ସୁଶାନ୍ତଙ୍କ ଓଡ଼ିଶା ଲିଙ୍କ୍‌: ଶୁଟିଂ ସେଟ୍‌ରେ ସର୍ବଦା କୁଲ୍‌ ରହୁଥିଲେ

ଭୁବନେଶ୍ୱର,୧୪ା୬(ବ୍ୟୁରୋ): ସେଲିବ୍ରିଟିଙ୍କଠାରୁ ଆରମ୍ଭକରି କ୍ରିକେଟର ଓ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ମ୍ରିୟମାଣ ହୋଇପଡିଛନ୍ତି। ତାଙ୍କସହ କାମ କରିଥିବା ଦୁଇ ଓଡ଼ିଆ କଳାକାର ମଧ୍ୟ ଆଜି ଭାଙ୍ଗି ପଡିଛନ୍ତି। ହିନ୍ଦୀ ଫିଲ୍ମ ‘ଛିଛୋରେ’ରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଓଡ଼ିଶାର ଅମ୍ରିତ କଶ୍ୟପ। ରାଉରକେଲା ଜନ୍ମିତ ୨୭ବର୍ଷୀୟ ଏହି ଅଭିନେତା ଉକ୍ତ ଫିଲ୍ମରେ ସୁଶାନ୍ତଙ୍କ ବିରୋଧରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଖେଳୁଥିବା ଦୃଶ୍ୟ ବେଶ୍‌ ଆଦୃତ ହୋଇଥିଲା। ତେବେ ଶୁୁଟିଂ ସେଟ୍‌ରେ ସୁଶାନ୍ତ ବୋଲିଂ କରିବା ସମୟରେ ଅମ୍ରିତ ପ୍ରଥମେ ଠିକ୍‌ଭାବେ ବ୍ୟାଟିଂ କରିପାରି ନ ଥିଲେ। ଏହାପରେ ଅମ୍ରିତଙ୍କ ପାଖକୁ ଆସି ସେ ଯାହା କହିଥିଲେ ତାହା ସେଟ୍‌ରେ ସମସ୍ତଙ୍କୁ ଢେର୍‌ ହସାଇଥିଲା। ‘ଧୋନୀଙ୍କ ସହ ଖେଳୁଛୁ, ଠିକ୍‌ଭାବେ ବ୍ୟାଟିଂ କର’, ସୁଶାନ୍ତଙ୍କ ଏହି ପଦିଏ କଥା ଅମ୍ରିତଙ୍କୁ କେବଳ ହସାଇ ନ ଥିଲା, ବରଂ ସେଟ୍‌ରେ କୁଲ୍‌ ହୋଇ କାମ କରିବାକୁ ପ୍ରେରଣା ଯୋଗାଇଥିଲା। ତାଙ୍କ ବିୟୋଗରେ ଭାଙ୍ଗପିଡ଼ିଥିବା ଅମ୍ରିତ କହିଛନ୍ତି, ମୋର ପ୍ରଥମ ଏବଂ ଶେଷ ଫିଲ୍ମ ତାଙ୍କ ସହ ଥିଲା। ଜୀବନରେ କେବେ ହାରି ନ ଯିବାକୁ ‘ଛିଛୋରେ’ ଫିଲ୍ମରେ ସେ ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ। ସେହିଭଳି ଆତ୍ମହତ୍ୟା କେବେ କୌଣସି ସମସ୍ୟାର ସମାଧାନ ନୁହେଁ ବୋଲି କହିଥିଲେ। ହେଲେ ଆଜି ଏ ଖବର ଶୁଣିବାପରେ ମୋର ବିଶ୍ୱାସ ହେଉନି। ଏଥିରେ ମୁଁ ମର୍ମାହତ। ଚାରିପାଖରେ ଯାହା ବି ଘଟୁଛି ସମସ୍ତେ ସେ ସମ୍ପର୍କରେ କଥା ହେବା ଉଚିତ। ଖୋଲାଖୋଲିଭାବେ ଆଲୋଚନା କଲେ ଏଭଳି ଘଟିବନି ବୋଲି ସେ କହିଛନ୍ତି।
କେବଳ ଅମ୍ରିତ ନୁହେଁ, ଆଉଜଣେ ଓଡ଼ିଆ କଳାକାର ମଧ୍ୟ ସୁଶାନ୍ତଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ। ସେ ହେଲେ ଓଡ଼ିଆ ଅଭିନେତା ସତ୍ୟ ରଞ୍ଜନ। ୨୦୧୯ରେ ରିଲିଜ ହୋଇଥିବା ହିନ୍ଦୀ ଆକ୍ସନ ଫିଲ୍ମ ‘ସୋନ୍‌ଚିଡ଼ିୟାଁ’ରେ ସୁଶାନ୍ତ ସିଂ ରାଜପୁତ, ଭୂମି ପେଦ୍‌ନେକର, ମନୋଜ ବାଜପେୟୀ, ରଣବୀର ଶୋରେ ଏବଂ ଆଶୁତୋଷ ରାଣାଙ୍କ ଭଳି ବ୍ରିଲିଆଣ୍ଟ କଳାକାରଙ୍କ ସହ ଅଭିନୟ କରିଥିବା ସତ୍ୟ ଉକ୍ତ ଫିଲ୍ମରେ ନିଖୁଣ ଓ ଜୀବନ୍ତ ଅଭିନୟର ଯାଦୁ ଦେଖାଇଥିଲେ। ଚମ୍ବଲ ଇଲାକାର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ଭଦ୍ରକ ଜନ୍ମିତ ୩୫ବର୍ଷୀୟ କଳାକାର ସତ୍ୟ ଅଭିନେତା ସୁଶାନ୍ତ ସିଂ ରାଜପୁତ, ମନୋଜ ବାଜପେୟୀ, ଆଶୁତୋଷ ରାଣାଙ୍କ ଭଳି କଳାକାରଙ୍କଠାରୁ ଅନେକ କିଛି ଶିଖିବାକୁ ପାଇଥିବା କହିଥିଲେ। ଜୀବନରେ କେବେ ବଡ଼ କଳାକାର କିମ୍ବା ସେଲିବ୍ରିଟି ହେବା ଇଚ୍ଛା ନ ଥିଲା, ବରଂ ପେସାଗତ ଓ ବୃତ୍ତିଗତ କଳାକାରଙ୍କ ସହ ଅଭିନୟ କରିବାର ଲକ୍ଷ୍ୟ ଥିଲା। ଯାହାକି ଏହି ଫିଲ୍ମ ମାଧ୍ୟମରେ ପୂରଣ ହୋଇଥିବା ସେ କହିଥିଲେ। ତାଙ୍କ ବିୟୋଗରେ ସେ ସୋସିଆଲ ମିଡିଆରେ ଭାବପ୍ରବଣ ହୋଇ ଏକ ପୋଷ୍ଟ କରିବା ସହ ସୁଶାନ୍ତ ବହୁତ ମନେପଡ଼ିବେ ବୋଲି ସତ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri