ସୀମା ସିଲ୍‌ ବେଳେ ବିବାଦ: ଓଡ଼ିଶାରେ ପଶି ଟେଣ୍ଟ ବାନ୍ଧିଲା ଝାଡଖଣ୍ଡ ପୋଲିସ

ବଡବିଲ, ୩୧ା୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ନିମନ୍ତେ ସମସ୍ତ ରାଜ୍ୟ ସୀମାନ୍ତଗୁଡିକୁ ସିଲ୍‌ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଝାଡଖଣ୍ଡ ରାଜ୍ୟର ବଡଜାମଦା ପୋଲିସ ସୀମା ସିଲ୍‌ କରିବାକୁ ଯାଇ କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳର ନାଲଦା ଅଞ୍ଚଳରେ ପଶି ଟେଣ୍ଟ ବାନ୍ଧିବାରୁ ବିବାଦ ଦେଖାଦେଇଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏହା ଜାଣିବା ପରେ ସୀମାନ୍ତରେ ପହଞ୍ଚି ଝାଡଖଣ୍ଡ ପୋଲିସ ଦ୍ୱାରା ନିର୍ମାଣ ହୋଇଥିବା ଟେଣ୍ଟକୁ ହଟାଇ ନେବାକୁ କହିଥିଲେ। ଏହାକୁ ନେଇ ଏବେ ଉଭୟ ରାଜ୍ୟ ପୋଲିସ ମଧ୍ୟରେ ଟଣାଓଟରା ଦେଖାଦେଇଛି। ଝାଡଖଣ୍ଡ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଏଠାକୁ ଓଡିଶା ପୋଲିସ କେବେ ଆସୁ ନ ଥିବାରୁ ତେଣୁ ସୀମାରେଖା କେଉଁଠାରୁ ଆରମ୍ଭ ଆମେ ଜାଣିନାହୁଁ। ଏହାଛଡା ପୂର୍ତ୍ତ ବିଭାଗ ଓ ପୌର ପରିଷଦ ପକ୍ଷରୁ ସ୍ବାଗତମ ଓ ଧନ୍ୟବାଦ ତୋରଣ ସୀମାରେଖାଠାରୁ ଅନେକ ଦୂରରେ ରହିଥିବାରୁ ତାହା ମଧ୍ୟ ଭ୍ରମ ସୃଷ୍ଟି କରୁଛି।
ଝାଡଖଣ୍ଡ ପୋଲିସ ସୀମାନ୍ତ ସିଲ ନିମନ୍ତେ ଟେଣ୍ଟ କରୁଥିବା ସ୍ଥାନ ବଡବିଲ ବନ ବିଭାଗ କାର୍ଯ୍ୟାଳୟର ଠିକ୍‌ ସମ୍ମୁଖରେ ରହିଛି। ଝାଡଖଣ୍ଡ ପୋଲିସ ସୀମା ଭିତରକୁ ପଶି ଆସିଥିଲେ ହେଁ ଓଡିଶା ପୋଲିସ ସୀମାନ୍ତ ସିଲ୍‌ କରିବା ନେଇ କୌଣସି ପଦକ୍ଷେପ ନେଇ ନ ଥିଲା। ତେବେ ଓଡ଼ିଶା ସୀମା ଭିତରକୁ ଝାଡଖଣ୍ଡ ପୋଲିସର ପ୍ରବେଶ ଓ ଟେଣ୍ଟ ନିର୍ମାଣକୁ ଗଣମାଧ୍ୟମର ପ୍ରତିନିଧିମାନେ ବିରୋଧ କରିବା ସହ ଏନେଇ ବଡବିଲ ପୌର ନିର୍ବାହୀ ଅଧିକାରୀ ଏବଂ ତହସିଲଦାରଙ୍କୁ ସୂଚନା ଦେଇଥିଲେ। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ନିର୍ମାଣାଧୀନ ଟେଣ୍ଟକୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱର, କଟକ ଓ ଭଦ୍ରକ ୩ଟି ସହରରେ ରବିବାର ରାତି ରାତି ୮ଟା ରେ ସଟ୍ ଡାଉନ୍ ହଟିବ। ସଟ୍ ଡାଉନ୍...

CORONAVIRUS UPDATE: ୬୭ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୬୭ କରୋନା ପଜିଟିଭ୍‌ ଚିହ୍ନଟ...

ଅସୁସ୍ଥ ମାଈ ହାତୀର ମୃତ୍ୟୁ

କଟକ ଅଫିସ, ୩୦।୯: କଟକ ବାଙ୍କୀ ଅନ୍ତର୍ଗତ ବାଆଁରା କୂଆମଡ଼ା ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ସୋମବାର ମୃତ୍ୟୁ ଘଟିଛି। ହାତୀଟି ୫ ଦିନ ହେବ...

ଦ୍ୱିତୀୟ ସ୍ପିଲ୍‌ୱେ

ବୃହତ୍‌ ମାଟିବନ୍ଧ ହୀରାକୁଦର ସୁରକ୍ଷା ପାଇଁ ଦ୍ୱିତୀୟ ସ୍ପିଲ୍‌ୱେ ନିର୍ମାଣ କଥା ଉଠିଥିଲା। ୨୦୧୫ ଏପ୍ରିଲରେ ସେଣ୍ଟ୍ରାଲ ୱାଟର କମିଶନ (ସିଡବ୍ଲ୍ୟୁସି) ଓ ୱାଲ୍ଡ ବ୍ୟାଙ୍କର...

ଡଷ୍ଟ୍‌ବିନ୍‌ ଭାଙ୍ଗିଦେଲେ, ଗନ୍ଧରେ ଫାଟି ପଡୁଛି ନାକ

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): କେନ୍ଦୁଝର ପୌରପାଳିକା ଅଞ୍ଚଳରେ ନିର୍ମାଣ ହୋଇଥିବା କଂକ୍ରିଟ ଡଷ୍ଟବିନ ଭାଙ୍ଗି ଦିଆଯାଇଛି। ଗାଡ଼ିରେ ସିଧାସଳଖ ଘରଗୁଡ଼ିକର ମଇଳା ଆବର୍ଜନା ସଂଗ୍ରହ କରାଯିବ। ଏଭଳି ଆଶା...

୧୪ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟର ୧୪ଟି ଜିଲାରେ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା...

ଲୋକସଭା ବାଚସ୍ପତିଙ୍କ ନାଁ ନେଇ ମାଗୁଥିଲେ ଟଙ୍କା, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୨।୫(ବ୍ୟୁରୋ): ଫେକ୍‌ ସିମକାର୍ଡ ବ୍ୟବହାର କରି କେତେକ ସାଇବର ରାଜନେତାମାନଙ୍କ ନାଁରେ ଟଙ୍କା ମାଗୁଛନ୍ତି। ଏହି ଠକାମିରୁ ବାଦ୍‌ ପଡିନି ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ...

୧୩ ଶିଳ୍ପ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧,୨୧୮.୦୧ କୋଟି ଟଙ୍କାର ୧୩ଟି ଶିଳ୍ପଭିତ୍ତିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିଛନ୍ତି। ୧୫ଟି ପର୍ଯ୍ୟାୟରେ ୭୬.୯୭...

Advertisement
Archives

Model This Week