ସୁସଜ୍ଜିତ ପଟୁଆରରେ ବାହାରିଲେ ଶଙ୍କର

ବାଲେଶ୍ୱର ଅଫିସ, ୩୧।୫-ବାଲେଶ୍ୱର ଗାନ୍ଧୀ ସ୍ମୃତିଭବନ ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟାରେ ବାହାଘର ଉତ୍ସବକୁ ଅତିଥିମାନେ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପରେ ମଙ୍ଗଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚିତ୍ରାଙ୍କନ, ହୁଳହୁଳି, ଶଙ୍ଖଫୁଙ୍କା ଓ ଲୋକନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ଗୁରୁବାର ଅପରାହ୍ନ ୫ଟା ସମୟରେ ସମ୍ପର୍କ ଯାତ୍ରା ଆରମ୍ଭ ହୋଇଥିଲା। ବର ଶଙ୍କର ସୁସଜ୍ଜିତ ପଟୁଆରରେ ଦାମୋଦରପୁରସ୍ଥିତ ଶ୍ୟାମସୁନ୍ଦର ମନ୍ଦିର ଅଭିମୁଖେ ବାହାରିଥିଲେ। ଉକ୍ତ ମନ୍ଦିରରେ କନ୍ୟା ଟୁସୁଙ୍କ ସହିତ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ କଳା ଓ ସାଂସ୍କୃତିକ ଅନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ସଦର ବିଧାୟକ ମଦନମୋହନ ଦତ୍ତ ଯୋଗଦେଇ ଏହି ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟଅତିଥି ଭାବେ ଉପଜିଲାପାଳ ନିଲୁ ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ଶଶାଙ୍କ ଶେଖର ରଥ, ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ, ବରକର୍ତ୍ତା ସୁରଞ୍ଜନ ଦାସ ମହାପାତ୍ର, ବରିଷ୍ଠ ଖବରଦାତା ଗୌତମ ବୁଦ୍ଧ ଦାସ ଓ ରଞ୍ଜନ କୁମାର ବାଗ ପ୍ରମୁଖ ଯୋଗଦେଇ ଜଉକଣ୍ଢେଇ ବାହାଘରକୁ ଲୋକାଭିମୁଖୀ କରାଯାଉଥିବାରୁ ସାଧୁବାଦ ଜଣାଇଥିଲେ। ଅନୁଷ୍ଠାନ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାତ୍ର ପୌରୋହିତ୍ୟ କରିଥିଲେ। ଆବାହକ କେଶୁ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଇଂ. ହୃଷୀକେଶ ସାହୁ ମଞ୍ଚ ଆହ୍ବାନ କରିଥିଲେ। ସାଧାରଣ ସମ୍ପାଦକ ଡା. କୁମାର ଗୋପାଲ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ସହସମ୍ପାଦକ ରଘୁନାଥ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଅପରାହ୍ନରେ ଜଉକଣ୍ଢେଇ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଶହେରୁ ଊର୍ଦ୍ଧ୍ୱ ପିଲା ଯୋଗ ଦେଇଥିଲେ। ପରେ ମହିଳାମାନେ ଶଙ୍କରଙ୍କର ମଙ୍ଗଳନ କାର୍ଯ୍ୟ କରିଥିଲେ। ସେମାନେ ଏକ ପଟୁଆରରେ ଗାନ୍ଧୀ ସ୍ମୃତିଭବନରୁ ବାହାରି ଝାଡ଼େଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ସେଠାରୁ କଳସରେ ପାଣି ଆଣିବା ପରେ ବର ଶଙ୍କରଙ୍କୁ ଗାଧୁଆ ଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥିଲା। ଏହି ଅବସରରେ ମହିଳାମାନଙ୍କର କାନ୍ଦଣା ଓ ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଭାପରେ ଶ୍ରୀତମ ସିଂହ ଏକକ ଅଭିନୟ କରିଥିବା ବେଳେ ଦୟାଲ ଡ୍ୟାନ୍ସ ଗ୍ରୁପ୍‌ର ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ସମସ୍ତ କାର୍ଯ୍ୟ ରାଜେଶ ଗିରି, ବ୍ୟମନାଥ ରଥ, ଅରୁଣ କର, ବାରିକ ସଂଘର ସମ୍ପାଦକ ବିମଳ ବାରିକ, ରାଜେନ୍ଦ୍ର ରାଉତ, ସେକ ଇକବାଲ, ଗୌରାଙ୍ଗ ପାଣିଗ୍ରାହୀ, ବିଜୟ ଆଚାର୍ଯ୍ୟ, ପୋଦାରବିନ୍ଦ ମହାପାତ୍ର, ସୁଶାନ୍ତ କୁମାର ବେହେରା, ମନସ୍ବିନୀ ଦେବୀ, ଜୟଶ୍ରୀ ସାହୁ, ଚୌତାଳି କର, ରଚନା ସେନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହା ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ଚାଲିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri