ସୁନ୍ଦରପଦା, ଯଦୁପୁରରୁ ହଟିଲା ଆବଦ୍ଧାଞ୍ଚଳ କଟକଣା

ଭୁବନେଶ୍ୱର, ୧୩ା୪(ବ୍ୟୁରୋ):
ଭୁବନେଶ୍ୱରର ଦୁଇଟି ଅଞ୍ଚଳ ସୁନ୍ଦପରଦା ଓ ଯଦୁପୁର-ବେଗୁନିଆରୁ କଣ୍ଟେନ୍‌ମେଣ୍ଟ ଅଞ୍ଚଳ ବା ଆବଦ୍ଧାଞ୍ଚଳ କଟକଣା ହଟଛି। ସମ୍ପୃକ୍ତ ଅଞ୍ଚଳରେ ନିୟୋଜିତ ଡାକ୍ତରୀ ଟିମ୍‌ଙ୍କ ସର୍ଭେ ଏବଂ ପରୀକ୍ଷା ରିପୋର୍ଟ ଆସିବା ପରେ ଆବଦ୍ଧାଞ୍ଚଳ ନିୟମ ହଟାଯାଇଥିବା ଭୁବନେଶ୍ବର ମହାନଗର ନିଗମ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି। ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ କୌଣସି ଗୋଷ୍ଠୀ ସଂକ୍ରମଣ ହୋଇ ନ ଥିବା ଜାଣିବାକୁ ମିଳିଥିଲା। ଏନେଇ ନିୟୋଜିତ ଡାକ୍ତରୀ ଦଳ ସ୍ପଷ୍ଟୀକରଣ ଦେବା ପରେ ଉଭୟ ଅଞ୍ଚଳରେ ଏବେ ଆବଦ୍ଧାଞ୍ଚଳ ନିୟମକୁ ଉଠାଇ ଦିଆଯାଇଛି। ହେଲେ ଏହା ପରେ ବି ୭ ଦିନ ଯାଏଁ ଉକ୍ତ ଅଞ୍ଚଳକୁ ସେବା ଯୋଗାଇ ଦିଆଯିବ। ଉଭୟ ଅଞ୍ଚଳର ଜନସାଧାରଣ ବାହାରକୁ ନ ବାହାରି ଘରେ ରହିବାକୁ କୁହାଯାଇଛି। ଏପ୍ରିଲ୍‌ ୩୦ ଯାଏ ରାଜ୍ୟ ସରକାର ଲକ୍‌ଡାଉନ୍‌ ଜାରି ରଖିଥିବାରୁ ଅତ୍ୟାବଶ୍ୟକ ନ ଥିଲେ ବାହାରକୁ ନ ବାହାରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ଉଭୟ ଅଞ୍ଚଳର ଲୋକେ ଆବଦ୍ଧାଞ୍ଚଳ ନିୟମ ଜାରି ରହିଥିବା ସମୟରେ ସମସ୍ତ ପ୍ରକ୍ରିୟାରେ ସହଯୋଗ କରିଥିବାରୁ କମିଶନର ଚୌଧାରୀ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
ସୂଚନାଯୋଗ୍ୟ, ଓ୍ବାର୍ଡ ନଂ ୬୭ ଅଧିନ ସୁନ୍ଦରପଦା ସ୍ଥିତ କପିଳ ପ୍ରସାଦରୁ ୨୨ ତମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସୁନ୍ଦରପଦା ଅଞ୍ଚଳ ସହ ଓ୍ବାର୍ଡ ନଂ ୬୪ ସ୍ଥିତ ଯଦୁପୁର ଓ ବେଗୁନିଆ ଅଞ୍ଚଳକୁ ସଂକ୍ରମଣ ଭୟରେ ଗତ ୫ ତାରିଖରେ ସିଲ୍‌ କରାଯାଇଥିଲା। ଜନହିତ ପାଇଁ ବିଏମ୍‌ସି ଏହି ପଦକ୍ଷେପ ନେଇଥିବା ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରିଥିଲା। ସୁନ୍ଦରପଦାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବିଦେଶ ଗସ୍ତ ସହ ଯଦୁପୁର ଅଞ୍ଚଳରୁ କିଛି ବ୍ୟକ୍ତି ସମ୍ପୃକ୍ତ ଆକ୍ରାନ୍ତଙ୍କ ସଂସ୍ପଶର୍ର୍ରେ ଆସିଥିବା ଭୟରେ ଆପାତକାଳୀନ ସ୍ଥିତିରେ ଉଭୟ ଅଞ୍ଚଳକୁ ସିଲ୍‌ କରାଯିବା ସହ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?