ସୀମାନ୍ତ ସିଲ୍‌ ପରେ ଉତ୍ତେଜନା: ୩୭ ବଙ୍ଗୀୟ ଶ୍ରମିକଙ୍କୁ ଫେରାଇ ଦେଲା ପଶ୍ଚିମବଙ୍ଗ

ଭୋଗରାଇ, ୩।୪(ଡି.ଏନ.ଏ.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତକୁ ଗତ ୨୩ତାରିଖରୁ ପ୍ରଶାସନ ପକ୍ଷରୁ ସିଲ୍‌ କରିଦିଆଯାଇଛି। ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଉଭୟ ରାଜ୍ୟ ସିଲ୍‌ କଲା ପରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଛି। ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ଗାଁ ରାସ୍ତାଗୁଡ଼ିକର ପ୍ରବେଶ ପଥକୁ ସୀମାନ୍ତବାସୀ କାଠଗଣ୍ଡି ଓ ବାଉଁଶବାଡ ପକାଇ ଅବରୋଧ କରିଛନ୍ତି। ଫଳରେ ଉଭୟ ସୀମାନ୍ତବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ଚନ୍ଦନେଶ୍ୱର ସୀମାନ୍ତ ମୁଖ୍ୟ ରାସ୍ତାକୁ ସାହାବାଜିପୁରଠାରେ ଓଡ଼ିଶା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ସେଠାରେ ତାଳସାରୀ ମେରାଇନ୍‌ ଥାନା ପକ୍ଷରୁ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ସ୍ବାସ୍ଥ୍ୟବିଭାଗ ପକ୍ଷରୁ ମଧ୍ୟ ଏକ ଡାକ୍ତରୀ ଦଳ ନିଯୁକ୍ତି ଦିଆଯାଇ ବହିରାଗତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଓଡ଼ିଶାକୁ କାମ କରିବାକୁ ଆସିଥିବା ପଶ୍ଚିମବଙ୍ଗର ୩୭ଜଣ ଶ୍ରମିକ ସୀମାନ୍ତଠାରେ ଅଟକି ରହିଛନ୍ତି। ସେମାନଙ୍କୁ ପଶ୍ଚିମବଙ୍ଗ ସରକାର ରାଜ୍ୟ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଉ ନ ଥିବାରୁ ସେମାନେ ବାଧ୍ୟ ହୋଇ ଓଡ଼ିଶା ସରକାରଙ୍କ ଶରଣ ପଶିଛନ୍ତି।
ଚନ୍ଦନେଶ୍ୱର ମୁଣ୍ଡଳା, ଦକ୍ଷିଣସରିଷା, କଖଡ଼ା, ନରସିଂହପୁର, ଗଣେଶ୍ୱରପୁର, ଅନଳିଆ-ଶଙ୍ଖାମେଦୀ, ମାନକୁଣ୍ଡା, ନସରାବାଦ, ଉପୁଳା, ସିଆଁରୋଇ ପ୍ରଭୃତି ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ଗାଁ ରାସ୍ତା ଗ୍ରାମବାସୀଙ୍କ ଦ୍ୱାରା ଅବରୋଧ ହୋଇଛି। ସୀମାନ୍ତରେ ଉଭୟ ରାଜ୍ୟ ଲୋକେ ପରସ୍ପର ମୁହାଁମୁହଁି ହେଉଛନ୍ତି। ପଶ୍ଚିମବଙ୍ଗର ପୂର୍ବମେଦିନୀପୁର ଜିଲା କାନ୍ଥି, ଚଣ୍ଡିପୁର, ଖେଜୁରୀ ଅଞ୍ଚଳର ୩୭ ଜଣ ଶ୍ରମିକ ସୁନ୍ଦରଗଡ଼ରୁ ଦୁଇଟି ବୋଲେରୋ ଯୋଗେ ଗାଁକୁ ଫେରୁଥିବା ବେଳେ ସୀମାନ୍ତ ଦୀଘା ଏବଂ ଦାନ୍ତୁନ ପୋଲିସ ଓ ପ୍ରଶାସନ ନିଜ ରାଜ୍ୟକୁ ନ ନେଇ ଯେଉଁଠୁ ଆସିଛ ସେଠାକୁ ଫେରିଯାଅ କହି ଫେରାଇ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଜଳେଶ୍ୱରରେ ୧୪ ଓ ଭୋଗରାଇ ସାହାବାଜିପୁର ମହାବିଦ୍ୟାଳୟରେ ୨୩ ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ତିନି ଓଳି ଖାଦ୍ୟ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri