ସିୱାଇଏସ୍‌ଡିର ବଜେଟ୍‌ ବ୍ୟବଚ୍ଛେଦ: ପୂର୍ବ ଘୋଷିତ ଯୋଜନା ପାଇଁ ସାମାଜିକ ବିକାଶକୁ ଅଣଦେଖା

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଚଳିତ ଆର୍ଥତ୍କ ବର୍ଷର ରାଜ୍ୟ ବଜେଟ୍‌ ବ୍ୟୟବରାଦ ଗତ ବର୍ଷ ତୁଳନାରେ ୧୫.୭ ପ୍ରତିଶତ ବୃଦ୍ଧି ଘଟିଛି। ସେହି ଅନୁସାରେ ସାମାଜିକ କ୍ଷେତ୍ରର ବ୍ୟୟ ବରାଦ ମଧ୍ୟ ବଢିଛି। ମାତ୍ର କାଳିଆ, ପାର୍ବତୀ ଗିରି ବୃହତ୍‌ ଉଠା ଜଳସେଚନ, ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ମହିଳା ସଶକ୍ତୀକରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବସୁଧା ଓ ପାନୀୟ ଜଳ ଯୋଗାଣ ଭଳି ପୂର୍ବ ଘୋଷିତ ଯୋଜନା ବାବଦକୁ ବ୍ୟୟ ବରାଦ ଚଳିତ ବଜେଟ୍‌ର ସିଂହ ଭାଗ ଅକ୍ତିଆର କରିଛି। ସାମାଜିକ ବିକାଶର ଅନ୍ୟ ଦିଗଗୁଡିକର ବ୍ୟୟବରାଦରେ ବିଶେଷ ଫରକ ନାହିଁ। ଅନେକ କ୍ଷେତ୍ରରେ ବ୍ୟୟବରାଦ କମିଛି ଏବଂ ପୂର୍ବ ଘୋଷିତ ଯୋଜନା ପାଇଁ ସାମାଜିକ କ୍ଷେତ୍ରକୁ ଅଣଦେଖା କରାଯାଇଛି ବୋଲି ସେଣ୍ଟର ଫର୍‌ ୟୁଥ୍‌ ଆଣ୍ଡ୍‌ ସୋସିଆଲ ଡେଭେଲପ୍‌ମେଣ୍ଟ (ସିୱାଇଏସ୍‌ଡି) ନିଜ ଇସ୍ତାହାରରେ ପ୍ରକାଶ କରିଛି।
ବୁଧବାର ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡ଼ିଶାଠାରେ ସିୱାଇଏସ୍‌ଡିର ଓଡିଶା ବଜେଟ୍‌ ଆଣ୍ଡ୍‌ ଏକାଉଣ୍ଟେବିଲିଟି ସେଣ୍ଟର ପକ୍ଷରୁ ରାଜ୍ୟ ବଜେଟ ୨୦୧୯-୨୦ ପରବର୍ତ୍ତୀ ବିତର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଅର୍ଥନିତିଜ୍ଞ ପ୍ରଫେସର ଭାଗବତ ପାତ୍ର, ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ପ୍ରଦୀପ କୁମାର ବିଶ୍ୱାଳ, ରମାଦେବୀ ବିଶ୍ୱ ବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଅପରାଜିତା ବିଶ୍ୱାଳ, ଅର୍ଥ ବିଭାଗ ଉପ ସଚିବ ସତ୍ୟପ୍ରିୟ ରଥ, ସିୱାଇଏସ୍‌ଡିର ସହପ୍ରତିଷ୍ଠାତା ଓ ଅଧ୍ୟକ୍ଷ ପ୍ରଫୁଲ କୁମାର ସାହୁ, ସମାଜ ରିଲିଫ୍‌ କମିଟିର ସୁରେଶ ମନ୍ତ୍ରୀ ପ୍ରମୁଖ ଯୋଗଦେଇ ମତ ରଖିଥିଲେ। ଚଳିତ ବର୍ଷର ମୋଟ ରାଜ୍ୟ ବଜେଟ୍‌ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ରହିଛି। ଏହା ଗତ ଆର୍ଥତ୍କ ବର୍ଷର ବଜେଟରୁ ୧୫.୭ ପ୍ରତିଶତ ଅଧିକ। ଚଳିତ ବର୍ଷ ୧୮ ହଜାର ୮୭୭ କୋଟି ଟଙ୍କାର ବିତ୍ତୀୟ ନିଅଣ୍ଟ ରହିବ ବୋଲି ଆକଳନ କରାଯାଇଛି, ଯାହାକି ୨୦୧୭-୧୮ ଆର୍ଥତ୍କ ବର୍ଷର ବିତ୍ତୀୟ ନିଅଣ୍ଟ (୯୩୫୯.୩୯ କୋଟି ଟଙ୍କା)ର ଦୁଇ ଗୁଣ। ବଜେଟର ଆକାର ବୃଦ୍ଧି ସହ ବିତ୍ତୀୟ ନିଅଣ୍ଟ ଚିନ୍ତାଜନକ ବୋଲି ଅର୍ଥନୀତିଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ୨୦୧୯-୨୦ରେ କେନ୍ଦ୍ରୀୟ ରାଶି (କେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶଧନ ଓ କେନ୍ଦୀୟ ସହାୟତା) ୬୯ହଜାର ୭୬୬ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଏହା ୨୦୧୮-୧୯ ସଂଶୋଧିତ ବଜେଟ୍‌ ଆକଳନ ରାଶି ୬୧୩୮୨.୩୨ କୋଟି ଟଙ୍କାଠାରୁ ଅଧିକ। ମାତ୍ର ରାଜ୍ୟର ନିଜସ୍ବ ଆୟ ୨୦୧୫-୧୬ରେ ୪୫ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ୩୯ ପ୍ରତିଶତ ହ୍ରାସ ପାଇଛି। ତେଣୁ ରାଜ୍ୟ ସରକାର ନିଜସ୍ବ ପାଣ୍ଠି ବୃଦ୍ଧି ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଉପସ୍ଥିତ ବକ୍ତାମାନେ ମତ ପୋଷଣ କରିଛନ୍ତି।
ରାଜ୍ୟର ଅନେକ ବିଭାଗରେ ବଜେଟ୍‌ ବ୍ୟୟବରାଦ ଓ ବାସ୍ତବ ଖର୍ଚ୍ଚ ମଧ୍ୟରେ ଫରକ ରହୁଛି। ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ସେବା ପାଇଁ ୨୦୧୫-୧୮ ତିନିଟି ଆର୍ଥିକ ବର୍ଷ ପାଇଁ ଯଥାକ୍ରମେ ୧୮୭୫, ୨୦୦୩ ଓ ୨୨୯୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା। ମାତ୍ର ଏହି ବର୍ଷଗୁଡିକରେ ବାସ୍ତବ ଖର୍ଚ୍ଚ ଯଥାକ୍ରମେ ୧୬୩୯, ୧୯୨୭ ଓ ୧୯୮୦ କୋଟି ଟଙ୍କା ରହିଛି। ପ୍ରତିବର୍ଷ ୧୨ ରୁ ୧୩ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇ ନ ପାରିବାକୁ ନେଇ ବକ୍ତାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୩୨.୯୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି, ଯାହାକି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୋଟ ବଜେଟ୍‌ର ୧୮ ପ୍ରତିଶତ। ଏହି ଯୋଜନା ପାଇଁ ରାଜ୍ୟର ପ୍ରାଥମିକ ସ୍ବାସ୍ଥ୍ୟ ସେବାର ଆବଶ୍ୟକତାକୁ ଅଣଦେଖା କରାଯାଉଛି ବୋଲି ଅର୍ଥନୀତିଜ୍ଞମାନେ ପ୍ରଶ୍ନ କରିଛନ୍ତି। ତେଣୁ ଅଭିବୃଦ୍ଧି, ସମାନତା, ଆଞ୍ଚଳିକ ସମାନତା ଓ ନିଯୁକ୍ତି ଆଦି କ୍ଷେତ୍ରଗୁହିକ ଲକ୍ଷ୍ୟ ରଖି ସରକାର ଏହାର ଗୁଣାତ୍ମକ ଫଳାଫଳ ଉପରେ ଧ୍ୟାନ ଦେବା ଉଚିତ। ଏଥିସହ ସାମାଜିକ କ୍ଷେତ୍ରରେ ଅଧିକ ବିନିଯୋଗ ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି। ଏହି ଅବସରରେ ‘ବଜେଟ୍‌ ଟକ୍‌ସ ଆୱାର ପ୍ରାଇଅରିଟି: ରେସପନ୍ସ ଟୁ ଷ୍ଟେଟ୍‌ ବଜେଟ୍‌ ୨୦୧୯-୨୦’ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ବୈଠକରେ ବହୁ ଅର୍ଥନୀତିଜ୍ଞଙ୍କ ସମେତ ବୁଦ୍ଧିଜୀବୀ ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri