ସୂଚନା ଅଧିକାର ଆଇନକୁ ଅବମାନନା: ୨୫ରୁ ଧାରଣା

ନୀଳଗିରି, ୨୧।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌ ବଳରେ ମାଗିଥିବା ବେଳେ ଉକ୍ତ ତଥ୍ୟ ଦିଆଯିବ ନାହଁି ବୋଲି କାର୍ଯ୍ୟାଳୟ ପକ୍ଷରୁ ରୋକଠୋକ ମନା କରିଦିଆଯାଇଥିଲା। ଫଳରେ ସୂଚନା ଅଧିକାର ଆଇନକୁ ଅବମାନନା କରିବା ସହ ଉଲ୍ଲଂଘନ କରାଯାଇଥିବା ପ୍ରତିବାଦରେ ବିଧାୟକ ଷଡ଼ଙ୍ଗୀ ଆସନ୍ତା ୨୫ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନୀଳଗିରି ଆଇଟିଡ଼ିଏ ଅଫିସ୍‌ ଆଗରେ ଧାରଣା ଦେବା ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ଷଡ଼ଙ୍ଗୀ ଘଟଣା ବିଷୟରେ ଏବଂ ଉକ୍ତ ବିଭାଗରେ ଉଭୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଅର୍ଥକୁ ହରିଲୁଟ୍‌ କରିଥିବାରୁ ତଥ୍ୟ ଦେଉ ନ ଥିବା ଅଭିଯୋଗ ଆଣିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ନୀଳଗିରିର ପୂର୍ବତନ ବିଧାୟକ ଷଡ଼ଙ୍ଗୀ ସୂଚନା ଆଇନ ବଳରେ ନୀଳଗିରି ଆଇଟିଡିଏର ବିଭିନ୍ନ ପ୍ରକଳ୍ପ ଓ ବିଭିନ୍ନ ଯୋଜନା ବିଷୟରେ ତଥ୍ୟ ମାଗିଥିଲେ। ତଥ୍ୟ ପ୍ରଦାନର ଅବଧି ଶେଷ ହେବା ପରେ ଅନେକ ଥର ଷଡ଼ଙ୍ଗୀ କାର୍ଯ୍ୟାଳୟକୁ ଯାଇ ତଥ୍ୟ ଦିଅନ୍ତୁ ବୋଲି କାର୍ଯ୍ୟାଳୟର ମୁଖ୍ୟ କିରାଣିଙ୍କୁ କହିବା ପରେ ଆଜିକାଲି କହି ଦିନ ପରେ ଦିନ ଗଡ଼େଇ ଚାଲିଥିଲେ। ଶେଷରେ ଷଡ଼ଙ୍ଗୀ ଅଫିସ୍‌କୁ ତଥ୍ୟ ଆଣିବାକୁ ଯାଇଥିବା ବେଳେ ମୁଖ୍ୟ କିରାଣି ତଥ୍ୟ ଦିଆଯାଇପାରିବ ନାହିଁ ବୋଲି ରୋକଠୋକ ମନା କରିବା ସହ ପିଏଙ୍କ ସହ କଥା ହେବାକୁ କହିଥିଲେ। ପରେ ପିଏଙ୍କ ସହ ଘଟଣା ବିଷୟରେ ଫୋନରେ ଜଣାଇଥିଲେ। ମାତ୍ର କୌଣସି ସଫଳତା ମିଳି ନ ଥିଲା। ଏନେଇ ଗତ ୧୯ ତାରିଖରେ ଏକ ଖବରଦାତା ସମ୍ମିଳନୀରେ ଷଡ଼ଙ୍ଗୀ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri