Posted inଖେଳ

ସିନ୍ଧୁ, ସାଇନା, ଶ୍ରୀକାନ୍ତଙ୍କୁ ସାହାଯ୍ୟ କରିବେ କୋଚ୍‌ ସାଣ୍ଟୋସୋ

ନୂଆଦିଲ୍ଲୀ,୨୮।୨- ଇଣ୍ଡୋନେସିଆର କିମ୍ବଦନ୍ତୀ କୋଚ ଅଗୁସ ଡ୍ବି ସାଣ୍ଟୋସୋ ବହୁ ବିଶ୍ୱ ଚାମ୍ପିୟନ ଓ ଅଲିମ୍ପିକ୍ସ ପଦକଧାରୀ ଶଟଲର ସୃଷ୍ଟି କରିଛନ୍ତି। ଆଗାମୀ କିଛି ସପ୍ତାହରେ ସେ ଭାରତ ଆସିବେ। ଭାରତୀୟ ସିଙ୍ଗଲ୍ସ ଷ୍ଟାର ପି. ଭି. ସିନ୍ଧୁ, ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଲାଗି ସଂଘର୍ଷ କରୁଛନ୍ତି। ଏମାନଙ୍କ ଭାଗ୍ୟ ପରିବର୍ତ୍ତନ କରିପାରନ୍ତି ସାଣ୍ଟୋସୋ। ତାଙ୍କ ନେତୃତ୍ୱରେ ୧୯୯୮ରେ ବ୍ୟାଙ୍କକ୍‌ ପୁରୁଷ ଦଳ ଏସିଆନ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ୨୦୦୦ ସିଡ୍‌ନୀ ଅଲିମ୍ପିକ୍ସ ରୌପ୍ୟ ଓ ୨୦୦୧ ବିଶ୍ୱ ଚାମ୍ପିୟନ ଖେଳାଳିଙ୍କୁ ସେ କୋଚିଂ ଦେଇଥିଲେ। ରିଓ ଅଲିମ୍ପିକ୍ସବେଳେ ସାଣ୍ଟୋସୋ ଦକ୍ଷିଣ କୋରିଆ ଦଳର କୋଚ ଥିଲେ। ତାଙ୍କ କାର୍ଯ୍ୟକାଳରେ ହିଁ ସନ ଓ୍ବାନ ହୋଇ ଶୀର୍ଷ ର଼୍ୟାଙ୍କ ଅଧିକାର କରିଥିଲେ। ନିକଟରେ ସେ ଥାଇଲାଣ୍ଡ ଜାତୀୟ ଦଳ ସହ କାର୍ଯ୍ୟ କରିଥିଲେ। ଏବେ ସେ ଭାରତୀୟ ଦଳର କୋଚ ପାଇଁ ଆବେଦନ କରିଛନ୍ତି। ତାଙ୍କ ନାମକୁ ଭାରତ କ୍ରୀଡ଼ା ପ୍ରାଧିକରଣ (ସାଇ) ପକ୍ଷରୁ ମଞ୍ଜୁରୀ ଦିଆଯାଇଛି। ସାଇର ଏହି ପ୍ରସ୍ତାବକୁ କ୍ରୀଡ଼ା ମନ୍ତ୍ରଣାଳୟ ମଧ୍ୟ ସ୍ବୀକୃତି ଦେଇସାରିଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଜାତୀୟ ଦଳର ମୁଖ୍ୟ କୋଚ୍‌ ପୁଲେଲ୍ଲା ଗୋପୀଚାନ୍ଦଙ୍କ ପରାମର୍ଶ କ୍ରମେ ସାଣ୍ଟୋସୋଙ୍କୁ ନିଯୁକ୍ତ କରାଯାଉଛି। ତାଙ୍କୁ ମାସିକ ୮ ହଜାର ଡଲାର (ଭାରତୀୟ ମୁଦ୍ରାରେ ୫.୭ ଲକ୍ଷ ଟଙ୍କା) ଦରମା ମିଳିବ। ଯଦି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶଟଲରଙ୍କ ପ୍ରଦର୍ଶନ ସନ୍ତୋଷଜନକ ରହିଲା, ତେବେ ତାଙ୍କ ଚୁକ୍ତିକୁ ପରବର୍ତ୍ତୀ ଅଲିମ୍ପିକ୍ସ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଭାରତୀୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ (ବାଇ)ର ପ୍ରଶାସକମାନେ ବିଶେଷ କରି ସିନ୍ଧୁଙ୍କ ପ୍ରଦର୍ଶନ ନେଇ ଚିନ୍ତିତ। କାରଣ ଦକ୍ଷିଣ କୋରିଆନ କୋଚ୍‌ କିମ ଜି ହ୍ୟୁନଙ୍କ ପଦ ଛାଡ଼ିବା ପରେ ସିନ୍ଧୁ ସଂଘର୍ଷ କରୁଛନ୍ତି। କିମ୍‌ଙ୍କ ନେତୃତ୍ୱରେ ସିନ୍ଧୁ ବିଶ୍ୱ ଚାମ୍ପିୟନଶିପ ଟାଇଟଲ ହାତେଇଥିଲେ। କିମ୍‌ ପଦ ଛାଡ଼ିବା ପରେ ସିନ୍ଧୁ ଅନ୍ତର୍ଜାତୀୟ ଇଭେଣ୍ଟର ପ୍ରଥମ କିମ୍ବା ଦ୍ୱିତୀୟ ରାଉଣ୍ଡରୁ ଆଗକୁ ବଢ଼ିପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri