ବିଆଇଏସ୍‌ ଅଧୀନକୁ ଆସିବ ହେଲମେଟ ସୁରକ୍ଷାମାନ

ନୂଆଦିଲ୍ଲୀ,୨୩-୪: ଦୁଇଚକିଆ ଗାଡ଼ିଚାଳକମାନେ ବ୍ୟବହାର କରୁଥିବା ହେଲମେଟର ସୁରକ୍ଷା ମାନକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ(ବିଆଇଏସ୍‌) ଅଧୀନକୁ ଅଣାଯିବ। ଏଥିପାଇଁ ଏକ ନୂଆ ନିୟମ ଲାଗୁ ହେବ। ହେଲମେଟ ପ୍ରସ୍ତୁତି ବିଆଇଏସ୍‌ ମାନଦଣ୍ଡ ଅନୁଯାୟୀ ହେଉ ନ ଥିବାରୁ ଏହାର ମାନ ନେଇ ପ୍ରଶ୍ନବାଚୀ ଉଠିଛି। ଦେଶରେ ବର୍ଷରେ ପ୍ରାୟ ୨ କୋଟି ହେଲମେଟ ତିଆରି ହେଉଥିବା ବେଳେ ତହିଁରୁ ୭୦ ପ୍ରତିଶତ କ୍ଷୁଦ୍ର ଓ ଅସଂଗଠିତ କମ୍ପାନୀ ଦ୍ୱାରା ତିଆରି କରାଯାଉଛି। ସରକାର ପୂର୍ବରୁ ସଂଗଠିତ କ୍ଷେତ୍ରରେ ହେଲମେଟ ନିର୍ମାତାଙ୍କ ପାଇଁ ବିଆଇଏସ୍‌ ମାନଦଣ୍ଡ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ଟୁ-ହ୍ବିଲର ହେଲମେଟ ମ୍ୟାନୁଫାକଚରର୍ସ ଆସୋସିଏଶନର ପ୍ରେସିଡେଣ୍ଟ ତଥା ଷ୍ଟିଲବୋର୍ଡ ହେଲମେଟ୍ସ ଏମ୍‌ଡି ରାଜୀବ କପୁର କହିଛନ୍ତି ଯେ, ସରକାର ଆଇଏସ୍‌ଆଇ ମାର୍କକୁ ବାଧ୍ୟତାମୂଳକ କରିବା ଲାଗି ଏକ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ଚଳିତବର୍ଷ ଜାନୁୟାରୀ ୧୫ରେ ଲାଗୁ କରାଯିବାର ଥିଲା। ପରେ ଏହାକୁ ଏପ୍ରିଲ ୧୫କୁ ଘୁଞ୍ଚାଇ ଦେବା ପରେ ଏବେ ଏହାକୁ ଜୁଲାଇ ୧୫ରୁ ଲାଗୁ କରାଯିବ। ସରକାର  ବିଆଇଏସ୍‌ ଆଇନ, ୨୦୧୬ ଅଧୀନରେ ସୁରକ୍ଷିତ ହେଲମେଟ ତିଆରି କରିବା ଲାଗି ସାର୍ଟିଫିକେଟ ନେବା ବାଧ୍ୟତାମୂଳକ କରିବା ନେଇ ଏକ ନୋଟିଫିକେଶନ ଗତବର୍ଷ ଅଗଷ୍ଟ ୨ରେ ଜାରି କରିଥିଲେ। ଏହାକୁ ହେଲମେଟ୍ସ(କ୍ୱାଲିଟି କଣ୍ଟ୍ରୋଲ) ଅର୍ଡର୨୦୧୮ ନାମ ଦିଆଯାଇଥିଲା, କିନ୍ତୁ ଏହା ଅଦ୍ୟାବଧି ଚିଠା ଆକାରରେ ରହିଯାଇଛି। ଏହାକୁ ନୋଟିଫାଇ କରାଯାଇନାହିଁ। ଦେଶରେ ଏବେ ୨୧୯ କମ୍ପାନୀ ହେଲମେଟ ତିଆରି କରୁଥିବା ବେଳେ ମାତ୍ର ୯ଟି ଆବଶ୍ୟକୀୟ ସାର୍ଟିଫିକେଟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?