ସୁକିନ୍ଦା ବ୍ଲକ ରାସାଁଳୋ ପଞ୍ଚାୟତ: ଗାଁ ଦାଣ୍ଡରେ ଚାଲିଛି ପାଠପଢା

ସୁକିନ୍ଦା, ୭ା୮(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ରାସଁ।ଳୋ ପଞ୍ଚାୟତ ମଲାର ସାହିରେ ଖୋଲା ଆକାଶ ତଳେ ପାଠପଢା ହେବା ସାଙ୍ଗକୁ କୋମଳମତି ଶିଶୁଙ୍କ ପାଇଁ ଖାଦ୍ୟ ରନ୍ଧା ହେଉଥିବା ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ବହୁବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା କହିଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ରାସୋଁଳ ପଞ୍ଚାୟତ ଅନ୍ତର୍ଗତ ମଲାରସାହି (ମାଙ୍କେଡିଆବସ୍ତି)ରେ ୨୦୧୦ରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାଯାଇଛି। ଏଠାରେ ବର୍ତ୍ତମାନ ୨୫ ଜଣ ଶିଶୁ ନାମ ଲେଖାହୋଇଥିବା ଜଣାପଡିଛି। ହେଲେ ଅଙ୍ଗନଓ୍ବାଡି ଗୃହ ନ ଥିବାରୁ ଶିଶୁମାନଙ୍କୁ ବସ୍ତି ମଝିରେ ୯ ବର୍ଷ ହେବ ଗଁା ଦାଣ୍ଡରେ ରୋଷେଇ କରି ଖାଇବାକୁ ଦିଆଯାଉଛି। ଭଙ୍ଗା ଦଦରା ଚାଳ ଘରେ ତ ପୁଣି କେତେବେଳେ ଧୂଳିଧୂସର ପୂର୍ଣ୍ଣ ଗ୍ରାମ ଅଗଣାରେ ପିଲାମାନଙ୍କୁ ପାଠପଢା ଯାଉଛି। ଗ୍ରାମଠାରୁ ମାତ୍ର କିଛିବାଟ ଦୂର ଟାଟା ଓ ଫେକର ଖଣି ରହିଛି। ହେଲେ ଖଣି କର୍ତ୍ତୃପକ୍ଷଙ୍କ ସିଏସ୍‌ଆର ପାଣ୍ଠି କୋମଳମତି ଶିଶୁଙ୍କ ଶିକ୍ଷାଦାନ କ୍ଷେତ୍ରରେ ଅପହଞ୍ଚ ହୋଇପଡିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଖଣି କମ୍ପାନୀରୁ କ୍ରୋମାଇଟ ପରିବହନ ନିମନ୍ତେ ଯାତାୟାତ କରୁଥିବା ଟ୍ରକ୍‌ଗୁଡିକର ଧୂଳିଧୂଆଁ କୋମଳମତି ଶିଶୁଙ୍କ ଜୀବନଜୀବକା ଉପରେ ପ୍ରଭାବ ପକାଉଛି। ଖୋଲାରେ ରୋଷେଇ କରାଯାଉଥିବାରୁ ବର୍ଷା ହେଲେ ରୋଷେଇ ବନ୍ଦ ରହୁଥିବାବେଳେ ଅଧିକାଂଶ ସମୟରେ ସାମାନ୍ୟ ପବନରେ ରନ୍ଧା ଖାଦ୍ୟରେ ଧୂଳି ଜମୁଛି। ଫଳରେ ଖାଦ୍ୟ ଖାଇବା ସମ୍ଭବପର ହେଉ ନାହଁି ବୋଲି ଅଙ୍ଗନୱାଡି ପାଚିକା ଶୁଶିଳା ହେମ୍ବ୍ରମ ଅଭିଯୋଗ କରିଛନ୍ତି। ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ହେଲେ ସୁକିନ୍ଦା ବ୍ଲକ ରାସୋଁଳ ପଞ୍ଚାୟତରେ ରହୁଥିବା ମାଙ୍କେଡିଆ ଆଦିବାସୀଙ୍କ ବିକାଶର କେଉଁ ନମୁନା ବୋଲି ବହୁ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ବିଧାୟକଙ୍କ ଗଡ଼ କୁହାଯାଉଥିବା ଖଣି ଅଞ୍ଚଳରେ ବିକାଶର ଏହା କେଉଁ ଚିତ୍ର ବୋଲି ରାଜ୍ୟ ଖାଦ୍ୟ ସୁରକ୍ଷା ଅଭିଯାନ ତଥା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ମାନବାଧିକାର କର୍ମୀ ମୁରଲୀଧର ପାତ୍ର, ସାମୁଏଲ ସାଉଡିଆ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ଅଙ୍ଗନୱାଡି କର୍ମୀ ଛବିଲତା ନାୟକଙ୍କୁ ପଚାରିବାରୁ କୁସୁମୁଣ୍ଡିଆ ଗ୍ରାମରେ ଘର ନିର୍ମାଣ ପରେ ସେଠାରେ ପାଠପଢା ଯିବା ନେଇ ଯୋଜନା କରାଯାଇଛି। ହେଲେ ଗୃହ ନିର୍ମାଣ ହୋଇ ନ ପାରିବାରୁ ପିଲାମାନଙ୍କୁ ଗାଁ ଦାଣ୍ଡରେ ପାଠପଢାଇବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ଏ ସମ୍ପର୍କରେ ସଡିପିଓ ସଂଞ୍ଜୁକ୍ତା କାନୁନ୍‌ଗୋଙ୍କ ପଚାରିବାରୁ ମଲାରସାହି (ମାଙ୍କେଡିଆବସ୍ତି)ରେ ଜମିଜମା ବିବାଦ ରହିଥିବାରୁ ଅଙ୍ଗନଓ୍ବାଡି ଗୃହ ନିର୍ମାଣ କରାଯାଇ ପାରି ନାହଁି। ତେବେ ଏ ବାବଦରେ ଖୁବ୍‌ଶୀଘ୍ର ବିଡିଓଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri