ସୁକିନ୍ଦା ବ୍ଲକ ରାସାଁଳୋ ପଞ୍ଚାୟତ: ଗାଁ ଦାଣ୍ଡରେ ଚାଲିଛି ପାଠପଢା

ସୁକିନ୍ଦା, ୭ା୮(ଡି.ଏନ୍‌.ଏ.)- ସୁକିନ୍ଦା ବ୍ଲକ ରାସଁ।ଳୋ ପଞ୍ଚାୟତ ମଲାର ସାହିରେ ଖୋଲା ଆକାଶ ତଳେ ପାଠପଢା ହେବା ସାଙ୍ଗକୁ କୋମଳମତି ଶିଶୁଙ୍କ ପାଇଁ ଖାଦ୍ୟ ରନ୍ଧା ହେଉଥିବା ଅଭିଯୋଗ ହୋଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଜନ ପ୍ରତିନିଧିଙ୍କଠାରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ବହୁବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନ ଥିବା କହିଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ରାସୋଁଳ ପଞ୍ଚାୟତ ଅନ୍ତର୍ଗତ ମଲାରସାହି (ମାଙ୍କେଡିଆବସ୍ତି)ରେ ୨୦୧୦ରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାଯାଇଛି। ଏଠାରେ ବର୍ତ୍ତମାନ ୨୫ ଜଣ ଶିଶୁ ନାମ ଲେଖାହୋଇଥିବା ଜଣାପଡିଛି। ହେଲେ ଅଙ୍ଗନଓ୍ବାଡି ଗୃହ ନ ଥିବାରୁ ଶିଶୁମାନଙ୍କୁ ବସ୍ତି ମଝିରେ ୯ ବର୍ଷ ହେବ ଗଁା ଦାଣ୍ଡରେ ରୋଷେଇ କରି ଖାଇବାକୁ ଦିଆଯାଉଛି। ଭଙ୍ଗା ଦଦରା ଚାଳ ଘରେ ତ ପୁଣି କେତେବେଳେ ଧୂଳିଧୂସର ପୂର୍ଣ୍ଣ ଗ୍ରାମ ଅଗଣାରେ ପିଲାମାନଙ୍କୁ ପାଠପଢା ଯାଉଛି। ଗ୍ରାମଠାରୁ ମାତ୍ର କିଛିବାଟ ଦୂର ଟାଟା ଓ ଫେକର ଖଣି ରହିଛି। ହେଲେ ଖଣି କର୍ତ୍ତୃପକ୍ଷଙ୍କ ସିଏସ୍‌ଆର ପାଣ୍ଠି କୋମଳମତି ଶିଶୁଙ୍କ ଶିକ୍ଷାଦାନ କ୍ଷେତ୍ରରେ ଅପହଞ୍ଚ ହୋଇପଡିଥିବା ଅଭିଯୋଗ ହୋଇଛି। ଅପରପକ୍ଷେ ଖଣି କମ୍ପାନୀରୁ କ୍ରୋମାଇଟ ପରିବହନ ନିମନ୍ତେ ଯାତାୟାତ କରୁଥିବା ଟ୍ରକ୍‌ଗୁଡିକର ଧୂଳିଧୂଆଁ କୋମଳମତି ଶିଶୁଙ୍କ ଜୀବନଜୀବକା ଉପରେ ପ୍ରଭାବ ପକାଉଛି। ଖୋଲାରେ ରୋଷେଇ କରାଯାଉଥିବାରୁ ବର୍ଷା ହେଲେ ରୋଷେଇ ବନ୍ଦ ରହୁଥିବାବେଳେ ଅଧିକାଂଶ ସମୟରେ ସାମାନ୍ୟ ପବନରେ ରନ୍ଧା ଖାଦ୍ୟରେ ଧୂଳି ଜମୁଛି। ଫଳରେ ଖାଦ୍ୟ ଖାଇବା ସମ୍ଭବପର ହେଉ ନାହଁି ବୋଲି ଅଙ୍ଗନୱାଡି ପାଚିକା ଶୁଶିଳା ହେମ୍ବ୍ରମ ଅଭିଯୋଗ କରିଛନ୍ତି। ଆଦିବାସୀଙ୍କ ବିକାଶ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ହେଲେ ସୁକିନ୍ଦା ବ୍ଲକ ରାସୋଁଳ ପଞ୍ଚାୟତରେ ରହୁଥିବା ମାଙ୍କେଡିଆ ଆଦିବାସୀଙ୍କ ବିକାଶର କେଉଁ ନମୁନା ବୋଲି ବହୁ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ସ୍ଥାନୀୟ ବିଧାୟକଙ୍କ ଗଡ଼ କୁହାଯାଉଥିବା ଖଣି ଅଞ୍ଚଳରେ ବିକାଶର ଏହା କେଉଁ ଚିତ୍ର ବୋଲି ରାଜ୍ୟ ଖାଦ୍ୟ ସୁରକ୍ଷା ଅଭିଯାନ ତଥା ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ, ମାନବାଧିକାର କର୍ମୀ ମୁରଲୀଧର ପାତ୍ର, ସାମୁଏଲ ସାଉଡିଆ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ନେଇ ଅଙ୍ଗନୱାଡି କର୍ମୀ ଛବିଲତା ନାୟକଙ୍କୁ ପଚାରିବାରୁ କୁସୁମୁଣ୍ଡିଆ ଗ୍ରାମରେ ଘର ନିର୍ମାଣ ପରେ ସେଠାରେ ପାଠପଢା ଯିବା ନେଇ ଯୋଜନା କରାଯାଇଛି। ହେଲେ ଗୃହ ନିର୍ମାଣ ହୋଇ ନ ପାରିବାରୁ ପିଲାମାନଙ୍କୁ ଗାଁ ଦାଣ୍ଡରେ ପାଠପଢାଇବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ଏ ସମ୍ପର୍କରେ ସଡିପିଓ ସଂଞ୍ଜୁକ୍ତା କାନୁନ୍‌ଗୋଙ୍କ ପଚାରିବାରୁ ମଲାରସାହି (ମାଙ୍କେଡିଆବସ୍ତି)ରେ ଜମିଜମା ବିବାଦ ରହିଥିବାରୁ ଅଙ୍ଗନଓ୍ବାଡି ଗୃହ ନିର୍ମାଣ କରାଯାଇ ପାରି ନାହଁି। ତେବେ ଏ ବାବଦରେ ଖୁବ୍‌ଶୀଘ୍ର ବିଡିଓଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri