Posted inଖେଳ

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ପୁଣେ,୧୦।୧୦ (ପି.ଟି.)- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଗ୍ରାଉଣ୍ଡରେ ଗୁରୁବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଚଳିତ ଟେଷ୍ଟ ଶୃଙ୍ଖଳାରେ ଭାରତ ଏବେ ସିରିଜ ବିଜୟଠାରୁ ଆଉ ଗୋଟିଏ ପାଦ ଦୂରରେ ରହିଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ପ୍ରଥମ ମ୍ୟାଚ୍‌ରେ ୨୦୩ ରନରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ହାସଲ କରିଛି। ଫଳରେ ଏହି ମ୍ୟାଚ୍‌ର ଗୁରୁତ୍ୱ ବଢ଼ିଯାଇଛି। ଦ୍ୱିତୀୟ ଟେଷ୍ଟ ଜିତି ଭାରତ ସିରିଜ୍‌ ହାତେଇବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତି ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ। ବିଶାଖାପାଟଣାରେ ପ୍ରଥମ ଟେଷ୍ଟ ବିଜୟ ଭାରତର ଆତ୍ମ ବିଶ୍ୱାସକୁ ଦ୍ୱିଗୁଣିତ କରିଛି। ଭାରତ ଏବେ ଏହି ସଫଳତା ତଥା ପ୍ରଦର୍ଶନକୁ ବଜାୟ ରଖିବାକୁ ଚେଷ୍ଟା କରିବ। ଏହି ପ୍ରଦର୍ଶନଠାରୁ ଅଧିକ ଭଲ କରିବା କଷ୍ଟକର ହୋଇଥିଲେ ମଧ୍ୟ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ଅଧିକ କିଛି ନୂଆ କରିଦେଖାଇବାକୁ ଚେଷ୍ଟା କରିବ। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଦୁର୍ବଳତା ପଦାରେ ପଡିଛି। ପୂରା ୫ଦିନ ଧରି ଖେଳିବା ଏବେ ଦକ୍ଷିଣ ଆଫ୍ରିକା ପାଇଁ ଏକ ପ୍ରକାର ଅସମ୍ଭବ ହୋଇ ପଡିଛି।
ଓପନର ହିସାବରେ ଟେଷ୍ଟ ପଦାର୍ପଣରେ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଟେଷ୍ଟରେ ସେ ଦୁଇଟି ଯାକ ଇନିଂସରେ ଶତକ ହାସଲ କରି ଚୟନକର୍ତ୍ତା ଓ ଟିମ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ଯଥାର୍ଥ ବୋଲି ପ୍ରମାଣିତ କରିଛନ୍ତି। ରୋହିତ ପ୍ରଥମ ଇନିଂସରେ ୧୭୬ ଓ ଦ୍ୱିତୀୟ ଇନିଂସରେ ୧୨୭ ରନର ଶତକୀୟ ପାଳି ଖେଳି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କୋହଲି ଓ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ରୋହିତଙ୍କୁ ଓପନିଂ କରିବାର ସୁଯୋଗ ଦେବା ରଣନୀତି ବେଶ୍‌ କାମ ଦେଇଛି। ସେହିପରି ଯୁବ ଓପନର ମୟଙ୍କ ଅଗ୍ରଓ୍ବାଲ ୨୧୫ ରନର ଦ୍ୱିତଶକୀୟ ପାଳି ଖେଳି କୋଚ୍‌ ଓ ଅଧିନାୟକଙ୍କ ବିଶ୍ୱାସଭାଜନ ହେବା ସହ ଦଳରେ ସ୍ଥାନ ମଜଭୁତ କରିଛନ୍ତି। ଏଥି ସହିତ ଘରୋଇ ପରିବେଶ୍‌ ଭାରତ ଆଗକୁ ୪ଟି ଟେଷ୍ଟ ଖେଳିବାକୁ ଯାଉଥିବା ବେଳେ ଓପନିଂ ଯୋଡି ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ବାଂଲାଦେଶ ବିପକ୍ଷରେ ମଧ୍ୟ ଭାରତ ୨ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। କୋହଲିଙ୍କ ସମେତ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ ଓ ହନୁମା ବିହାରୀଙ୍କୁ ନେଇ ଗଠିତ ଭାରତୀୟ ବ୍ୟାଟିଂ ଲାଇନ୍‌ଅଫ୍‌ ବେଶ୍‌ ଦୃଢ ମନେହେଉଛି। ଯଦି ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ହୁଏ ତେବେ ଭାରତ ପୁଣି ବଡ଼ ସ୍କୋର ହାସଲ କରିବ।
ତେବେ ୨୦୧୭ର ଏହି ପିଚ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ନାଥନ ଲିୟନଙ୍କ ଭଳି ଜଣେ ଆଭରେଜ୍‌ ସ୍ପିନର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେଇଥିଲେ। ତେବେ ପୁଣି ଥରେ ଏଭଳି ବୋଲି ଆଶା କରାଯାଇ ନ ପାରେ। ପିଚ୍‌ କ୍ୟୁରେଟର ପାଣ୍ଡୁରାଙ୍ଗ ସାଲଗାଓକର ପୂର୍ବ ତ୍ରୁଟି ଦୋହରାଇବେ ନାହିଁ ବୋଲି ଆଶା କରାଯାଉଛି। ୨୦୧୭ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ଏହି ପିଚ୍‌ ସେତେବେଳେ ନିମ୍ନମାନର ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଘୋଷଣା କରିଥିଲା। ପୁଣି ପିଚ୍‌ ଟ୍ୟାମ୍ପରିଂ ଅଭିଯୋଗରେ ସେ ୬ ମାସ ବାସନ୍ଦ ହୋଇଥିଲେ। ତେଣୁ ସେ ବର୍ତ୍ତମାନ କିଭଳି ପିଚ୍‌ ପ୍ରସ୍ତୁତ କରିଛନ୍ତି ତାହା କହିବା କଷ୍ଟକର। ତେବେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଏହି ମ୍ୟାଚ୍‌ରେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ।
ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ଡିନ୍‌ ଏଲ୍‌ଗାର ଓ ଏଲିଗାଣ୍ଟ କ୍ୱିଣ୍ଟନ ଡିକକ୍‌ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେବେ ଏହି ପିଚ୍‌ରେ ସେ ଏହି ସଫଳତାକୁ ଦୋହରାଇବା କଷ୍ଟକର ହେବ। ଘରୋଇ ପରିବେଶରେ ଅଶ୍ୱିନ ଓ ଜାଡେଜା ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ ୮ ଉଇକେଟ ଅକ୍ତିଆର କରିଥିବା ବେଳେ ଜାଡେଜା ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ ଦେଖାଇଛନ୍ତି। ଦ୍ୱିତୀୟ ଇନିଂସରେ ପୁରୁଣା ବଲ୍‌ରେ ମହମ୍ମଦ ସାମି ରିଭର୍ସ ସୁଇଙ୍ଗ କରାଇ ଦଳକୁ ବିଜୟୀ କରାଇଥିଲେ। ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଦୁଇଟି ଯାକ ଇନିଂସରେ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲେ। ବୋଲରମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିକୁ ଅନୁଭୂତ ହେବାକୁ ଦେଇ ନାହାନ୍ତି।
ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବା ଆଶା କରାଯାଉନାହିଁ। ତେବେ ଦକ୍ଷିଣ ଆଫ୍ରିକା ଦଳରେ ପରିବର୍ତ୍ତନ କରିବା ନିଶ୍ଚିତ ମନେ ହେଉଛି। ସେନୁରାନ ମୁଥୁସାମି ଓ ଡେନ୍‌ ପିଟ୍‌ଙ୍କ ମଧ୍ୟରୁ ଜଣକୁ ଅନ୍ତିମ ଏକାଦଶରୁ ବାଦ୍‌ ଦିଆଯାଇପାରେ। ଏହି ଦୁଇ ସ୍ପିନରଙ୍କ ଧୁଲାଇ କରି ରୋହିତ ମ୍ୟାଚ୍‌ରେ ୧୩ଟି ଛକା ମାରିଥିଲେ। ମୁଥୁସାମିଙ୍କୁ ବାଦ୍‌ ଦେଲେ ବ୍ୟାଟ୍ସମ୍ୟାନ ଜୁବେର ହମ୍‌ଜାଙ୍କୁ ଦଳରେ ସାମିଲ କରାଯାଇପାରେ। ଯଦି ଡେନ୍‌ ପିଟ୍‌ ବାଦ୍‌ ପଡନ୍ତି ତେବେ ଲୁନ୍‌ଗି ଏନ୍‌ଗିଡିକୁ ଦଳରେ ସମାଲ କରାଯିବା ସମ୍ଭାବନା ରହିଛି। ପେସ୍‌ ଓ ମୁଭମେଣ୍ଟରେ ସେ ଭାରତୀୟ ବ୍ୟାଟ୍ସମ୍ୟାନକୁ ସମସ୍ୟାରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ୍‌ରେ ଅପେକ୍ଷାକୃତ ଅଧିକ ଚ୍ୟାଲେଞ୍ଜ ରହିଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଦ୍ଧିମାନ ଶାହ (ଉଇକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ୍ତ ଶର୍ମା ଓ ମହମ୍ମଦ ସାମି।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଡନ୍‌ ଏଲଗାର, ଏଡେନ ମାରାକ୍ରାମ, ଥେଉନିସ ଡି ବ୍ରୁଇନ, ଟେମ୍ଭା ବଭୁମା, କ୍ୱିଣ୍ଟନ ଡି କକ୍‌ (ଉଇକେଟ କିପର), କାଗିସୋ ରାବାଡ଼ା, କେଶବ ମହାରାଜ, ଭର୍ନନ ଫିଲାଣ୍ଡର, ଲୁନ୍‌ଗି ଏନ୍‌ଗିଡି, ଡେନ୍‌ ପିଟ୍‌, ସେନୁରାନ ମୁଥୁସାମି, ଜୁବେର ହମ୍‌ଜା, ହେନରିଚ୍‌ କ୍ଲାସେନ ଓ ଅନରିଚ୍‌ ନୋର୍ଜ।
ମ୍ୟାଚ୍‌ ଆରମ୍ଭ: ସକାଳ ୯.୩୦
ସ୍ଥାନ: ପୁଣେ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri