ସିନେମାରେ ରାଖୀ

ଦେବ ଆନନ୍ଦଙ୍କ ଅଭିନୀତ ‘ହରେ ରାମା ହରେ କ୍ରିଷ୍ଣା’ ସେ ସମୟରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଭାଇ-ଭଉଣୀ ସମ୍ପର୍କକୁ ବେଶ୍‌ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ ନିର୍ଦ୍ଦେଶକ ଦେବ ଆନନ୍ଦ। ସେଥିରେ ରାଖୀକୁ ନେଇ ଏକ ହୃଦୟସ୍ପର୍ଶୀ ଗୀତ ଦୃଶ୍ୟାୟିତ ହୋଇଥିଲା। ତାହା ଥିଲା ‘ଫୁଲେଁା କା ତାରେଁା କା କ୍ୟା କହେନା ହୈ, ଲାଖେଁା ହଜାରୋ ମେଁ ମେରା ବହନା ହୈ’। ଏହି ଗୀତର ତାଳେ ତାଳେ ଦେବ ଆନନ୍ଦ ଏବଂ ଜୀନତ ଅମନଙ୍କ ଅଭିନୟ କେତେ ଜୀବନ୍ତ ଥିଲା ତାହା କହିବା ବାହୁଲ୍ୟ। ଆନନ୍ଦ ବକ୍ସିଙ୍କ ରଚିତ ଉକ୍ତ ଗୀତଟିକୁ ଆର.ଡି.ବର୍ମନ ସ୍ବର ଦେଇଥିବା ବେଳେ କଣ୍ଠଦାନ କରିଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସକର। ଲତାଙ୍କ କଣ୍ଠରେ ଆଉ ଏକ ରାଖୀ ଗୀତକୁ ମଧ୍ୟ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଗୀତଟି ହେଲା-‘ଭୈୟା ମେରି ରାଖୀ କେ ବନ୍ଧନ କୋ ନିଭାନା’ ଆଉ ଫିଲ୍ମଟି ଥିଲା ‘ଛୋଟା ବହନ୍‌’। ବଲରାଜ ସାହାଣୀ ଏବଂ ରେହମନଙ୍କୁ ନେଇ ଏଥିରେ ଏକ ରାଖୀ ଗୀତ ସଂଯୋଜିତ ହୋଇଥିଲା, ଯାହା ପାଇଁ କଣ୍ଠଦାନ କରିଥିଲେ ଲତା। ଶୈଳେନ୍ଦ୍ରଙ୍କ ରଚିତ ଏହି ଗୀତକୁ ସ୍ବର ଦେଇଥିଲେ ଶଙ୍କର-ଜୟକିଶନ। ୧୯୭୪ରେ ନିର୍ମିତ ହୋଇଥିଲା ହିନ୍ଦୀ ସିନେମା ‘ରେଶମ କି ଡୋରି’। ଭାଇ-ଭଉଣୀ ସମ୍ପର୍କକୁ ଆଧାର କରି ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟିର ରାଖୀ ଗୀତ ‘ବହନା ନେ ଭାଇ କା କଲାଇ ସେ ରାଖୀ ବାନ୍ଧା ହୈ’। ଧମେନ୍ଦ୍ର ଏବଂ ସାଇରାବାନନୋଙ୍କୁ ନେଇ ଏହି ଗୀତଟିର ଦୃଶ୍ୟାୟନ କରାଯାଇଥିଲା। ଗୀତଟି ପାଇଁ କଣ୍ଠଦାନ କରିଥିଲେ ସୁମନ କଲ୍ୟାନପୁର।

ରାଖୀ ବାନ୍ଧିଲି ମୋ ରଖିବ ମାନ

‘ଭାଇ ମୋର ତୋତେ ରହିଲା ରାଣ କହିବୁନି କଥା ପଦିଏ ଟାଣ, ତୋ ଆଖିରେ କେବେ ଦେବିନି ମୁଁ ଲୁହ ହସାଇବି ତୋତେ ସାରା ଜୀବନ.. ରାଖୀ ବାନ୍ଧିଲି ମୋ ରଖିବ ମାନ’ ରାଖୀକୁ ନେଇ ଦୃଶ୍ୟାୟିତ ଏହି ଗୀତଟି କେତେ ଶ୍ରୋତାଦୃତ ତାହା କହିବା ବାହୁଲ୍ୟ। ଶିବାନୀ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ଏହି ପ୍ରଥମ ସିନେମାର ଟାଇଟଲ ଥିଲା ‘ରାଖୀ ବାନ୍ଧିଲି ମୋ ରଖିବ ମାନ’। ରତିକାନ୍ତ କାନୁନଗୋଙ୍କ ପ୍ରଯୋଜନାରେ ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ। କେବଳ ସେତିକି ନୁହେଁ, ମଳୟ ମିଶ୍ରଙ୍କ ସ୍ବର ସଂଯୋଜନାରେ ଏହି ଫିଲ୍ମଟି ମ୍ୟୁଜିକାଲ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏଥିରେ ଭାଇ ଭୂମିକାରେ ମିହିର ଦାସ ଓ ଭଉଣୀ ରୋଲ୍‌ରେ ଅନୁ ଚୌଧୁରୀଙ୍କ ଭୂମିକା ଏବଂ ପ୍ରୀତିନନ୍ଦା ରାଉତରାୟଙ୍କ କଣ୍ଠରେ ଏହି ଟାଇଟଲ ଗୀତ ସେ ସମୟରେ ବେଶ୍‌ ଦର୍ଶକାଦୃତ ହୋଇଥିଲା। ରାଖୀକୁ ନେଇ ଦୃଶ୍ୟାୟିତ ଅନ୍ୟତମ ଲୋକପ୍ରିୟ ଗୀତ ଥିଲା ‘ରାଖୀରେ ରାଖୀ ତୁ ରହିଲୁ ସାକ୍ଷୀ’। ‘ଚକା ଆଖି ସବୁ ଦେଖୁଛି’ ଚଳଚ୍ଚିତ୍ରରେ ସଂଯୋଜିତ ଏହି ଗୀତରେ ଉତ୍ତମ ମହାନ୍ତି ଏବଂ ପ୍ରତିଭା ସାହୁ ଅଭିନୟ କରିଥିଲେ। ୧୯୮୯ରେ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ଏହି ସିନେମାର ଗୀତଗୁଡିକୁ ସ୍ବର ଦେଇଥିଲେ ଅକ୍ଷୟ ମହାନ୍ତି। ୧୯୯୭ରେ ନିର୍ମିତ ହୋଇଥିଲା ଓଡ଼ିଆ ସିନେମା ‘ରାଖୀ ଭିଜିଗଲା ଆଖି ଲୁହରେ’। ଏଥିରେ ବିଜୟ ମହାନ୍ତି ଭାଇ ଏବଂ ରଚନା ବାନାର୍ଜୀ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଦୁହିଁଙ୍କୁ ନେଇ ଦୃଶ୍ୟାୟିତ ‘ସୁନା ରୁପା ଗଉଣୀ’ ଗୀତଟି ବେଶ୍‌ ଲୋକପ୍ରିୟ ହୋଇଥିଲା। ସଂଗ୍ରାମ ବିଶ୍ୱାଳ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏବଂ ସ୍ବର ସଂଯୋଜନା କରିଥିଲେ ଅରୁଣ ମହାନ୍ତି। ବିଜୟ, ରଚନାଙ୍କ ବ୍ୟତୀତ ସିଦ୍ଧାନ୍ତ ମହାପାତ୍ର, ଦେବୁ ବୋଷଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଓଡ଼ିଆ ସିନେମା ‘ସମୟ ହାତରେ ଡୋରି’ରେ ‘ମୋ ହାତରେ ବାନ୍ଧି ଦେଲୁ ରାଖୀ’ ଦୃଶ୍ୟାୟିତ ହୋଇଥିଲା। ଭାଇ-ଭଉଣୀ ସମ୍ପର୍କକୁ ନେଇ ପ୍ରସ୍ତୁତ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ‘ଫେରିଆ ମୋ ସୁନା ଭଉଣୀ’। ରଣଜିତ ମହାନ୍ତିଙ୍କ ନିର୍ଦ୍ଦେଶିତ ଏହି ଚିତ୍ରରେ ମିହିର ଦାସ, ଅପରାଜିତା ମହାନ୍ତି, ବବି ମିଶ୍ର ଏବଂ ଜିନା ଅଭିନୟ କରିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri