ ୧୦୦ରୁ ଅଧିକ ଲୁଟେରା: ଆଖିବୁଜା ଗୁଳିରେ ୧୩ ପୋଲିସ ଅଧିକାରୀ ଆହତ

ସିକାଗୋ, ୧୧।୮: କରୋନା ମହାମାରୀ ସଙ୍କଟ ସମୟରେ ସିକାଗୋ ସହରର ଲକ୍ସରୀ କମର୍ସିଆଲ୍‌ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକା ସହିତ ୧୦୦ରୁ ଅଧିକ...

ଆଫଗାନ୍‌ ସେନା ଉପରେ ତାଲିବାନ ଆକ୍ରମଣ

ନୂଆଦିଲ୍ଲୀ, ୧୫।୩(ପି.ଟି.): ଆଫଗାନିସ୍ତାନରେ ତାଲିବାନ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୯୫ ଆକ୍ରମଣ କରାଯାଇଛି। ଆଫଗାନ୍‌ ସେନାକୁ ଟାର୍ଗେଟ କରି ତାଲିବାନ ପକ୍ଷରୁ ୧୦...

Coronavirus Update


Archives

Model This Week

Why Dharitri