ଲଖନପୁର,୧୭।୪(ଡି.ଏନ୍.ଏ): କରୋନା ନିୟନ୍ତ୍ରଣକୁନେଇ ଲକ୍ଡାଉନ୍ ଜାରି ହୋଇଛି। କେଉଁସବୁ ଦୋକାନ ଖୋଲିବ, କେଉଁସବୁ ଦୋକାନ ଖୋଲିବ ନାହିଁ, କେତେ ସମୟ ଖୋଲିବ ଏସବୁକୁ ନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାକୁ ତଦାରଖ କରିବା ପାଇଁ ଜିଲା ପ୍ରଶାସନ, ପୋଲିସ୍ ପ୍ରଶାସନ ଓ ବିଭାଗୀୟ ଅଧିକାରୀମାନେ ନିୟୋଜିତ ହୋଇଛନ୍ତି। ଏହି ପରିମ୍ରେକ୍ଷୀରେ ଅବକାରୀ ବିଭାଗ ତରଫରୁ ଝାରସୁଗୁଡା ଜିଲାରେ ଥିବା ସମସ୍ତ ସରକାରୀ ସ୍ବୀକୃତିପ୍ରାପ୍ତ ମଦଭାଟି ଓ ବିଦେଶୀ ମଦ ଦୋକାନ ସବୁକୁ ଜଉମୁଦ ଦେଇ ସିଲ୍ କରାଯାଇଛି। ଲକ୍ଡାଉନ୍ ଅବଧି ଶେଷ ହେଲା ପରେ ଯାଇ ଖୋଲିବ ବୋଲି ନିର୍ଦ୍ଦେଶ ରହିଛି। ଏଭଳି କଡାକଡି ନିର୍ଦ୍ଦେଶ ସତ୍ତ୍ୱେ ଗତ ବୁଧବାର ଭୋର ସାଢେ ୪ଟା ସମୟରେ ବନ୍ଧବାହାଲ ମାର୍କେଟ୍ରେ ଥିବା ବିଦେଶୀ ମଦଦୋକାନ ସଟର୍ ଖୋଲାଥିଲା। ଦୋକାନ ସମ୍ମୁଖରେ ଅବକାରୀ ବିଭାଗର ଏକ ବୋଲେରୋ ଓ କର୍ମଚାରୀ ଛିଡା ହୋଇ ରହିଥିଲେ। ଲକ୍ଡାଉନ୍ରେ ପୁଣି ସିଲ୍ ଥିବା ବିଦେଶୀ ମଦଦୋକାନ ଭୋରରୁ ଖୋଲା ଥିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। କେତେକ ଲୋକେ ମୋବାଇଲ୍ ଫୋନ୍ରେ ଫଟୋ ଉଠାଇ ଥିଲେ। ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ୩ ଦିନ ହେଲା ଘୁରି ବୁଲୁଛି। ଲକ୍ଡାଉନ୍ରେ ସିଲ୍ ଥିବା ବିଦେଶୀ ମଦ ଦୋକାନ କାହା ନିର୍ଦ୍ଦେଶରେ, କିଏ ଓ କାହିଁକି ଖୋଲିଲା ତାହାକୁ ନେଇ ସାରା ଜିଲାରେ ଚର୍ଚ୍ଚା ଯୋର ଧରିଛି। ବନ୍ଧବାହାଲ ଫାଣ୍ଡି ଅଧିକାରୀ ଅଶୋକ ଦାସ କହିଛନ୍ତି ଯେ, ଦୋକାନ ଖୋଲା ନେଇ ତାଙ୍କ ପାଖରେ କୌଣସି ଖବର ନାହିଁ। ଅବକାରୀ ଇନ୍ସ୍ପେକ୍ଟର୍ ସୁମିତ୍ରା ଓରାମଙ୍କୁ ପଚାରିବାରୁ କହିଛନ୍ତି ଯେ, ଅବକାରୀ ବିଭାଗର ୨ଜଣ କନଷ୍ଟେବଳ ଦୋକାନରେ ଥିବା ଷ୍ଟକ କାଗଜପତ୍ର ଯାଞ୍ଚ କରିବାକୁ ଦୋକାନ ଖୋଲିଥିଲେ। ଏ ନେଇ ଜିଲା ଅବକାରୀ ଏସ୍ପି ନାରାୟଣ ମେହେରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏ ସମ୍ପର୍କରେ ତାଙ୍କୁ କିଛି ଜଣାନାହିଁ। ସିଲ୍ଥିବା ବିଦେଶୀ ମଦ ଦୋକାନ କାହିଁକି ଖୋଲାଗଲା ଓ କିଏ ଖୋଲିଲା ଏ ସମ୍ପର୍କରେ ତଦନ୍ତ କରାଯାଇ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ତେବେ ବ୍ରଜରାଜନଗର ଏସ୍ଡିପିଓ ଦୀଲିପ ଦାସ କହିଛନ୍ତି ଯେ, ସିଲ୍ ଥିବା ଦୋକାନ ଖୋଲିବା ପୂର୍ବରୁ ସ୍ଥାନୀୟ ପୋଲିସ୍କୁ ଅବକାରୀ ବିଭାଗ ପ୍ରଥମେ ଜଣାଇବା କଥା। ତାପରେ ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଉପସ୍ଥିତିରେ ଦୋକାନ ସିଲ୍ ଖୋଲା ଯାଇ ଷ୍ଟକ୍ ଯାଞ୍ଚ ପରେ ପୁଣି ସିଲ୍ ହେବା କଥା। ଏ ନେଇ ପୋଲିସ୍ ତରଫରୁ ତଦନ୍ତ କରାଯାଇ ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍ଡିପିଓ ଦାସ କହିଛନ୍ତି। ସୂଚନାଯୋଗ୍ୟ, ମାଜିଷ୍ଟ୍ରେଟ୍ ଓ ସ୍ଥାନୀୟ ପୋଲିସର ଉପସ୍ଥିତିରେ ଦୋକାନ ସିଲ୍ ଖୋଲାଯାଇ ଷ୍ଟକ୍ ଯାଞ୍ଚ ହେବା କଥା। ଏସବୁ ନ କରି କାହିଁକି ୨ଜଣ ବିଭାଗୀୟ କନଷ୍ଟେବଳ ସିଲ୍ ଖୋଲି ଷ୍ଟକ୍ ଯାଞ୍ଚ କଲେ ତାହା ପୁଣି ପୁଣି ଭୋର୍ ସାଢେ ୪ଟାରେ ତାହାକୁ ନେଇ ଅବକାରୀ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Posted inHome, Home Left, ଆମ ଜିଲା ଖବର, ଝାରସୁଗୁଡ଼ା View All
ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…
ଟ୍ରମ୍ପଙ୍କୁ ଇରାନର ଭୟଙ୍କର ଚେତାବନୀ: ଯଦି ବନ୍ଦରଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହୁଏ, ତା’ହେଲେ…
ଓ୍ବାଶିଂଟନ୍,୧୩।୪: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏକ ନୂତନ ଏବଂ ଗମ୍ଭୀର ମୋଡ଼ ନେଇଛି। ଆମେରିକା ଇରାନର ଉପସାଗରୀୟ ବନ୍ଦରଗୁଡ଼ିକର ନୌସେନା ଅବରୋଧ ଘୋଷଣା…
ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…
ବସ୍ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍ ଖେଳାଳିଙ୍କ ଜୀବନ
ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍ କ୍ଲବର ଫୁଟବଲ ଖେଳାଳି ବେରେକୁମ୍ ଚେଲ୍ସୀର ଡୋମିନିକ୍ ଫ୍ରିମ୍ପଙ୍ଗ୍ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…
ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ
ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…
ପାରମ୍ପରିକ ଖାଦ୍ୟକୁ ନେଇ ପ୍ରତିଯୋଗିତା: ପ୍ରଥମ ସ୍ଥାନରେ ଆନନ୍ଦମୟୀ….
ଦାରିଙ୍ଗବାଡି, ୧୩ା୪ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ୍ କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ଓଡ଼ିଆ ପକ୍ଷ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ବିଡ଼ିଓ ପ୍ରୀତିରଞ୍ଜନ…
ମାଲକାନଗିରି କୋର୍ଟର ବଢ଼ିଲା ସୁରକ୍ଷା ବ୍ୟବସ୍ଥା
ମାଲକାନଗିରି,୧୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କୋର୍ଟକୁ ଏକ ଅଜ୍ଞାତ ମେଲ୍ରୁ ସୋମବାର ବୋମା ଧମକ ମିଳିଛି। କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ଅଞ୍ଚଳରେ…
ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ
ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…
Archives

