ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ଭିଡିଓ ଦେଖୁଥିଲେ ପ୍ରଶଂସକ: ଶେଷରେ ହାରିଲେ ଜୀବନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି। ସେ ହେଲ ବିଶାଖାପାଟଣାର ୨୧ ବର୍ଷୀୟା ମହିଳା । ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ସହି ନ ପାଣି ସେ ଆତ୍ମହତ୍ୟା କରିଛନ୍ତି। ତେବେ ମହିଳାଜଣଙ୍କ ଏକ ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀ ଥିଲେ ବୋଲି ଜଣାପଡ଼ିଛି।
ମହିଳା ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ଏହା ପରଠାରୁ ସେ ସବୁ ସମୟରେ ମୋବାଇଲରେ ତାଙ୍କ ଭିଡିଓ ଦେଖୁଥିଲେ। ଏହାକୁ ନେଇ ସେ ଡିପ୍ରେସନ୍‌ରେ ମଧ୍ୟ ଥିଲେ। ଶୁକ୍ରବାର ତାଙ୍କ ମୃତଦେହ ନିଜ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ମହିଳାଙ୍କ ବାପା କହିଛନ୍ତି। ସେ ସୁଶାନ୍ତଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଏହା ପୂର୍ବରୁ ମଧ୍ୟପ୍ରଦେଶ ସାଗର ଜିଲାର ଜଣେ ୨୦ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିଲେ। ସେହିପରି ଉତ୍ତରପ୍ରଦେଶର ବରେଲିରେ ମଧ୍ୟ ଏପରି ଘଟଣା ଘଟିଥିଲା। ଏହିପରି ଅନକେ ପ୍ରଶଂସକ ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ମନକୁ ଦୋହଲାଇଦେବା ଭଳି ଦୃଶ୍ୟ, ବନ୍ୟାରେ ଭାସିଆସିଥିବା ନିଷ୍ପାପ ଶିଶୁକୁ କୋଳରେ ଧରି ଭାବପ୍ରବଣ ହେଲେ ସେନା କର୍ମଚାରୀ

କାଠମାଣ୍ଡୁ,୩।୯: ନେପାଳରେ ବନ୍ୟା ଏବଂ ଧ୍ୱଂସ ମଧ୍ୟରେ ମାନବତାର ଏକ ହୃଦୟସ୍ପର୍ଶୀ କାର୍ଯ୍ୟକୁ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାଇରାଲ…

‘Gen-Z ଚାକିରି ପାଇଁ ଉପଯୁକ୍ତ ନୁହଁନ୍ତି’: ସ୍ନାତକମାନଙ୍କୁ ରୋବୋଟ ସହିତ ବଦଳାଇବାକୁ ପ୍ରସ୍ତୁତ ବସ

ଓ୍ବାଶିଂଟନ,୩।୯: ପ୍ରମୁଖ ଆମେରିକୀୟ କମ୍ପାନୀଗୁଡ଼ିକ Gen-Z କର୍ମଚାରୀଙ୍କ କାର୍ଯ୍ୟ ଅଭ୍ୟାସ, ଯୋଗାଯୋଗ ଶୈଳୀ ଏବଂ ବୃତ୍ତିଗତ ଆଚରଣ ପ୍ରତି କ୍ରମଶଃ ଅସନ୍ତୁଷ୍ଟ ହେଉଛନ୍ତି। ଅଧିକାଂଶ ଆମେରିକୀୟ କମ୍ପାନୀ…

ବହୁ ଚର୍ଚ୍ଚିତ ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, ପତ୍ନୀଙ୍କ ଆବେଦନର ଶୁଣାଣି ଶେଷ କଲେ ହାଇକୋର୍ଟ

କଟକ,୩ା୯(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଆବେଦନ ଉପରେ ଆଜି ଶୁଣାଣି ଶେଷ ହୋଇଛି ।…

ବନ୍ୟା ପରେ ତିବ୍ଦତବାସୀଙ୍କୁ ଡରାଇଲା ଭୂମିକମ୍ପ

କାଠମାଣ୍ଡୁ,୩।୯: ନେପାଳ ସୀମା ନିକଟବର୍ତ୍ତୀ ଏକ ସହରରେ ଭୟଙ୍କର ବନ୍ୟା ତାଣ୍ଡବ ରଚିବାର କିଛି ଦିନ ପରେ, ଗୁରୁବାର ତିବ୍ଦତରେ 5.0 ତୀବ୍ରତାର ଭୂମିକମ୍ପ ଆସିଥିଲା। ଜାତୀୟ…

ମନ୍ତ୍ରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ! ଝିଅ ଅଭିଯୋଗ କରିବାରୁ…

ହାଇଦ୍ରାବାଦ,୩।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମନ୍ତ୍ରୀ କୋଣ୍ଡା ସୁରେଖାଙ୍କୁ ତୁରନ୍ତ କ୍ୟାବିନେଟରୁ ବହିଷ୍କାର କରିଛନ୍ତି; ଏଥିପାଇଁ ରାଜ୍ୟପାଳଙ୍କ ନିକଟକୁ ଏକ ସୁପାରିଶ ପଠାଯାଇଥିଲା। ତେଲଙ୍ଗାନା ବନମନ୍ତ୍ରୀ…

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ଢେଙ୍କାନାଳର ପୂର୍ବତନ ଜିଲାପାଳ ଦୋଷୀ ସାବ୍ୟସ୍ତ, ବର୍ଷେ ଜେଲ୍‌ ଦଣ୍ଡ ସହ ସମ୍ପୂର୍ଣ୍ଣ ସରକାରୀ ପେନ୍‌ସନ୍‌କୁ…

ଢେଙ୍କାନାଳ,୩ା୯(ରତନ ନାୟାର): ସରକାରୀ ପଦବୀର ଅପବ୍ୟବହାର, ଅନିୟମିତତା ଓ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲାପାଳ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି।…

ଶ୍ରାଦ୍ଧକାର୍ଯ୍ୟକୁ ଯିବାବେଳେ ବାଟରେ ଛକିଥିଲା ଯମ: ଆଉ ତା’ପରେ ଘଟିଲା…

ବରଗଡ଼,୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri