ସିଲ୍‌ ପଡିଛି, ମଦ କାରବାର ଚାଲିଛି

ଜୟପୁର,୧୪ା୫(ଡି.ଏନ.ଏ )-କୋରାପୁଟ ଜିଲା ଜୟପୁର ସହର ଏବଂ ଆଖପାଖ ଅଞ୍ଚଳରେ ୧୮ଟି ବିଦେଶୀ ମଦ ଦୋକାନ ରହଛି। ସେଥିରୁ ୧୨ଟି ଠିପିବନ୍ଦ ଦୋକାନ ଏବଂ ୬ଟି ବାର। କାରୋନା ଲକଡାଉନ ଯୋଗୁ ସରକାରଙ୍କ ମଦ ବିକ୍ରି ଉପରେ କଟକଣା ଜାରି କରିଥିଲେ। ଏନେଇ ଜିଲା ପ୍ରଶାସନର ନିର୍ଦ୍ଦେଶରେ ଅବକାରୀ ବିଭାଗ ଜିଲାର ସମସ୍ତ ବିଦେଶୀ ମଦ ବିକ୍ରି ଦୋକାନକୁ ସିଲ୍‌ କରିଥିଲା। ଜୟପୁର ସହରର ସମସ୍ତ ବାର ଓ ଠିପିବନ୍ଦ ମଦ ବିକ୍ରି ଦୋକାନକୁ ମଧ୍ୟ ତାଲା ପକାଇ କାଗଜଗୁଡାଇ ଜଉମୁଦ ଦେଇ ସିଲ୍‌ କରିଥିଲା। ଏହିପରି ସିଲ୍‌ ହୋଇଛି ଯେ, ଜଉମୁଦ ସିଲ୍‌ ରହିଥିବ ମାତ୍ର ତାଲା ଖୋଲାଯାଇ ଭିତରୁ ମଦ ବାହାର କରି ବିକ୍ରି କରାଯାଇପାରିବ। ଏପରି ଦେଖିବାକୁ ମିଳିଛି ସହରର ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ, କେନାଲ ରୋଡରେ, ଏମ.ଜି ରୋଡ, ମୁଖ୍ୟଡାକଘର ପାର୍ଶ୍ୱର ରାସ୍ତା ଏବଂ କିଛି ବାରରେ ପଡିଥିବା ସିଲ୍‌ରେ। ସିଲ୍‌ ନାମକୁ ମାତ୍ର କରାଯାଇଛି ା ଏପରି ସିଲ୍‌ ହୋଇଛି ଯେ, ତାଲା ଖୋଲିବାରେ କୌଣସି ସମସ୍ୟା ନାହିଁ ା ସିଲ୍‌ ଦୋକାନରୁ ମଦ ବାହାର କରାଯାଇ ବିକ୍ରି କରାଯାଉଥିବା ନେଇ ଲୋକେ ଅଭିଯୋଗ କରିଥିଲେ ା ଗୁରୁବାର ଏମ.ଜି ରୋଡସ୍ଥିତ ସିଲ୍‌ ହୋଇଥିବା ଏକ ମଦ ଦୋକାନରୁ ବେଆଇନ ଭାବେ ମଦ ବିକ୍ରି କରାଯାଉଥିବା ସାହିବାସିନ୍ଦା ଅଭିଯୋଗ କରିଥିଲେ। ଏନେଇ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଏହାର ତଦନ୍ତ କରିବା ସହିତ ଘଟଣାର ସମାଧାନ କରିଥିଲା। ଅନ୍ୟପକ୍ଷରେ ଲକଡାଉନ ପରେ ଷ୍ଟକ ଯାଞ୍ଚ ବେଳେ ବେଆଇନ କାରବାର ଧରାପଡିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏସମ୍ପର୍କରେ ଜିଲା ଅବାକରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶଙ୍କୁ ପଚାରିବାରୁ ସେ କହିଲେ ଯେ, ସିଲ୍‌ ଖୋଲାହୋଇଥିବା ଦୋକାନକୁ ପୁଣି ସିଲ କରିବାକୁ ନିର୍ଦ୍ଦେଶ ଦେଇଛି। ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସାବିତ୍ରୀଙ୍କ ପ୍ରଶ୍ନ: ୭୫ ହେଲାଣି, କୋଉ ବୟସରେ ମିଳିବ ଆବାସ

କୁନ୍ଦୁରା,୨୨ା୮(ଡି.ଏନ୍‌.ଏ.): ବୟସ ପ୍ରାୟ ୭୫ ପାଖାପାଖି । ଚାଲିବାକୁ ଅସମର୍ଥ ହୋଇପଡିଥିବା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ନ ଯାଇ ଧଇଁସଇଁ ହୋଇ ବଞ୍ଚତ୍ଛନ୍ତି, ଚାଲିଛନ୍ତି ସାବିତ୍ରୀ।...

ବିଭିନ୍ନ ଦାବି ନେଇ କୋରାପୁଟ ବ୍ଲକ ଶିକ୍ଷକ ସଂଘର ଶୋଭାଯାତ୍ରା

କୋରାପୁଟ,୫ା୮(ଅମିତାଭ ବେହେରା): ଶନିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଡାକରା କ୍ରମେ କୋରାପୁଟ ବ୍ଲକ ଶିକ୍ଷକ ସଂଘର ଏକ ବିଶାଳ ଶୋଭାଯାତ୍ରା କୋରାପୁଟ ସାଂସ୍କୃତିକ...

୨୦ ଲକ୍ଷ ଖର୍ଚ୍ଚ ହୋଇଛି, କାମରେ ଲାଗୁନି ଦୋକାନ ଗୃହ

ନନ୍ଦପୁର, ୪ା୪ (ଡି.ଏନ.ଏ.): ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗ୍ରାମାଞ୍ଚଳରେ ଦୋକାନ ଗୃହମାନ ନିର୍ମାଣ କରାଯାଉଛି। ଏଥିରେ ବହୁ ଅର୍ଥ ବ୍ୟୟ ହେଉଛି। ମତ୍ର...

ସମସ୍ୟାରେ ଦିନ କାଟୁଛନ୍ତି ୪ ଓ୍ବାର୍ଡ ବାସିନ୍ଦା

ସୁନାବେଡ଼ା,୩ା୩(ସ୍ବ.ପ୍ର.): ବାଜିସାରିଛି ପୌରାଞ୍ଚଳ ନିର୍ବାଚନ ବିଗୁଲ। ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ଚଳୁଥିବା ସୁନାବେଡ଼ା ପୌରବାସୀ ଜବାବ ଦେବାକୁ ସଜବାଜ ହେଲେଣି। ଦୀର୍ଘ ବର୍ଷ ହେଲା ନାହିଁ...

ଥାନାଧିକାରୀ ୧୦ ହଜାର ଲାଞ୍ଚ ନେବା ମାମଲା: ଅଭିଯୁକ୍ତଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର,୨୩।୧୦(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଥାନାଧିକାରୀ ୧୦ ହଜାର ଲାଞ୍ଚ ନେଉଥିବା ମାମଲାରେ ବୁଧବାର ରାୟ ପ୍ରକାଶ ପାଇଛି । ଏଥିରେ...

ରବିଙ୍କୁ ମଞ୍ଚରୁ ତଳକୁ ଓହ୍ଲାଇଦେଲେ

ଜୟପୁର,୪।୨(ନି.ପ୍ର.): କୋରାପୁଟ ଜିଲା ଜୟପୁର ବିକ୍ରମଦେବ ସୟଂଶାସିତ ମହାବିଦ୍ୟାଳୟର ୭୫ ତମ ପ୍ଲାଟିନମ ଜୁବିଲି ଉତ୍ସବରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ...

ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ମନା କରୁଛନ୍ତି ଗ୍ରାମବାସୀ

ପଟ୍ଟାଙ୍ଗୀ,୧୨ା୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ତଥା ଆନ୍ଧ୍ର ରାଜ୍ୟ ସୀମାନ୍ତ କୋଟିଆ ପଞ୍ଚାୟତର ଫଗୁଣସିନେରି ଗ୍ରାମବାସୀ ଆନ୍ଧ୍ର ସହ ଅଛୁ ଓ ରହିବୁ...

ବିଜେଡିରୁ ଇସ୍ତଫା ଦେଲେ ୩ ଅସନ୍ତୁଷ୍ଟ ନେତା

କୋଟପାଡ଼,୧୩।୩(ଡି.ଏନ.ଏ.): କୋରପୁଟ ଜିଲା କୋଟପାଡ଼ ବିଜେଡିରେ ଦଳୀୟ ଅସନ୍ତୋଷ ଲାଗି ରହିଛି। ଫଳରେ ଦଳର ୩ ପୁରୁଖା ନେତା ପଙ୍କଜ ପାତ୍ର, ଈଶ୍ୱର ମହାନ୍ତି, ରଞ୍ଜିତ...

Advertisement
Archives

Model This Week