Posted inରାଜ୍ୟ

ସୁପର ଫୁଡ୍‌ ‘କଳା ଚାଉଳ’

ଧାନର ରଙ୍ଗ ଧଳା, ଭିତରେ ଚାଉଳ କଳା। କଳା ଚାଉଳର ଜନ୍ମ ସ୍ଥାନ ଚାଇନା। ପୃଥିବୀରେ ପ୍ରାୟ ୬୦ କିସମର କଳା ଚାଉଳ ଧାନ ଅଛି। ଚାଇନା, ଜାପାନ, ଫିଲିପାଇନ୍ସ, ଇଣ୍ଡୋନେସିଆ, ଥାଇଲାଣ୍ଡ, ପୂବର୍ର୍ ଭାରତରେ ମଣିପୁର ଓ ଆସାମରେ କଳାଚାଉଳ ଧାନ ଚାଷ କରାଯାଏ। ମଣିପୁୁରରେ ୮/୯ କିସମର କଳାଧାନ ଚାଷ କରାଯାଏ, ଚାକାଓ ପୋରେଟ୍‌ନ ଓ ଚାକାଓ ସେମ୍ପକ କିସମ କଳା ଧାନ ଅଧିକ ଜନପ୍ରିୟ। କଳା ଚାଉଳ ମୁଖ୍ୟତଃ ଅକାଣ୍ଡିଆ (unpolish)ରେ ବ୍ୟବହୃତ ହୋଇଥାଏ। ଚାଉଳ ଉପରେ ଥିବା ବୋଳରେ ହିଁ ପୁଷ୍ଟିସାର ଅଧିକ ଥାଏ।
ଚାଇନା ରାଜାମାନେ ୧୫୦ ଖ୍ରୀଷ୍ଟାବ୍ଦରୁ କଳାଚାଉଳ ଚାଷ କଲେଣି। ଚାଇନାର କିମ୍ବଦନ୍ତୀ କୁହେ, ମିଙ୍ଗ ରାଜତ୍ୱ (୧୩୬୮-୧୬୪୪ ) କାଳରେ ସାଧାରଣ ଚାଷୀ କଳାଧାନ ଚାଷ କରିବା ଏକ ଧର୍ତ୍ତବ୍ୟ ଅପରାଧ ଥିଲା। ସେତେବେଳେ ଏହି କିଷମ ଧାନକୁ ନିଷିଦ୍ଧ ଚାଉଳ (forbidden rice)ବା ସମ୍ରାଟଙ୍କ ଚାଉଳ ବୋଲି ବିବେଚନା କରାଯାଉଥିଲା।
ଭାରତରେ ୨୦ରୁ ଅଧିକ କିସମର କଳାଧାନ ଚାଷ କରାଯାଉଛି। ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ କଳାଭାତ ଓ କଳାବତୀ କିସମ ଚାଷ ଅଧିକ। କଳା ଚାଉଳ ଭାତର ରଙ୍ଗ ମଧ୍ୟ କଳା ବା ନାଲି ମିଶା କଳା ବାଇଗେଣିଆ ହେଇଥାଏ। କଳାଚାଉଳ ରୋଷେଇ ବେଳେ ବାସ୍ନା ହୁଏ, ଏହା ଏକ ବାସ୍ନା ଚାଉଳ, କଳାଚାଉଳରୁ ମୁଖ୍ୟତଃ ଭାତ, ଖିରି, ସାଲାଡ୍‌ ଡ୍ରେସିଂ, ପାଇସାମ୍‌ ବା ପ୍ଲେଟ୍‌ରେ ରନ୍ଧ୍ୟା ଖାଦ୍ୟ ସଜାଇବାରେ ବ୍ୟବହାର କରାଯାଇଥାଏ। ଅନ୍ୟ ଚାଉଳ ପରି ରନ୍ଧା ଭାତ ଗୋଟି ଗୋଟି ନ ହୋଇ ଜାଉଆ ହୋଇଥାଏ, ଖାଇବା ଥାଳିରେ ଲାଗିଯାଏ। ଚାଇନା, ଜାପାନ, ଭିଏତନାମ, ତାଇଓ୍ବାନ ଭଳି ଦେଶଗୁଡ଼ିକରେ ସବୁ କିସମର ଚାଉଳ ଜାଉଆ। ସେମାନେ ଦୁଇଖଣ୍ଡ କାଠି ସାହାଯ୍ୟରେ ଖାଇଥାନ୍ତି। କାଠିରେ ଜାଉଆ ଭାତ ପାଟିକୁ ନେବା ସହଜ ହେଇଥାଏ। ଥାଇଲାଣ୍ଡରେ କଳାଧାନ କିସମକୁ ଜସମିନ୍‌ ରାଇସ୍‌ (jasmine rice) କହନ୍ତି। ରନ୍ଧାଭାତ ମଲିଫୁଲ ପରି ବାସେ। ଏହି କିସମ ଚାଉଳର ଭିତର ବି କଳା।

କଳା ଚାଉଳର ବିଭିନ୍ନ ପୁଷ୍ଟିକର ଉପାଦାନ

ପ୍ରତି ୧୦୦ ଗ୍ରାମ୍‌ କଳା ଚାଉଳରେ ଆଣ୍ଟିଅକ୍ସିଡାଣ୍ଟ ୭-୩୨୮ ଏମଜି (ସାଇନ୍‌ିଡିନ୍‌ -୩ ଗ୍ଲେକୋ ସାଇଡ୍‌ ଆନ୍ଥୋ ସାୟୋନିନ୍‌) ଏବଂ ଅନ୍ୟାନ୍ୟ ପୁଷ୍ଟିକାରକ ପଦାର୍ଥ ୯ରୁ ୧୪ ପ୍ରତିଶତ ରହିଛି। କଳାଚାଉଳ ଗ୍ଲୁଟେନ୍‌ ମୁକ୍ତ। ତେଣୁ ହଜମ ସହଜରେ ହୋଇଥାଏ। କୋଲେଷ୍ଟରଲ ମଧ୍ୟ ସାଧାରଣ କିସମ ଧଳାଚାଉଳଠାରୁ କମ୍‌। ଶର୍କରା ମାତ୍ରା ଖୁବ୍‌ କମ୍‌। ଏହି ଚାଉଳରେ ସାଧାରଣ ଚାଉଳଠାରୁ ରକ୍ତ ଶର୍କରା ସମସ୍ୟା ଖୁବ୍‌ କମ୍‌। ତେଣୁ ବହୁମୂତ୍ର ରୋଗୀମାନଙ୍କର ରୋଗ ନିୟନ୍ତ୍ରଣ ପାଇଁ କଳାଚାଉଳ ବିଶେଷ ଉପଯୋଗୀ।
ଚାଇନାର ଡାକ୍ତରମାନେ ରକ୍ତହୀନତା, ମୁଣ୍ଡ ବୁଲାଇବା, ଦୃଷ୍ଟିଶକ୍ତି ହ୍ରାସ, ମୁଣ୍ଡରୁ କେଶ୍‌ ଉପୁଡିବା, ହେପାଟାଇଟିିସ୍‌, ଚିରେସିସ୍‌ ଏବଂ ଅର୍ଶ ଭଳି ରୋଗ ଉପଶମ ପାଇଁ କଳାଚାଉଳ ବ୍ୟବହାର କରିବାକୁ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି। କଳାଚାଉଳର ଗ୍ଲାଇସେମିକ୍‌ ସୂଚକାଙ୍କ-୪୨। ଏହା ଓଜନ କମାଇବା ଏବଂ ବହୁମୂତ୍ର ନିୟନ୍ତ୍ରଣ ପାଇଁ ବିଶେଷ ଉପଯୋଗୀ। ଅଧିକ ତନ୍ତୁ ଜାତୀୟ ପଦାର୍ଥ ଓ ଲୌହ ଲବଣ ଥିବା ଯୋଗୁ କର୍କଟ, ହୃଦ୍‌ରୋଗ, ଆଲଜିମର ରୋଗ (ବାର୍ଦ୍ଧକ୍ୟ) ଏବଂ ହୃଦ୍‌ଘାତ ନିୟନ୍ତ୍ରଣ ପାଇଁ ମଧ୍ୟ କଳା ଚାଉଳର ଭୂମିକା ଉଲ୍ଲେଖନୀୟ। ଏହି ସବୁ ଗୁଣଯୋଗୁ କଳା ଚାଉଳକୁ ସୁପର ଫୁଡ଼ (super food)ମଧ୍ୟ କୁହାଯାଏ।

କଳା ଚାଉଳ ରୋଷେଇ ବିଧି

ଚାଉଳ ଉପରେ ବୋଳ ଥିବା ଯୋଗୁ କଳାଚାଉଳ ରାନ୍ଧିବାକୁ ବହୁ ସମୟ ଲାଗେ। ଏଥିପାଇଁ ରାତିରେ ଚାଉଳକୁ ପାଣିରେ ଭିଜାଇ ରଖି ସକାଳେ ରୋଷେଇ କରିବା। ସନ୍ଧ୍ୟା ଭୋଜନ ପାଇଁ କଳାଭାତ ବରାଦ ଥିଲେ, ଦିନ ୧୦/୧୧ଟାରୁ ଚାଉଳକୁ ପାଣିରେ ଭିଜାଇବା। ରୋଷେଇ ବେଳେ ଚାଉଳ ସହିତ ଭିଜାପାଣିକୁ ମଧ୍ୟ ବ୍ୟବହାର କରିବା। ଗୋଟିଏ କପ୍‌ ଚାଉଳ ପାଇଁ ୩କପ୍‌ ପାଣି ଦେଇ ପ୍ରେସର୍‌କୁକରରେ ୨୫/୩୦ ମିନିଟ୍‌ ସିଝାଇଲେ ନରମ ଭାତ ପାଇବା। ଖିରି ବା ଅନ୍ୟ କୌଣସି ରୋଷେଇ କରିବାର ଥିଲେ ଗୃହିଣୀମାନେ ସେମାନଙ୍କ ଅଭିଜ୍ଞତାରୁ ଠିକ୍‌ ରୋଷେଇ କରିପାରିବେ। ଏହି କିସମ ଧାନକୁ ଦେଶୀ ପ୍ରଣାଳୀ (ଜୈବିକ ପ୍ରଣାଳୀ)ରେ ଚାଷ କଲେ ଏଥିରେ ଭାରିଧାତୁ (Heavy metal)କିମ୍ବା କୀଟନାଶକ ମାତ୍ରା ଥିବାର ପ୍ରଶ୍ନ ଉଠିବ ନାହିଁ।

କଳା ଧାନ ବିହନ, କଳା ଚାଉଳ ମିଳିବ କେଉଁଠୁ

ଆମ ରାଜ୍ୟର କେତେକ ସ୍ଥାନରେ କଳାଧାନ ଚାଷ କରାଯାଉଛି। କଟକ ଜିଲା ନିଆଳି ନିକଟ ନରିଶୋ ଗ୍ରାମରେ ଥିବା ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର କଳାଭାତ ଓ କଳାବତୀ ଚାଷ କରେ। ଏହି କେନ୍ଦ୍ରରୁ ବିହନ ସଂଗ୍ରହ କରି ପ୍ରାୟ ୫୦ ଜଣ ଚାଷୀ ଚାଷ କରୁଛନ୍ତି। ସେଲର ଧାନ କଳରେ ପୋଷାଇବା ଦ୍ୱାରା ଚାଉଳର ବୋଳ ଅକ୍ଷତ ରହୁଛି। ଓଡ଼ିଶା ସରକାରଙ୍କ ପରମ୍ପରାଗତ କୃଷି ବିକାଶ ଯୋଜନାରେ ନିଆଳି ଲୋକ ସମବାୟ ପ୍ରତିଷ୍ଠାନ ଅନେକ ଚାଷୀଙ୍କୁ ସାମିଲ କରିଛି। ସେମାନେ କଳା ଚାଉଳ ରାଜ୍ୟ ପ୍ରଦର୍ଶନୀ, ଆଦିବାସୀ ମେଳା ଏବଂ କଟକ ଓ ଭୁବନେଶ୍ୱରର ଖାଉଟିମାନଙ୍କୁ ଯୋଗାଇବା ଆରମ୍ଭ କରିଛନ୍ତି। ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର ପ୍ରତିବର୍ଷ ମାର୍ଚ୍ଚ ୨୭ରେ ଏକ ବିହନ ବଣ୍ଟନ ମେଳା ଆୟୋଜନ କରିଥାଏ। ଏହି ମେଳା ଦୁଇଦିନ ଧରି ଚାଲିଥାଏ। ମେଳାରେ ଓଡ଼ିଶାର ବିଭିନ୍ନ ଜିଲାର ଚାଷୀମାନେ କେନ୍ଦ୍ରରେ ପହଞ୍ଚତ୍ ବିହନ ଗ୍ରହଣ କରିଥାନ୍ତି।
ଆମ ରାଜ୍ୟରେ କଳାଚାଉଳର ପ୍ରଚାର ପ୍ରସାର ହେଲେ ବହୁମୂତ୍ର, କ୍ୟାନସର ଭଳି ମାରାମତ୍କ ରୋଗ ନିୟନ୍ତ୍ରଣରେ ସହାୟକ ହେବ।

– ନଟବର ଷଡ଼ଙ୍ଗୀ
ରାଜେନ୍ଦ୍ର ଦେଶୀ ଚାଷ ଗବେଷଣା କେନ୍ଦ୍ର, ନିଆଳି
୯୯୩୭୬୨୦୮୮୩, ୯୯୩୮୪୦୪୭୬୬


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri