ସୁଖ ନିଦ୍ରା ଲାଗି…

ଏକ ସୁସ୍ଥ ଜୀବନ ଲାଗି ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନିତାନ୍ତ ଆବଶ୍ୟକ। ହେଲେ ବର୍ତ୍ତମାନ କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ମହିଳା ନିଦ୍ରାହୀନତା ଭୋଗୁଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ବିଭିନ୍ନ ସାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ପ୍ରତିଦିନ ସୁଖ ନିଦ୍ରା ଲାଗି ଜାଣି ରଖନ୍ତୁ କିଛି ସହଜ ଉପାୟ…

ନିଦ ନ ହେବାର କାରଣ ଖୋଜନ୍ତୁ । ପ୍ରତିଦିନ ଶୋଇବା ଲାଗି ଅତି କମ୍‌ରେ ୬ରୁ ୭ ଘଣ୍ଟା ସମୟ ଦିଅନ୍ତୁ। ଆବଶ୍ୟକ ସ୍ଥଳେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ।
ରାତି ପର୍ଯ୍ୟନ୍ତ କାମ କରିବା, ଟିଭି ଦେଖିବା, ବହି ପଢିବା ଆଦି ଅଭ୍ୟାସ ଅନେକଙ୍କର ରହିଛି। ଯାହାକି ନିଦ୍ରାହୀନତାର କାରଣ ସାଜିପାରେ। ତେଣୁ ଏପରି ଅଭ୍ୟାସ ଥିଲେ ତୁରନ୍ତ ପରିବର୍ତ୍ତନ କରନ୍ତୁ।
ଆସିବା ଲାଗି ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ କ୍ଷୀର ପିଅନ୍ତୁ ଉପକୃତ ହେବେ।
ସେବନ ଅଭ୍ୟାସ ବିଭିନ୍ନ ରୋଗ ସୃଷ୍ଟି କରିବା ସହତ ନିଦ୍ରାହୀନତାର ମଧ୍ୟ ମୁଖ୍ୟ କାରଣ। ତେଣୁ ଯଥା ସମ୍ଭବ ଏଥିରୁ ନିଜକୁ ଦୂେଇ ରଖନ୍ତୁ ଦେଖିବେ ନିଦ ଭଲ ହେବା ସହ ଶରୀର ସୁସ୍ଥ ମଧ୍ୟ ରହିବ।
ସମ୍ପୂର୍ଣ୍ଣ ହେବା ଲାଗି କେହି କେହି ନିଦ ଔଷଧ ସେବନ କରୁଥିବା ଦେଖିବାକୁ ମିଳିଥାଏ । ଏପରି ଆଦୌ କରନ୍ତୁ ନାହିଁ। କେବେ କେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ୟ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ସର୍ବଦା ପ୍ରାକୃତିକ ଉପାୟରେ ନିଦ ହେବାକୁ ଚେଷ୍ଟା କରନ୍ତୁ। ଆପର ଚାହିଁଲେ ଯୋଗ, ଆସନ, ପ୍ରାଣାୟାମ, ବ୍ୟାୟାମ ଆଦି କରିପାରିବେ। ଯାହାକି ଆପଣଙ୍କ ନିଦ ପୂରା କରିବା ସହ ଶରୀରକୁ ମଧ୍ୟ ଫିଟ୍‌ ରଖିବ।
ଚାପ କିମ୍ବା ଅବସାଦ ଥିଲେ ସେଥିରୁ ମୁକୁଳିବାକୁ ଚେଷ୍ଟା କରନ୍ତୁ ଏବଂ ମନକୁ ହାଲୁକା କରନ୍ତୁ। ସେଥିପାଇଁ ମନ ଖୁସି ରଖନ୍ତୁ, ସ୍ଲୋ ମ୍ୟୁଜିକ୍‌ ଶୁଣନ୍ତୁ।
ନିଦ୍ରା ଲାଗି ତେଲ ମସଲା ଯୁକ୍ତ ଖାଦ୍ୟ ଏବଂ ଜଙ୍କ ଫୁଡ୍‌ ଆଦି ପରିବର୍ତ୍ତେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଖାଦ୍ୟ ତାଲିକାରେ ବିଶେଷ କରି ଭିଟାମିନ୍‌ ବି-୧୨ ଯୁକ୍ତ ଖାଦ୍ୟକୁ ସାମିଲ କଲେ ମେଲାଟୋନିନ୍‌ ହର୍‌ମୋନ୍‌ର କ୍ଷରଣ ବୃଦ୍ଧି ହୋଇ ଭଲ ନିଦ ହେବାରେ ସାହାଯ୍ୟ କରିବ।
ସମସ୍ତ ଉପାୟ ଆପଣାଇବା ପରେ ଯଦି କିଛି ଉପକାର ନ ମିଳେ ତେବେ ଅବହେଳା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦେହ ପାଇଁ ଉପକାରୀ ଏହି ତେଲ

ସୋରିଷ ତେଲ, ଘିଅ, ରିଫାଇନ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ...

ଧାର୍ମିକ ପୁସ୍ତକକୁ ରଖିବେ କେମିତି

ଧାର୍ମିକ ପୁସ୍ତକର ଅଧ୍ୟୟନ ମନକୁ ଶାନ୍ତି ଦେବା ସହ ଉଚିତ୍‌ ମାର୍ଗ ଦେଖାଇଥାଏ। ଏହି ପୁସ୍ତକଗୁଡ଼ିକୁ ପବିତ୍ର ବୋଲି କୁହାଯାଏ। ତେଣୁ ଏହାକୁ ଉପଯୁକ୍ତ ସମ୍ମାନ...

ଶ୍ୱେତ କବକ

ଆସ୍ପର୍ଗିଲୋସିସ୍‌ ଏହି ଫଙ୍ଗସ୍‌ ସର୍ବତ୍ର ଦେଖାଦିଏ। ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ, ଫୁସ୍‌ଫୁସ୍‌ ରୋଗ ଆକ୍ରାନ୍ତ ବ୍ୟକ୍ତିଙ୍କଠାରେ ଫଙ୍ଗାଲ୍‌ ସ୍ପୋର ନିଃଶ୍ୱାସବାଟେ ଶରୀରରେ ପ୍ରବେଶ କରେ। କମ୍ପୋଷ୍ଟ...

ସୁଯୋଗ ପାଇବା ମାତ୍ରେ କ୍ଷତି କରନ୍ତି ଏପରି ବନ୍ଧୁ : ଜାଣନ୍ତୁ ଏମିତି କାହିଁକି କହିଲେ ଚାଣକ୍ୟ

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ...

ଜାଣନ୍ତି ଆପଣଙ୍କ ପାଇଁ କେଉଁ ଲାଫିଙ୍ଗ୍‌ ବୁଦ୍ଧ ଅତ୍ୟନ୍ତ ଶୁଭଦାୟକ

ଲାଫିଙ୍ଗ୍‌ ବୁଦ୍ଧ ପ୍ରାୟ ସମସ୍ତେ ଦେଖିଥିବେ। ଲାଫିଙ୍ଗ୍‌ ବୁଦ୍ଧ ଘରେ ରଖିଲେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ଏହା ସୁଖ ଏବଂ ସମୃଦ୍ଧିର ପ୍ରତୀକ। ଅନେକ...

ପୃଥିବୀରେ ଏହି ୩ଟି ଜିନିଷ ସବୁଠୁ ମୂଲ୍ୟବାନ: ପାଖରେ ଥିଲେ ଶତ୍ରୁକୁ କରିପାରିବେ ଜୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରର ଏକ ଶ୍ଳୋକରେ ପୃଥିବୀର ତିନୋଟି ମୂଲ୍ୟବାନ ରତ୍ନ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ହୀରା, ମୋତି, ଜମି ଏବଂ...

ହୃଦ୍‌ରୋଗ ଓ ଖାଦ୍ୟ

ଆଜିକାଲି ହୃଦ୍‌ରୋଗ ଏକ ସାଧାରଣ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ଅସନ୍ତୁଳିତ ଜୀବନଶୈଳୀ, ଖାଦ୍ୟପେୟ, ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହେଲେ...

ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ ଟଙ୍କା: ନିଶ୍ଚୟ କରନ୍ତୁ ଏହି ୬ କାମ..

ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ଏବଂ ଲକ୍ଷ୍ମୀ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରିଛନ୍ତି। କିପରି...

Advertisement
Archives

Model This Week