ସୁଖ୍‌ ଶିଆଁତି ଛଡ଼େଇ ନେଲା ଇନ୍ଦ୍ରାବତୀ ପ୍ରକଳ୍ପ: ମଉଲିକ୍‌ ସୁବିଧାରୁ ବଁଚିତ୍‌ ଘୁଟୃଖାଲବାସୀ

ଭବାନୀପାଟଣା, ୨୬ା୪ (ଡିଏନଏ):  ଇନ୍ଦ୍ରାବତୀ ପ୍ରକଳ୍ପ ତିଆର ହେବା, ଆସର ପାସର ହାଁଗଁଡ଼ାର ଲୋକ୍‌ ସବୁ ପରକାର ମଉଲିକ ସୁବିଧା ସୁଯୋଗ ପାଏବେ। ପିଲାମାନେ  ପାଠ୍‌ ପଢ଼ବାର ସୁବିଧା ପାଏବାର ସଂଗେ ଭେଁଡ଼ିଆମାନେ ରୁଜଗାର ପାଏବେ। ଅଂଚଲର ବିକାଶ ହେବା। ଏନ୍‌ତା ସବୁ ରଂଗୀନ ସପନ୍‌ ଦେଖେଇ ଅଶୀ ଦଶକରେ ଥାନୀୟ ଆଦିମ ଅଧିବାସୀକୁ ସରକାର କିଛି କ୍ଷତିପୂରନ ଦେଇ ତାକର ଜମିବାଡ଼ି ନେଇଗଲେ। ଇଥ୍‌ରେ କେତେ ଟଁକା ନେଇ ଜମିବାଡ଼ି ଛାଡ଼ିଦେଲେ, ଅନେକ ପରତିବାଦ୍‌ କଲେ। ଯେନ୍‌ମାନେ ପରତିବାଦ କଲେ ସେମାନେ ଆଇନ୍‌ର ଆଶ୍‌ରେ ନେଲେ। ଏହେଦେ ବି ସେ ଆଇନ୍‌ର ଲଢ଼େଇ ଚାଲିଛେ। ହେଲେ ତାକର ଭବିଷତ, ଆଗାମୀ ପିଢ଼ୀର ଭବିଷତ ଦିନୁଦିନ୍‌କେ ଅଁଧାର ଭିତିରକେ ଠେଲି ହେଇଯାଉଛେ। ସେମାନେ ସବୁପରକାର ମଉଲିକ ସୁବିଧାରୁ ବଁଚିତ ହେଇ ଜଲବଁଦି ଜୀବନ୍‌ ବିତଉଛନ୍‌। ଜଲଭଣ୍ଡାର କାଯ୍‌କାରୀ ହେଲାଦିନୁ ସତେ ଯେନ୍‌ତା ଇମାନକର ଜୀବନ୍‌ ନରକ୍‌ ପାଲଟିଯାଇଛେ। ସମିଆ ଅସମିଆରେ ଜଂଗ୍‌ଲି ଦରବ୍‌ ସାହାଭରସା। ନିହାତି ଦରକାର ବେଲେ ଆମ୍‌ଟଁାକୁଆ, ଜଂଗଲି କଁଦା ଖାଇ ଜୀବନ୍‌ ବିତଉଥିବାର କହିଛନ୍‌ ଘୁଟୃଖାଲ ଗଁାର ଧବଲୁ ଝଡ଼ିଆ। ଧବଲୁକଁର ପରିବାରର ୨୦.୯୬ ଏକର ଚାଷ୍‌ ଜମିଥିଲା। ଜଲଭଣ୍ଡାର ତିଆର ବେଲେ ତାହାକୁ ଜମି ବାବ୍‌ଦେ ସରକାର ଯେତେ ଟଁକା ଧାଯ୍‌ କରିଥିଲେ ସେଟା ବହୁତ୍‌ କମ୍‌ଥିଲା। ସେଥିରଲାଗି ଟଁକା ନେବାକେ ମନା କରିଦେଲେ। ଏନ୍‌ତା ବହୁତ୍‌ଟେ ପରିବାର ଟଁକା ନେବାକେ ମନାକରି ସେଠାନେ ରହିଗଲେ। ହେଲେ ଜଲଭଣ୍ଡାର କାଯ୍‌କାରୀ ହେଲା ଉତାରୁ ପାସର ଗୁଟେ ପାହାଡ଼ି ଇଲାକାକେ ଗଁାବାସୀ ଉଠିଯାଇ ସେଠାନେ ବସବାସ କଲେ। ସେ ଗଁାର ନଁା ବି ଘୁଟୃଖାଲ ଦେଇଛନ୍‌। ଇ ଗଁାରେ ଝୋଡିଆ ପରଜା ସମାଜର ୩୫ଟା ପରିବାରର ୧୨୪ ଲୋକ୍‌ ବାସ କରୁଥିଲାବେଲେ ଗଉଡ ସମାଜର ୧୨ ଟା ପରିବାର୍‌ର ୪୬ ଲୁକ୍‌କୁ ନେଇ ଘୁଟୃଖାଲ ଗଁା ରହିଛେ। ଇନ୍ଦ୍ରାବତୀ ପ୍ରକଳ୍ପରେ ନିଜର ଜମିବାଡ଼ି ହରେଇଥିବାର ଇ ପରିବାରମାନେ ଏହେଦେ ଗଡ଼ମାଡ଼ି ପାହାଡ଼କେ କାଟି ସଫାକରି ସେଠାନେ ମକା, ମାଣ୍ଡିଆ, କଁାଦୁଲ, ବାଜରା, କାଂଗୁ, କେଶଲା ଚାଷ୍‌ କରି ନିଜର ଜୀବନ୍‌ ଜୀବିକା ଚଲଉଛନ୍‌। ସେନ୍‌ତା ଆରକେତେ ମସତ୍‌ୟ ବିଭାଗର ସାହାଯ୍‌ରେ ଜଲଭଣ୍ଡାର ଭିତରେ ମାଛ୍‌ ଚାଷ୍‌ କରି ନିଜର କୁଟୁମ ପୁଷୁଛନ୍‌। ଇ ଇଲାକାରେ ସୁଆସ୍‌ତିଅ ସେବା ଅପହଁଚ୍‌ ହେଇ ରହିଛେ। ହେଲେ ନିହାତି ଦରକାରବେଲେ ରୁଗୀକେ ଗଁାବାସୀ ମାଛ୍‌ମରା ଡଂଗାରେ ନବରଙ୍ଗପୁର ଜିଲା ଖାତିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକେ ନେଉଛନ୍‌। ହେଲେ ରାସ୍‌ତାଘାଟ ଅଭାବୁ ଅନେକ ସମିଆରେ ବାଟେ ରୁଗୀର ଜୀବନ ପଲେଇଯାଉଛେ। ସ୍କୁଲ ଅଭାବୁ ଗଁାର ୯୯ ପରତିଶତ ଛୁଆ ଅପାଠୁଆ। ଗଁାରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ ସତ୍‌, ହେଲେ ସହାୟିକା ସବୁଦିନେ ଡଂଗାରେ ଯିବାର ଆଏବାର ସମ୍‌ଭବ ନାଇଁ ହେବାର। ଇ କେନ୍ଦ୍ରର ଲାଗି ତିଆରି ଚାଲିଥିବାର କୁଠା ବି ବହୁତ୍‌ ଦିନ୍‌ ହେଲା ଦରଖଁଡ଼ିଆ ହେଇ ପଡ଼ିରହିଛେ। ପାଖାପାଖି ୨ ଶହ ଲୋକ୍‌ ବାସ କରୁଥିବାର ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ୨ଟା ନଲ୍‌ଚୁଅଁା ରହିଛେ। ବାକି ସବୁ କାମ୍‌ ଲାଗି ଗଁାବାସୀ ଜଲଭଣ୍ଡାର ଉପରେ ନିରଭର କରୁଛନ୍‌। ରାସ୍‌ତାଘାଟ ଅଭାବୁ ଗଁାବାସୀ ପୋଡ଼ାପଦରରେ ଥିବାର ପଁଚେତ୍‌ ଆର ଥୁ.ରାମପୁରରେ ଥିବାର ବ୍ଲକ ଅଫିସକେ ଲୋକ୍‌ ଦେଶୀ ଡଂଗାରେ ଯାଆସ କରୁଛନ୍‌। ଅଂଚଲର ଲୋକ୍‌ ଗଲା ଆଏଲା ବେଲେ ଅନେକ ସମିଆରେ ଡଂଗାବୁଡ଼ିରେ ଜୀବନ୍‌ ହରଉଛନ୍‌। ଇ ଅଂଚଲର ୧୬ ଖଁଡ଼ ଗଁାର ପାଖାପାଖି ୩ ହଜାର ଲୁକ୍‌କର ସୁରକ୍ଷା, ସୁବିଧା ଲାଗି ତଲନାଗୀ-ଘୁଟୃଖାଲ ମଝିରେ ଥିବାର ଲିଙ୍କ୍‌ କେନାଲ ସଂଗେ ଜଲଭଣ୍ଡାର ଭିତରେ ଗୁଟେ ପୁଲିଆ ତିଆର କଲେ ଅଂଚଲବାସୀ ବହୁତ୍‌ ସୁବିଧା ପାଏତେ। ଇ ପୁଲିଆ ତିଆର ହେଲେ ଅଂଚଲବାସୀକର ନବରଙ୍ଗପୁର, କଳାହାଣ୍ଡି ଆର ରାୟଗଡ଼ା ଜିଲା ସଂଗେ ଯୋଗାଯୋଗ ସମ୍‌ଭବ ହେଇପାରତା। ସମସିଆର ସମାଧାନ ଲାଗି ରାଏଜ୍‌ ସରକାର ଆର ଥାନୀୟ ପରଶାସନ ଦୁରୁଷ୍‌ଟି ଦେବାକେ ଅଂଚଲବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସେବା, ସମର୍ପଣ ଦ୍ୱାରା ରାଷ୍ଟ୍ରର ଉତ୍‌ଥାନ ସମ୍ଭବ

ବରଗଡ଼ ଅଫିସ୍‌, ୫।୭-ବରଗଡ଼ରେ ଓଡ଼ିଶା ପ୍ରାନ୍ତ ଭାରତ ବିକାଶ ପରିଷଦର ନୂତନ ଶାଖା ଉଦ୍‌ଘାଟିତ ହୋଇଛି। ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସୁରେଶ ଜୈନ ଓ ସହ...

ହୀରାକୁଦ ଡ୍ୟାମ୍‌ର ୯ ଗେଟ୍‌ ଖୋଲିଲା

ସମ୍ବଲପୁର ଅଫିସ,୧୬ା୮: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମ୍‌ର ଜଳପତ୍ତନ ବୃଦ୍ଧି ପାଇଛି। ଫଳରେ ୯ଟି ଗେଟ୍‌ ମଧ୍ୟ ଦେଇ ଜଳ ନିଷ୍କାସିତ ହେଉଛି।...

୨୮ବର୍ଷ ବିତିଲା, ହେଲାନି କଂସରଝରଣ ଜଳଭଣ୍ଡାର

ସମ୍ବଲପୁର,୨୭ା୫(ବ୍ୟୁରୋ): ୧୯୯୪ ମସିହା ଏପ୍ରିଲ ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଗସ୍ତରେ ଆସି କୟାକୁଦ ପଞ୍ଚାୟତ ଅଫିସ...

ଚାଷ ପାଇଁ ପାଣି ନାହିଁ: ମେଗା ପ୍ରକଳ୍ପ ଅଫିସ୍‌ରେ ତାଲା ପକାଇଲେ ଚାଷୀ

ଘଣ୍ଟାପଡା, ୧୯।୭ (ଡି.ଏନ.ଏ): ଅନିୟମିତ ବର୍ଷା ଯୋଗୁ ଘଣ୍ଟାପଡା ଅଞ୍ଚଳରେ ଧାନଚାଷ ଉଜୁଡିବାକୁ ବସିଲାଣି । ଆଷାଢ଼ ମାସ ସରି ଶ୍ରାବଣ ହେଲା, ବର୍ଷାର ନାଁ...

ରୟତି ଜମି ଦଖଲ କରି ପଥର ଖନନ

ସମ୍ବଲପୁର,୬ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ଅଞ୍ଚଳରେ ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କ ରୟତି ଜମି ଦଖଲ କରି ପଥର ଖନନ କରୁଥିବା ଅଭିଯୋଗ ହୋଇଛି।...

ଶିଶୁବଳି ସନ୍ଦେହରେ ଉତ୍ତେଜନା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରିଲେ

ବଲାଙ୍ଗୀର ଅଫିସ, ୨୮ା୫: ବଲାଙ୍ଗୀର ସହର ଚିମିନିଭାଟିପଡା-ଲକ୍ଷ୍ମୀନଗରପଡା ପାଖ ଲକ୍ଷ୍ମୀଯୋର ଭିତରୁ ଗତ ଶୁକ୍ରବାର ରାତିରେ ଜଣେ ନିଖୋଜ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା...

ମୁରିବାହାଲ ବ୍ଲକରେ ୩ବର୍ଷ ହେଲା ମରୁଡି ପରିସ୍ଥିତି: ତହସିଲଦାରଙ୍କୁ ଫେରାଦ ହେଲେ ଫସଲ ବୀମାରୁ ବଞ୍ଚିତ ଚାଷୀ

ମୁରିବାହାଲ, ୨୫।୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ କ୍ରମାଗତ ୩ବର୍ଷ ହେଲା ମରୁଡି ପରିସ୍ଥିତି ଦେଖା ଦେଇଛି। ବ୍ଲକରେ ୨୨ଟି ପଞ୍ଚାୟତ ଥିବା ବେଳେ...

ଗୀତ,ଅଭିନୟରେ ସଚେତନତା ସୃଷ୍ଟି କଲେ ପଶ୍ଚିମ ଓଡ଼ିଶା କଳାକାର

ସମ୍ବଲପୁର, ୩୦ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିଛନ୍ତି ପଶ୍ଚିମ ଓଡିଶାର କଳାକାରମାନେ। ସେମାନଙ୍କ ଏପରି ପ୍ରୟାସ ଯୋଗୁ ଏକ ଭିଡିଓ ‘ହୁସୁଥିଲା ଫେର...

Advertisement
Archives

Model This Week