ଲଖନପୁର,୧୭।୪(ଡି.ଏନ୍.ଏ): କରୋନା ନିୟନ୍ତ୍ରଣକୁନେଇ ଲକ୍ଡାଉନ୍ ଜାରି ହୋଇଛି। କେଉଁସବୁ ଦୋକାନ ଖୋଲିବ, କେଉଁସବୁ ଦୋକାନ ଖୋଲିବ ନାହିଁ, କେତେ ସମୟ ଖୋଲିବ ଏସବୁକୁ ନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ତଦାରଖ କରିବା ପାଇଁ ଜିଲା ପ୍ରଶାସନ, ପୋଲିସ୍ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ଏହି ପରିମ୍ରେକ୍ଷୀରେ ଅବକାରୀ ବିଭାଗ ତରଫରୁ ଝାରସୁଗୁଡା ଜିଲାରେ ଥିବା ସମସ୍ତ ସରକାରୀ ସ୍ବୀକୃତିପ୍ରାପ୍ତ ମଦଭାଟି ଓ ବିଦେଶୀ ମଦ ଦୋକାନ ସବୁକୁ ଜଉମୁଦ ଦେଇ ସିଲ୍ କରାଯାଇଛି। ଲକ୍ଡାଉନ୍ ଅବଧି ଶେଷ ହେଲା ପରେ ଯାଇ ଖୋଲିବ ବୋଲି ନିର୍ଦ୍ଦେଶ ରହିଛି। ଏଭଳି କଡାକଡି ନିର୍ଦ୍ଦେଶ ସତ୍ତ୍ୱେ ଗତ ବୁଧବାର ଭୋର ସାଢେ ୪ଟା ସମୟରେ ବନ୍ଧବାହାଲ ମାର୍କେଟ୍ରେ ଥିବା ବିଦେଶୀ ମଦଦୋକାନ ସଟର୍ ଖୋଲାଥିଲା। ଦୋକାନ ସମ୍ମୁଖରେ ଅବକାରୀ ବିଭାଗର ଏକ ବୋଲେରୋ ଓ କର୍ମଚାରୀ ଛିଡା ହୋଇ ରହିଥିଲେ। ଲକ୍ଡାଉନ୍ରେ ପୁଣି ସିଲ୍ ଥିବା ବିଦେଶୀ ମଦଦୋକାନ ଭୋରରୁ ଖୋଲା ଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। କେତେକ ଲୋକେ ମୋବାଇଲ୍ ଫୋନ୍ରେ ଫଟୋ ଉଠାଇ ଥିଲେ। ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ୩ ଦିନ ହେଲା ଘୁରି ବୁଲୁଛି। ଲକ୍ଡାଉନ୍ରେ ସିଲ୍ ଥିବା ବିଦେଶୀ ମଦ ଦୋକାନ କାହା ନିର୍ଦ୍ଦେଶରେ, କିଏ ଓ କାହିଁକି ଖୋଲିଲା ତାହାକୁ ନେଇ ସାରା ଜିଲାରେ ଚର୍ଚ୍ଚା ଯୋର ଧରିଛି। ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ କହିଛନ୍ତି ଯେ, ଦୋକାନ ଖୋଲା ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ଅବକାରୀ ଇନ୍ସ୍ପେକ୍ଟର୍ ସୁମିତ୍ରା ଓରାମଙ୍କୁ ପଚାରିବାରୁ କହିଛନ୍ତି ଯେ, ଅବକାରୀ ବିଭାଗର ୨ଜଣ କନଷ୍ଟେବଳ ଦୋକାନରେ ଥିବା ଷ୍ଟକ କାଗଜପତ୍ର ଯାଞ୍ଚ କରିବାକୁ ଦୋକାନ ଖୋଲିଥିଲେ। ଏ ନେଇ ଜିଲା ଅବକାରୀ ଏସ୍ପି ନାରାୟଣ ମେହେରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏ ସମ୍ପର୍କରେ ତାଙ୍କୁ କିଛି ଜଣାନାହିଁ। ସିଲ୍ଥିବା ବିଦେଶୀ ମଦ ଦୋକାନ କାହିଁକି ଖୋଲାଗଲା ଓ କିଏ ଖୋଲିଲା ଏ ସମ୍ପର୍କରେ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ବ୍ରଜରାଜନଗର ଏସ୍ଡିପିଓ ଦୀଲିପ ଦାସ କହିଛନ୍ତି ଯେ, ସିଲ୍ ଥିବା ଦୋକାନ ଖୋଲିବା ପୂର୍ବରୁ ସ୍ଥାନୀୟ ପୋଲିସ୍କୁ ଅବକାରୀ ବିଭାଗ ପ୍ରଥମେ ଜଣାଇବା କଥା। ତାପରେ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଉପସ୍ଥିତିରେ ଦୋକାନ ସିଲ୍ ଖୋଲା ଯାଇ ଷ୍ଟକ୍ ଯାଞ୍ଚ ପରେ ପୁଣି ସିଲ୍ ହେବା କଥା। ଏ ନେଇ ପୋଲିସ୍ ତରଫରୁ ତଦନ୍ତ କରାଯାଇ ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍ଡିପିଓ ଦାସ କହିଛନ୍ତି। ସୂଚନାଯୋଗ୍ୟ, ମାଜିଷ୍ଟ୍ରେଟ୍ ଓ ସ୍ଥାନୀୟ ପୋଲିସର ଉପସ୍ଥିତିରେ ଦୋକାନ ସିଲ୍ ଖୋଲାଯାଇ ଷ୍ଟକ୍ ଯାଞ୍ଚ ହେବା କଥା। ଏସବୁ ନ କରି କାହିଁକି ୨ଜଣ ବିଭାଗୀୟ କନଷ୍ଟେବଳ ସିଲ୍ ଖୋଲି ଷ୍ଟକ୍ ଯାଞ୍ଚ କଲେ ତାହା ପୁଣି ପୁଣି ଭୋର୍ ସାଢେ ୪ଟାରେ ତାହାକୁ ନେଇ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Posted inHome, Home Left, ଆମ ଜିଲା ଖବର, ଝାରସୁଗୁଡ଼ା View All
ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା
ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...
ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ
ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...
ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ
ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...
ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…
ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...
ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା
ଇସଲାମାବାଦ୍,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...
ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ
ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...
ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….
ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...
ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍
ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...
Archives


