ସିବିଏସ୍‌ଇ ସିଟିଇଟି ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ମଙ୍ଗଳବାର ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି) ୨୦୧୯ର ଫଳ ପ୍ରକାଶ ପାଇଛି। ଜୁଲାଇ ୭ ରେ ସମଗ୍ର ଦେଶରେ ସିଟିଇଟିର ଦ୍ୱାଦଶ ସଂସ୍କରଣ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୦୯ଟି ସହରରେ ଥିବା ୨,୯୪୯ଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା। ପରୀକ୍ଷା ଲାଗି ମୋଟ ୨୯ ଲକ୍ଷ ୨୨ ହଜାର ୨୨୭ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୨୩ ଲକ୍ଷ ୭୭ ହଜାର ୩୧ ଜଣ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୩ ଲକ୍ଷ ୫୧ ହଜାର ୮୩୦ ଜଣ ପ୍ରାର୍ଥୀଙ୍କୁ ଯୋଗ୍ୟ ଘୋଷଣା କରାଯାଇଛି। ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୧୪ ହଜାର ୬୫୮ ଜଣ ପ୍ରାର୍ଥୀ ପେପର-୧ (ପ୍ରାଇମେରୀ ସ୍କୁଲ) ଏବଂ ୧ ଲକ୍ଷ ୩୭ ହଜାର ୧୭୨ ଜଣ ପ୍ରାର୍ଥୀ ପେପର-୨ (ଜୁନିୟର ହାଇସ୍କୁଲ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଚଳିତବର୍ଷ ପରୀକ୍ଷାଫଳ ରେକର୍ଡ ୨୩ ଦିନ ମଧ୍ୟରେ ଘୋଷଣା କରାଯାଇଥିବା ବେଳେ ପ୍ରାର୍ଥୀଙ୍କ ମାର୍କଶିଟ୍‌ ଡିଜିଲକରରେ ଅପଲୋଡ ହେବ। ସେହିଭଳି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଲଗ୍‌ଇନ ବିବରଣୀ ପ୍ରଦାନ କରାଯିବ। ପରୀକ୍ଷାର ସହଜ ଏବଂ ନିରପେକ୍ଷ ପରିଚାଳନା ଲାଗି ପ୍ରତ୍ୟେକ ସହରରେ ୧୧୪ ଜଣ ସଂଯୋଜକ, ୨୯୪୨ ଜଣ କେନ୍ଦ୍ରୀୟ ନିରୀକ୍ଷକ, ୪୩୩୫ ଜଣ ପର୍ଯ୍ୟବେକ୍ଷକ ଏବଂ ସିବିଏସଇର ୮୨୭ ଜଣ ଅଧିକାରୀ ନିୟୋଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ନଦୀବନ୍ଧ ମରାମତି ଉପରେ ଗୁରୁତ୍ୱ

ବାଲେଶ୍ୱର ଅଫିସ, ୭।୫-ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତ୍ତିକ ବିପର୍ଯ୍ୟୟ କମିଟି ଓ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ...

ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ଦେବା ପ୍ରସଙ୍ଗ: ପ୍ରଶ୍ନ ଉଠାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରୋଗୀଙ୍କୁ ଫାର୍ମାସିଷ୍ଟ ଔଷଧ ଦେବା ପ୍ରସଙ୍ଗ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଶ୍ନ ଉଠାଇଲେଣି। ବରିଷ୍ଠ ଡାକ୍ତର ତଥା ଏସ୍‌ସିବି ମେଡିକାଲ କଲେଜର ପୂର୍ବତନ...

୩ ମାସରେ ସରିବ ଜମି ଅଧିଗ୍ରହଣ

ପୁରୀ ଅଫିସ,୧୮ା୧୦: ବିଶ୍ୱ ଐତିହ୍ୟ ସହର ହେବ ପୁରୀ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚୟ ପାଇବ ଶ୍ରୀକ୍ଷେତ୍ର। ଏଠାରେ ଭକ୍ତ, ପର୍ଯ୍ୟଟକଙ୍କୁ ମିଳିବ ଅତ୍ୟାଧୁନିକ...

‘ମୋ ବସ୍‌’ ଷ୍ଟପ୍‌ରେ ପାର୍କିଂ, କାର୍‌ ନମ୍ବରରେ ଚାଲାଣ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସହରରେ ଥିବା ବିଭିନ୍ନ ‘ମୋ ବସ୍‌’ ଷ୍ଟପ୍‌ ଓ ଏହା ସମ୍ମୁଖରେ ଲୋକେ ବେଆଇନ ଭାବେ ଗାଡ଼ି ପାର୍କିଂ କରୁଛନ୍ତି। ଏଥିଯୋଗୁ ବସ୍‌ ଚଳାଚଳ...

୩୧ଯାଏ ଖୋର୍ଦ୍ଧା ସହରର ପ୍ରମୁଖ ରାସ୍ତା, ଛକ ସିଲ

ଖୋର୍ଦ୍ଧା ଅଫିସ,୬ା୭ : ରାଜ୍ୟରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଉଦ୍‌ବେଗଜନକ ରହିଛି। ଅନ୍ୟପଟେ କେତେଜଣ ଅମାନିଆ ବିନା ମାସ୍କରେ...

ଯାତ୍ରା ଆୟୋଜକ, ପାର୍ଟି ମ୍ୟାନେଜର, ଡ୍ୟାନ୍ସରଙ୍କ ନାଁରେ ମାମଲା

ଭୁବନେଶ୍ୱର,୧୦।୨(ବ୍ୟୁରୋ): କଟକଣା ସତ୍ତ୍ୱେ ଖଣ୍ଡଗିରି ଯାତ୍ରାରେ ନଗ୍ନ ନୃତ୍ୟ ପ୍ରଦର୍ଶନକୁ ନେଇ କଳିଙ୍ଗ ଗଣନାଟ୍ୟ ପାଇଁ ଅଡୁଆ ବଢ଼ିଛି। ପାର୍ଟି ମ୍ୟାନେଜର, ଯାତ୍ରା ଆୟୋଜକ ଓ...

ବର୍ଷ ଆରମ୍ଭରୁ ଡବଲ୍‌ ମର୍ଡର: ମାହାଙ୍ଗାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା

ନିଶ୍ଚିନ୍ତକୋଇଲି,୨ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ ନୂର୍ତ୍ତାଙ୍ଗସ୍ଥିତ ଜଅଁକୋଠି ନିକଟରେ ଶନିବାର ରାତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ(୬୨) ଓ ସହଯୋଗୀ ଦିବ୍ୟସିଂହ...

୬ ପାସେଞ୍ଜର ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନ ପାଖରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବା ପରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି। ଫଳରେ ଉଭୟ ପଟର ୬ଟି ଟ୍ରେନ୍‌...

Advertisement
Archives

Model This Week