Posted inଖେଳ

ସୁନୀଲ ଜୋଷୀ ଜାତୀୟ ଚୟନ କମିଟି ଅଧ୍ୟକ୍ଷ

ମୁମ୍ବାଇ, ୫।୩(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର କ୍ରିକେଟ ପରାମର୍ଶଦାତା କମିଟି (ସିଏସି) ପକ୍ଷରୁ ପୂର୍ବତନ ସ୍ପିନର ସୁନୀଲ ଜୋଷୀଙ୍କୁ ଜାତୀୟ ଚୟନ କମିଟି ଅଧ୍ୟକ୍ଷ ମନୋନୀତ କରାଯାଇଛି। ପୂର୍ବତନ ଦ୍ରୁତ ବୋଲର ହରବିନ୍ଦର ସିଂ ୫ ସଦସ୍ୟ ବିଶିଷ୍ଟ ପ୍ୟାନେଲରେ ସାମିଲ ହୋଇଛନ୍ତି। ମଦନ ଲାଲ, ଆର.ପି. ସିଂ ଓ ସୁଲକ୍ଷଣା ନାୟକଙ୍କୁ ନେଇ ଗଠିତ ସିଏସି ସାଉଥ୍‌ ଜୋନ୍‌ ପାଇଁ ଏମଏସକେ ପ୍ରସାଦଙ୍କ ସ୍ଥାନରେ ଜୋଷୀଙ୍କୁ ଚୟନ କମିଟିରେ ନେଇଛି। ୪ ବର୍ଷ କାର୍ଯ୍ୟକାଳ ପୂରିବା ପରେ ମଧ୍ୟ ପ୍ରସାଦ ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରି ଆସୁଥିଲେ। ଜୋଷୀ ଜାତୀୟ ପୁରୁଷ ସିନିୟର ଚୟନ କମିଟି ଅଧ୍ୟକ୍ଷ ହେଲେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି।
ହରବିନ୍ଦର ସେଣ୍ଟ୍ରାଲ ଜୋନ୍‌ରୁ ଏହି ପ୍ୟାନେଲରେ ପ୍ରତିନିଧିତ୍ୱ କରିବେ। ସେ ଗଗନ ଖୋଡାଙ୍କ ସ୍ଥାନ ନେଇଛନ୍ତି। ଏହି ଦୁଇଜଣଙ୍କୁ ଛାଡ଼ିଦେଲେ ଚୟନ ପ୍ୟାନେଲରେ ଥିବା ଅନ୍ୟ ୩ ସଦସ୍ୟ ହେଲେ ଯତୀନ ପାରାଞ୍ଜପେ(ଓ୍ବେଷ୍ଟ ଜୋନ୍‌), ଦେବାଙ୍ଗ ଗାନ୍ଧୀ(ଇଷ୍ଟ ଜୋନ୍‌) ଓ ଶରଣଦୀପ ସିଂ (ନର୍ଥ ଜୋନ୍‌)। ଜୋଶୀ ପୂର୍ବରୁ ବାଂଲାଦେଶ ଦଳର ସପୋର୍ଟ ଷ୍ଟାଫ୍‌ ରହି ସାରିଛନ୍ତି। ଏହା ବ୍ୟତୀତ ସ୍ପଷ୍ଟବାଦୀ ସ୍ବଭାବ ପାଇଁ ସେ ପ୍ରଥମ ପସନ୍ଦ ହୋଇଥିଲେ ବୋଲି ମଦନଲାଲ କହିଛନ୍ତି। ଚୟନ କମିଟି ସଦସ୍ୟ ପାଇଁ ମୋଟ ୪୦ ଜଣ ଆବେଦନ କରିଥିବାବେଳେ ସିଏସି ଦ୍ୱାରା ୫ ଜଣଙ୍କୁ ଶର୍ଟଲିଷ୍ଟ କରାଯାଇଥିଲା। ସେମାନେ ହେଲେ ଜୋଷୀ, ହରବିନ୍ଦର, ଭେଙ୍କଟେଶ ପ୍ରସାଦ, ରାଜେଶ ଚୌହାନ ଓ ଏଲ.ଏସ. ଶିବରାମକ୍ରିଷ୍ଣନ। ଅଜିତ ଅଗରକର ଓ ନୟନ ମୋଙ୍ଗିଆ ଆବେଦନ କରିଥିଲେ ହେଁ ଶର୍ଟଲିଷ୍ଟ ମଧ୍ୟକୁ ଆସିପାରି ନ ଥିଲେ। ତେବେ ଆସନ୍ତା ସେପ୍ଟେମ୍ବରରେ ପାରାଞ୍ଜପେଙ୍କ କାର୍ଯ୍ୟକାଳ ସରିଲେ ଏ ଦୁହେଁ ଦୌଡ଼ରେ ସାମିଲ ହୋଇପାରିବେ। ସେ ସମୟରେ ଦେବାଙ୍ଗ ଓ ଶରଣଦୀପଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବ। ସେପ୍ଟେମ୍ବରରେ ୩ ସଦସ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ସିଏସି ପ୍ୟାନେଲ ବସି ସେମାନଙ୍କ ସ୍ଥାନରେ ନୂଆ ସଦସ୍ୟ ଚୟନ କରିବେ। ଏହା ବ୍ୟତୀତ ଏହି ବୈଠକରେ ନୂଆ ଚୟନ କମିଟିର କାର୍ଯ୍ୟକଳାପ ମଧ୍ୟ ସମୀକ୍ଷା ହେବ। ସାଉଥ୍‌ରୁ ଜୋଷୀ ଏବଂ ସେଣ୍ଟ୍ରାଲରୁ ହରବିନ୍ଦରଙ୍କୁ ଚୟନ ଦ୍ୱାରା ବୋର୍ଡ ୫ ଜୋନ୍‌ ପଲିସିରେ ଦୃଢ଼ ରହିଥିବା ସ୍ପଷ୍ଟ ହୋଇଯାଇଛି। କମିଟିରୁ ବିଦାୟ ନେଇଥିବା ପ୍ରସାଦ ଓ ଖୋଡା ଗତ ୨୦୧୫ରେ ନିଯୁକ୍ତ ହୋଇଥିଲେ। ଗତ ନଭେମ୍ବରରେ ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା।
୪୯ ବର୍ଷୀୟ ଜୋଷୀ ୧୯୯୬ରୁ ୨୦୦୧ ମଧ୍ୟରେ ୧୫ ଟେଷ୍ଟ, ୬୯ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୪୧ ଓ ଦିନିକିଆରେ ୬୯ଟି ଉଇକେଟ ନେଇଛନ୍ତି। ସେହିପରି ୪୨ ବର୍ଷରେ ପଦାର୍ପଣ କରିଥିବା ହରବିନ୍ଦର ଭାରତ ପକ୍ଷରୁ ୧୯୯୮ରୁ ୨୦୦୧ ମଧ୍ୟରେ ୩ଟି ଟେଷ୍ଟ ଓ ୧୬ଟି ଏକଦିବସୀୟ ଖେଳି ଯଥାକ୍ରମେ ୪ ଓ ୨୪ଟି ଉଇକେଟ ନେଇଛନ୍ତି। ପ୍ରସାଦଙ୍କ ନେତୃତ୍ୱାଧୀନ ପ୍ୟାନେଲ ସଦସ୍ୟଙ୍କ ଖେଳିବା ଅଭିଜ୍ଞତାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିଲା। ତେଣୁ ସିଏସି ଅଧିକ ଅଭିଜ୍ଞ ବ୍ୟକ୍ତିଙ୍କୁ ନେବାକୁ ମନସ୍ଥ କରିଥିଲା। ସଭାପତି ସୌରଭ ଗାଙ୍ଗୁଲିଙ୍କ ସମେତ ସମସ୍ତ ବିସିସିଆଇ କର୍ମକର୍ତ୍ତା ସିଏସିକୁ ଚୟନ ପ୍ୟାନେଲ ସଦସ୍ୟ ବାଛିବାପାଇଁ ସ୍ବାଧୀନ ଅଧିକାର ଦେଇଥିଲେ ବୋଲି ଖବରଦାତା ସମ୍ମିଳନୀରେ ମଦନ ଲାଲ ପ୍ରକାଶ କରିଛନ୍ତି। ଏପରିକି ଗାଙ୍ଗୁଲି ଚୟନ ପ୍ରସଙ୍ଗରେ ଗୋଟିଏ ଶବ୍ଦ ମଧ୍ୟ କହି ନ ଥିଲେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri