ସୁପ୍ରିମକୋର୍ଟରେ ଟିକଟକ୍‌ ମାମଲାର ଶୁଣାଣି;ମାଡ୍ରାସ ହାଇକୋର୍ଟକୁ ୨୪ ସୁଦ୍ଧା ସମୟ, ନଚେତ ବ୍ୟାନ ହଟିବ

ନୂଆଦିଲ୍ଲୀ,୨୩-୪: ଭାରତ ସମେତ ବିଶ୍ୱର ବହୁ ଦେଶରେ ଅତ୍ୟନ୍ତ ଲୋକପ୍ରିୟ ସର୍ଟ ଭିଡ଼ିଓ ଆପ୍‌ ଟିକ୍‌ଟକ ଉପରେ ଲାଗିଥିବା ବ୍ୟାନ୍‌ ହଟିଯିବା ସମ୍ଭାବନା ରହିିଛି। ସୋମବାର ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟରେ ଆଗତ ମାମଲାର ଶୁଣାଣି ହୋଇଥିଲା। ମାଡ୍ରାସ ହାଇକୋର୍ଟ ବ୍ୟାନ ସଂକ୍ରାନ୍ତରେ ଦେଇଥିବା ଆଦେଶର ପୁନର୍ବିଚାର କରି ଆସନ୍ତା ୨୪ରେ ନିଜର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାନ୍ତୁ ବୋଲି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସର୍ବୋଚ୍ଚ ଅଦାଲତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦିନ ହାଇକୋର୍ଟ ଶେଷ ନିଷ୍ପତ୍ତି ଶୁଣାଇବାରେ ବିଫଳ ହେଲେ ଟିକଟକ୍‌ ଆପ୍‌ ଉପରେ ଲାଗିଥିବା ବ୍ୟାନ ଆପଣାଛାଏଁ ହଟିଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ସୂଚନାଥାଉ କି, ଏଥିପୂର୍ବରୁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ଜାରି ବ୍ୟାନ୍‌ ଉପରେ ରହିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। ସର୍ବୋଚ୍ଚ ଅଦାଲତରେ ଶୁଣାଣି ବେଳେ  ଟିକ୍‌ଟକ୍‌ର ମୂଳ କମ୍ପାନୀ ବାଇଟ ଡାନ୍ସ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ କମ୍ପାନୀ ଯୁକ୍ତି ନ ଶୁଣି ଏକତରଫା ଭାବେ ଉକ୍ତ ଆପ୍‌କୁ ବ୍ୟାନ କରିଦେଇଥିଲେ। ଏହି ଆପ୍‌ ଦ୍ୱାରା ପର୍ନୋଗ୍ରାଫିକୁ ପ୍ରୋତ୍ସାହିତ କରାଯାଉଛି ବୋଲି ହାଇକୋର୍ଟ ଖଣ୍ଡପୀଠ ଯୁକ୍ତି ଦର୍ଶାଇଥିଲେ। ଦେଶର ସହରଠାରୁ ଆରମ୍ଭ କରି ସୁଦୂର ଗ୍ରାମାଞ୍ଚଳରେ ଲୋକପ୍ରିୟ ହୋଇଥିବା ଟିକଟକ୍‌ ଜରିଆରେ ୧୫ ସେକେଣ୍ଡର ଭିଡ଼ିଓ ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ସେୟାର ହୋଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri