ସିବିଏସ୍‌ଇ ସିଟିଇଟି ପରୀକ୍ଷାଫଳ ପ୍ରକାଶ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ମଙ୍ଗଳବାର ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ସିଟିଇଟି) ୨୦୧୯ର ଫଳ ପ୍ରକାଶ ପାଇଛି। ଜୁଲାଇ ୭ ରେ ସମଗ୍ର ଦେଶରେ ସିଟିଇଟିର ଦ୍ୱାଦଶ ସଂସ୍କରଣ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୧୦୯ଟି ସହରରେ ଥିବା ୨,୯୪୯ଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜିତ ହୋଇଥିଲା। ପରୀକ୍ଷା ଲାଗି ମୋଟ ୨୯ ଲକ୍ଷ ୨୨ ହଜାର ୨୨୭ ଜଣ ପ୍ରାର୍ଥୀ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ୨୩ ଲକ୍ଷ ୭୭ ହଜାର ୩୧ ଜଣ ପରୀକ୍ଷା ଦେଇଥିଲେ। ତେବେ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୩ ଲକ୍ଷ ୫୧ ହଜାର ୮୩୦ ଜଣ ପ୍ରାର୍ଥୀଙ୍କୁ ଯୋଗ୍ୟ ଘୋଷଣା କରାଯାଇଛି। ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଲକ୍ଷ ୧୪ ହଜାର ୬୫୮ ଜଣ ପ୍ରାର୍ଥୀ ପେପର-୧ (ପ୍ରାଇମେରୀ ସ୍କୁଲ) ଏବଂ ୧ ଲକ୍ଷ ୩୭ ହଜାର ୧୭୨ ଜଣ ପ୍ରାର୍ଥୀ ପେପର-୨ (ଜୁନିୟର ହାଇସ୍କୁଲ) ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଚଳିତବର୍ଷ ପରୀକ୍ଷାଫଳ ରେକର୍ଡ ୨୩ ଦିନ ମଧ୍ୟରେ ଘୋଷଣା କରାଯାଇଥିବା ବେଳେ ପ୍ରାର୍ଥୀଙ୍କ ମାର୍କଶିଟ୍‌ ଡିଜିଲକରରେ ଅପଲୋଡ ହେବ। ସେହିଭଳି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଲଗ୍‌ଇନ ବିବରଣୀ ପ୍ରଦାନ କରାଯିବ। ପରୀକ୍ଷାର ସହଜ ଏବଂ ନିରପେକ୍ଷ ପରିଚାଳନା ଲାଗି ପ୍ରତ୍ୟେକ ସହରରେ ୧୧୪ ଜଣ ସଂଯୋଜକ, ୨୯୪୨ ଜଣ କେନ୍ଦ୍ରୀୟ ନିରୀକ୍ଷକ, ୪୩୩୫ ଜଣ ପର୍ଯ୍ୟବେକ୍ଷକ ଏବଂ ସିବିଏସଇର ୮୨୭ ଜଣ ଅଧିକାରୀ ନିୟୋଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ: ‘ସର୍ତ୍ତ ନ ମାନିଲେ ସିଧା ମୁଣ୍ଡ ଉପରେ ପକାଇବୁ ବୋମା’

ନୂଆଦିଲ୍ଲୀ,୧୭।୬: ଇରାନ ସହିତ ଚାଲିଥିବା ଆଲୋଚନା ଏବଂ ଚୁକ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବୟାନ ପୁଣି ଥରେ ଯୁଦ୍ଧ ଚିନ୍ତାକୁ ବଢ଼ାଇ ଦେଇଛି।…

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

‘ତୁମେମାନେ ପରଜୀବୀ, ଜେଲରେ ବନ୍ଦ…’; କକ୍ରୋଚ ପରେ ପୁଣି ବିବାଦୀୟ ବୟାନ ଦେଲେ CJI!

ନୂଆଦିଲ୍‌ଲୀ,୧୭।୬: ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା କିଛି ସମୟ ପୂର୍ୱରୁ ଦିଆଯାଇଥିବା ‘ଅସରପା’ (କକ୍ରୋଚ) ବୟାନକୁ ନେଇ ସାରା ଦେଶରେ ପ୍ରବଳ ହଙ୍ଗାମା…

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

ଭୁବନେଶ୍ୱରକୁ ଜଗିଛି ଅଦୃଶ୍ୟ ଶକ୍ତି! ଚମକାଇଲା ବିଶେଷଜ୍ଞଙ୍କ ଆକଳନ, ଆଗକୁ ଭୟଙ୍କର…

ଭୁବନେଶ୍ୱର,୧୭।୬: ଭୁବନେଶ୍ୱରବାସୀ ବର୍ଷାକୁ ଚାହିଁ ଚାହିଁ ନିରାଶ। ଆକାଶରେ ମେଘ ଆସୁଛି, ପବନ ବହୁଛି, ବର୍ଷା ହେବ ବୋଲି ଆଶା ଜାଗୁଛି। କିନ୍ତୁ ଠିକ ସେତିକିବେଳେ ମେଘ…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

ରାସ୍ତାକଡ଼ରେ ପଡ଼ିଛି ମୁଣ୍ଡ ନ ଥିବା ମୃତଦେହ, ପାଖରେ ପଡ଼ିଛି ଚପଲ

ରାଜନଗର,୧୭ା୬(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ପଟ୍ଟାମୁଣ୍ଡାଇ ମୁଖ୍ୟ ତଳ ରାସ୍ତାର ମଦଭାଟିଠାରୁ କିଛି ଦୂରରେ ରାସ୍ତା ତଳକୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri