ସୁପ୍ରିମ୍‌କୋର୍ଟ ବିଚାରପତିଙ୍କୁ ଶ୍ରୀମନ୍ଦିରରେ ଦୁର୍ବ୍ୟବହାର

ପୁରୀ ଅଫିସ, ୨୦ା୧୦: ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ସେବାୟତ, କର୍ମଚାରୀ, ଜେଟିପି(ଜଗନ୍ନାଥ ଟେମ୍ପୁଲ ପୋଲିସ)ଙ୍କୁ ବାରମ୍ବାର ଶୃଙ୍ଖଳାର ଜ୍ଞାନ ପଢ଼ାଉଛି ପ୍ରଶାସନ। ଏମିତିକି କଠୋର ଆଭିମୁଖ୍ୟ ବି ଆପଣାଉଛି। ତଥାପି ଅନେକେ ସେମାନଙ୍କ ଆଚରଣ ଓ ଉଚ୍ଚାରଣରେ ସଂଯମ ହୋଇପାରୁ ନାହାନ୍ତି। ଏଥିଲାଗି ଅନେକ ସମୟରେ ବଦନାମ୍‌ ହେଉଛି ଶ୍ରୀମନ୍ଦିର। ଶନିବାର ସୁପ୍ରିମକୋର୍ଟର ବିଚାରପତି ନୁଥଲାପତି ଭେଙ୍କଟ ରମନ୍ନାଙ୍କୁ ଶ୍ରୀମନ୍ଦିରରେ ଜଣେ ଜେଟିପି ଦୁର୍ବ୍ୟବହାର କରିଛନ୍ତି। ଏପରି ବ୍ୟବହାରରେ କ୍ଷୋଭ ପ୍ରକାଶ କରି ଜଷ୍ଟିସ୍‌ ରମନ୍ନା ସେଠାରୁ ଫେରି କୋଣାର୍କ ଯାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଜିଲାପାଳ ବଲଓ୍ବନ୍ତ ସିଂ ଏବଂ ଏସ୍‌ପି ଉମାଶଙ୍କର ଦାଶ ଜଷ୍ଟିସ୍‌ ରମନ୍ନାଙ୍କୁ କୋଣାର୍କରେ ସାକ୍ଷାତ୍‌ କରି ବୁଝାଇଛନ୍ତି। ଶ୍ରୀମନ୍ଦିର ପ୍ରଥା ଓ ପରମ୍ପରାର କଥା କହି ତାଙ୍କୁ ମନେଇବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି।

ଶନିବାର ସକାଳେ ଜଷ୍ଟିସ୍‌ ରମନ୍ନା ସିଂହଦ୍ୱାରରେ ପହଞ୍ଚତ୍ଥିଲେ। ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ସେ ବେଢ଼ା ପରିସର ଓ ଅନ୍ୟାନ୍ୟ ମନ୍ଦିର ବୁଲି ଦେଖିଥିଲେ। ରୋଷଘର ନିକଟକୁ ଯାଉଥିବାବେଳେ ସେଠାରେ ତାଙ୍କୁ ଜଣେ ଜେଟିପି ଅଟକାଇଥିଲେ। ରୋଷଘର ଭିତରକୁ ଯାଇପାରିବେ ନାହିଁ ବୋଲି ବଡ଼ ପାଟି କରି କହିଥିଲେ। ଶ୍ରୀମନ୍ଦିର ଓ ଜିଲା ପ୍ରଶାସନର କେତେଜଣ ଅଧିକାରୀ ସାଥିରେ ଥିଲେ ମଧ୍ୟ ସମ୍ପୃକ୍ତ ଜେଟିପିଙ୍କ ଏଭଳି ବ୍ୟବହାର ଜଷ୍ଟିସ୍‌ ରମନ୍ନାଙ୍କୁ ଠିକ୍‌ ଲାଗି ନ ଥିଲା। ସେ ସାଙ୍ଗରେ ଥିବା ଅଧିକାରୀମାନଙ୍କ ନିକଟରେ ଅସନ୍ତୋଷ ପ୍ରକାଶ କରି ସେହିଠାରୁ ଫେରିଯାଇଥିଲେ। ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା ବିଚାରାଧୀନ ରହିଛି। ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେନେଇ ସୁପ୍ରିମକୋର୍ଟ ତାଙ୍କ ଅନ୍ତରୀଣ ରାୟ ଦେଇଛନ୍ତି। ଏଭଳି ସମୟରେ ଉପରୋକ୍ତ ଘଟଣା ଶ୍ରୀମନ୍ଦିର ସଂସ୍କାର ମାମଲା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri