Posted inଖେଳ

ସୁବ୍ରତ ଓସିଏର ନୂଆ ସିଇଓ

କଟକ ଅଫିସ,୧୨ା୩-  ରାଜ୍ୟର ପୂର୍ବତନ କ୍ରିକେଟ ଖେଳାଳି ସୁବ୍ରତ କୁମାର ବେହେରା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ପାଇଛନ୍ତି। ବୁଧବାର ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଦ୍ୟୁତ କୁମାର ନାୟକ ପୂର୍ବରୁ ଏହି ପଦବୀରେ ରହିଥିଲେ।
ଗତ ନଭେମ୍ବର ୨୭ରେ ସିଇଓ ନିଯୁକ୍ତି ନେଇ ଓସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାଇସ୍‌ ୱାଟର ହାଉସ୍‌ ଆଣ୍ଡ କୁପର୍ସ ଦ୍ୱାରା ଆୟୋଜିତ ସିଇଓ ନିଯୁକ୍ତି ପ୍ରକ୍ରିୟାରେ ଅନେକ ଆଶାୟୀ ଆବେଦନ କରିଥିଲେ। ଗତ ଫେବୃୟାରୀ ୮ ଓ ୯ ଦୁଇ ଦିନ ଧରି ହୋଇଥିବା ଚୂଡ଼ାନ୍ତ ପର୍ଯ୍ୟାୟ ସାକ୍ଷାତକାରରେ ସୁବ୍ରତ ଉତ୍ତୀର୍ଣ୍ଣ ହୋଇଥିଲେ। ଶିକ୍ଷାଗତ ଯୋଗ୍ୟତା ଏମବିଏ ରଖିଥିବା ସୁବ୍ରତଙ୍କର କ୍ରିକେଟରେ ମଧ୍ୟ ସଫଳ କ୍ୟାରିୟର ରହିଛି। ୨୦୦୧ରେ ସେ ରାଜ୍ୟ ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ ଫର୍ମାଟରେ ପଦାର୍ପଣ କରିଥିଲେ। ୧୨ଟି ମ୍ୟାଚ୍‌ରୁ ମୋଟ୍‌ ୪୭୯ରନ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୪ଟି ଅର୍ଦ୍ଧଶତକୀୟ ଇନିଂସ ଥିଲା। ସେ ୪ଟି ଲିଷ୍ଟ-ଏ ମ୍ୟାଚ୍‌ ଖେଳିଥିବା ବେଳେ ମୋଟ୍‌ ୯୮ରନ କରିଥିଲେ। ଲିଷ୍ଟ-ଏ ଫର୍ମାଟରେ ତାଙ୍କର ସର୍ବାଧିକ ସ୍କୋର ହେଉଛି ୭୧ରନ। ପୂର୍ବାଞ୍ଚଳ ଦଳ ପକ୍ଷରୁ ମଧ୍ୟ ସୁବ୍ରତ ପ୍ରତିନିଧିତ୍ୱ କରିଛନ୍ତି। ୧୦ବର୍ଷ ଧରି ସୁବ୍ରତ ରାଜ୍ୟ ଜୁନିୟର ଦଳର କୋଚ୍‌ ଦାୟିତ୍ୱରେ ଥିଲେ। ୨୦୧୦ରୁ ୨୦୧୮ ପର୍ଯ୍ୟନ୍ତ ସେ ପ୍ରଶିକ୍ଷକ ଦାୟିତ୍ୱ ବହନ କରିବା ପରେ ଗତ ୨ବର୍ଷ ହେବ ଜୁନିୟର ଦଳର ଚୟନକର୍ତ୍ତା କମିଟିରେ ରହିଥିଲେ। ଏବେ ରାଜ୍ୟ କ୍ରିକେଟରେ ଥିବା କେତେକ ସମସ୍ୟା ଦୂର କରିବା ଦିଗରେ କାର୍ଯ୍ୟ କରିବି ବୋଲି ସୁବ୍ରତ ନିଜ ପ୍ରତିକ୍ରିୟାରେ କହିଛନ୍ତି। ପୂର୍ବରୁ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣରେ ଘରୋଇ କ୍ରିକେଟ ମ୍ୟାଚ୍‌ ହେଉ ନ ଥିଲା। ସମ୍ପାଦକ ସଞ୍ଜୟ ବେହେରାଙ୍କ ଭିଜନ-୨୦୨୪ ଆଧାରରେ ଏବେ ଘରୋଇ ଟୁର୍ନାମେଣ୍ଟ କରାଯାଉଛି। ବହୁଳ ଭାବେ ଘରୋଇ ଟୁର୍ନାମେଣ୍ଟ ହେଲେ ଅନେକ ପ୍ରତିଭା ସାମ୍ନାକୁ ଆସିବେ ବୋଲି କଟକ ଗତିରାଉତ ପାଟଣା ଅଞ୍ଚଳର ସୁବ୍ରତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri