ସୀମା ଟପିଲେ ଅନୁରାଗ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ କିଛିଦନ ହେବ ସୋସିଆଲ ମିଡିଆରୁ ଦୂରେଇ ରହିଥିବା ବେଳେ ଏବେ ପୁଣିଥରେ ସୋସିଆଲ ମିଡିଆରେ ଯୋଡି ହୋଇଯାଇଛନ୍ତି। ସବୁବେଳେ ସେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବେଳେ ଏଥର ମଧ୍ୟ ସେମିତି ଏକ ବିବାଦୀୟ ବୟାନ ପାଇଁ ଆସିଛନ୍ତି ଚର୍ଚ୍ଚାକୁ। ଏଥର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଅହଙ୍କାରୀ’ ଓ ‘ନିରକ୍ଷର’ ବୋଲି କହିଛନ୍ତି। ଗତବର୍ଷ ଡିସେମ୍ବରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଅନୁମୋଦନ ହେବା ପରେ ପ୍ରଥମଥର ଲାଗି ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅନୁରାଗ। ସେ ଟୁଇଟ୍‌ କରି କହିଛନ୍ତି, ମୋଦି ସରକାର ସିଏଏକୁ ଫେରାଇ ନେଇ ପାରିବେ ନାହିଁ। କାରଣ ଏମିତି କଲେ ଏହା ତାଙ୍କ ପାଇଁ ପରାଜୟ ହେବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ସବୁ କଥାକୁ ବିଜୟ-ପରାଜୟ ଦୃଷ୍ଟିରେ ଦେଖିଥାଆନ୍ତି। ଏମାନଙ୍କର ଏତେ ଗର୍ବ ଯେ ଏଥିରେ ସବୁ ଜଳିପୋଡି ପାଉଁଶ ହୋଇଯିବ ବୋଲି ଅନୁରାଗ କହିଛନ୍ତି। ମୋଦି କେବେ ଭୁଲ୍‌ ହୋଇ ପାରିବେନି, କାରଣ ପାଠ ପଢି ନ ଥିବା ଲୋକେ ହିଁ ଏମିତି କାମ କରନ୍ତି ବୋଲି ଅନୁରାଗ ଟୁଇଟ୍‌ କରିବା ପରେ ଏବେ ଏହାର ଉତ୍ତର ରଖୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ। ଏହାପରେ ଜଣେ ୟୁଜସଙ୍କ ପ୍ରଶ୍ନର ଉତ୍ତରରେ ଅନୁରାଗ କହିଛନ୍ତି, କ୍ଷମା କରିବେ, ମୁଁ କାହାକୁ ଆକ୍ଷେପ କରି ଏହା କହିନାହିଁ। ମୋର କହିବାର ଅର୍ଥ ମଧ୍ୟ ସେମିତି କିଛି ନକରାତ୍ମକ ନ ଥିଲା। ଆପଣ ମୋତେ ବୁଝିବାକୁ ଚେଷ୍ଟା କରନ୍ତୁ। କ୍ଷମା ତ ସେତେବେଳେ ମଗାଯାଏ ଯେତେବେଳେ କାହାର ଅପମାନ କରାଯାଏ। ସୂଚନାଯୋଗ୍ୟ, ଅନୁରାଗଙ୍କ କ୍ଷେତ୍ରରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ଅନେକ ଥର ଏମିତି କଥା କହି ଟ୍ରୋଲ୍‌ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri